୫ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ବଢିବ ତାପମାତ୍ରା ; ପାଣିପାଗ ବିଭାଗ

ଭୁବନେଶ୍ବର; ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । ନା ଘରେ ରହିହେଉଛି ନା ବାହାରେ । ଦେହରୁ ଝାଳ ଶୁଖିବା ଯେପରି ବନ୍ଦ ହୋଇଗଲାଣି । ଘରୁ ବାହାରିବା ଅସମ୍ଭବ ହୋଇପଡିଲାଣି । ମୌସୁମୀ ଓଡ଼ିଶା ଆସିସରିଲାଣି କିନ୍ତୁ ବର୍ଷାର ଏପର୍ଯ୍ୟନ୍ତ ଦେଖା ନାହିଁ । ଓଲଟି ଦିନକୁ ଦିନ ଗରମ ବଢ଼ି ବଢ଼ି ଚାଲିଛି । ଗ୍ରୀଷ୍ମ ଋତୁ ଆରମ୍ଭ ପରି ଅନୁଭବ ହେଉଛି ।

ପାଣିପାଗ ବିଭାଗ ଅନୁଯାୟୀ ଆହୁରି ୫ ଦିନ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଦୁଇ ଦିନ ତଳେ ଓଡ଼ିଶାକୁ ମୌସୁମୀ ଆସିଛି। କିନ୍ତୁ ମୌସୁମୀ ହେବାକୁ ପାଗ ଅନୁକୂଳ ନ ଥିବାରୁ ତାହା ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦେଖାଦେଇ ନାହିଁ । ଏନେଇ ରାଜ୍ୟରେ ପୁଣିଥରେ ଚିନ୍ତା ବଢ଼ିବାରେ ଲାଗିଛି । ଏପଟେ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରୀ ବଢିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave a Reply

Your email address will not be published. Required fields are marked *