ସିଜିମାଳିରେ ପୋଲିସ୍ ଜୁଲମ୍ ତଥା ରାଷ୍ଟ୍ର ହିଂସା ବିରୋଧରେ ପ୍ରତିବାଦ
ଭୁବନେଶ୍ୱର, ୮/୪/୨୬: ଗତ କିଛି ଦିନ ଧରି ବେଦାନ୍ତ କମ୍ପାନୀ ସ୍ୱାର୍ଥରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିଜିମାଳି ଅଞ୍ଚଳରେ ଚାଲିଥିବା ପୋଲିସ୍ ଜୁଲମ୍ ତଥା ରାଷ୍ଟ୍ର ହିଂସା ବିରୋଧରେ ଆଜି ସଚେତନ ନାଗରିକ ମଞ୍ଚ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଏକ ଗଣ ପ୍ରତିବାଦ ଆୟୋଜିତ ହୋଇଯାଇଛି । ବିଶେଷକରି ଗତ ୬ ଅପ୍ରେଲ ରାତିରେ କଣ୍ଟାମାଳର ଗ୍ରାମବାସୀମାନଙ୍କ ଉପରେ ପୁଲିସର ବର୍ବରୋଚିତ ହିଂସାକାଣ୍ତଙ୍କୁ ଓଡ଼ିଶାର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। …
