ଜିଆ ହତ୍ୟା ମାମଲରେ,ସୁରୋଜ ଦୋଷମୁକ୍ତ
ମୁମ୍ବାଇ: ଅଭିନେତ୍ରୀ ଜିଆ ଖାନ୍ଙ୍କ ଆତ୍ମହତ୍ୟା ମାମଲାରେ ଆଜି ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଛନ୍ତି।ପ୍ରମାଣ ଅଭାବରୁ ବିଚାରପତି ଏ. ଏସ୍. ସୟଦ୍ ସୂରଜଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଛନ୍ତି। ମୁମ୍ବାଇସ୍ଥିତ ‘ସିବିଆଇ’ ସ୍ବତନ୍ତ୍ର ଅଦାଲତର ବିଚାରପତି ସୟେଦ୍ କହିଲେ, ଯଥେଷ୍ଟ ପ୍ରମାଣ ଅଭାବରୁ ଏହି ଅଦାଲତ ପଞ୍ଚୋଲିଙ୍କୁ ଦୋଷୀ ସାବ୍ୟସ୍ତ କରିପାରୁ ନାହିଁ, ।
୨୦୧୩ରେ ମୁମ୍ବାଇସ୍ଥିତ ବାସଭବନରେ ୨୫ ବର୍ଷୀୟ ଜିଆ ଖାନ୍ଙ୍କୁ ଫାଶୀ ଲଗାଇ ଝୁଲିଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବୟଫ୍ରେଣ୍ଡ୍ ସୂରଜ ପାଞ୍ଚୋଲି ଏବଂ ଜିଆଙ୍କ ମଧ୍ୟରେ ଥିବା ସମ୍ପର୍କରେ ସ୍ଥିରତା ନ ଥିଲା ବୋଲି ଜିଆ ଲେଖିଥିବା ଗୋଟାଏ ଚିଠିରୁ ଜଣାପଡ଼ିଥିଲା। ତେଣୁ, ଜିଆଙ୍କ ଆତ୍ମହତ୍ୟାର କାରଣ ବୋଲି ବିଚାରି ସୂରଜଙ୍କୁ ଗିରଫ କରାଯାଇଥିଲା।