ପୁଣି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି , ୪୦ ଡିଗ୍ରି ଉପରେ ୧୮ଟି ସହରର ତାପମାତ୍ର

ଭୁବନେଶ୍ବର: ସାରା ରାଜ୍ୟରେ ଅସହ୍ୟ ଖରା। ଗୁଳୁଗୁଳିରେ ସନ୍ତୁଳି ହେଉଛି ଓଡିଶା। ଉପକୂଳରୁ ଉପାନ୍ତ ସବୁଠି ଡହଡହ ଖରାରେ ଜନଜୀନବ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଆକଳନ କରାଯାଇଛି। କ୍ରମାଗତ ଦ୍ବିତୀୟ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳର ଲୋକେ ଗ୍ରୀଷ୍ମପ୍ରବାହରେ ଛଟପଟ ହୋଇଛନ୍ତି। ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ଲହରି ପରିଲିକ୍ଷିତ ହେଇଛି । ଆଜି ରାଜ୍ୟର ୧୮ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ରହିଛି। ବୌଦ୍ଧରେ କ୍ରମାଗତ ଭାବେ ଦ୍ବିତୀୟ ଦିନରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *