ଦିନକୁ ରଖିବେ ୩୦୦ ଟଙ୍କା , ଧିରେ ଧିରେ ବଢି ଏହା ହେବ ୫୦ ଲକ୍ଷ ଟଙ୍କା.. କେଉଁ ଯୋଜନାରେ ଏମିତି ହେଉଛି…ଜାଣନ୍ତୁ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ସହାୟତାରେ ଆପଣ ଆପଣଙ୍କ ଝିଅର ଭବିଷ୍ୟତର ଆର୍ଥିକ ଆବଶ୍ୟକତା ପୂରଣ କରିପାରିବେ । ଏହି ଯୋଜନା ପିତାମାତାଙ୍କୁ ଏକ ବର୍ଷରୁ ଅଧିକ ଏବଂ ୧୦ ବର୍ଷରୁ କମ୍ ଦୁଇଟି ଝିଅଙ୍କ ନାମରେ ଦୁଇଟି ଖାତା ଖୋଲିବାକୁ ଅନୁମତି ଦେଇଥାଏ । କେବଳ ଯାଆଁଳା ଶିଶୁଙ୍କ କ୍ଷେତ୍ରରେ ତିନିରୁ ଅଧିକ ଖାତା ଖୋଲା ଯାଇପାରିବ । ବର୍ତ୍ତମାନ ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ରହିଥିବା ଆକାଉଣ୍ଟ ୮ ପ୍ରତିଶତ ସୁଧ ଦେବାସହ ଗୋଟିଏ ବର୍ଷରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ବିନିଯୋଗ କରିବାର ସୁଯୋଗ ରହିଛି। ସୁକନ୍ୟା ସମୃଦ୍ଧି ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ବାର୍ଷିକ ସୁଧ ଚକ୍ରବର୍ତ୍ତୀ ସୁଧ ଆଧାରରେ ଦିଆଯାଏ । ଏହି ଖାତା ଖୋଲିବାର ତାରିଖଠାରୁ ୨୧ବର୍ଷ ପରେ ଏହାର ପରିପକ୍ୱତା ପୂରଣ ହୋଇଥାଏ । ଏହି ଯୋଜନାରେ ଖାତା ଖୋଲିବା ପରେ, ୧୫ ବର୍ଷ ଶେଷ ହେବା ପର୍ଯ୍ୟନ୍ତ ଆପଣ ଏଥିରେ ନିବେଶ କରିପାରିବେ । ତେବେ ସୁକନ୍ୟା ସମୃଦ୍ଧି ଯୋଜନା ଅଧିନରେ ପ୍ରତିବର୍ଷ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରି ପିତାମାତା ୬୭.୩ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ । ୮% ସୁଧ ଗ୍ରହଣ କରି ପରିପକ୍ୱତା ଉପରେ ଏହାକୁ ପ୍ରତ୍ୟାହାର କରିହେବ । ଉଦାହରଣ ସ୍ୱରୂପ ଯଦି ଆପଣ ୨୦୨୩ରେ ଏକ SSY ଖାତା ଖୋଲନ୍ତି ଏବଂ ୮% ସୁଧରେ ୧୫ ବର୍ଷ ଶେଷ ହେବା ପର୍ଯ୍ୟନ୍ତ ପ୍ରତିବର୍ଷ ୧.୫ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣଙ୍କର ପରିପକ୍ୱତା ଉପରେ ୬୭.୩ଲକ୍ଷ ଟଙ୍କା ପାଇପାରିବେ । ଏହି ଯୋଜନା ଅଧୀନରେ, ଯଦି ଆପଣ ପ୍ରତିବର୍ଷ ୧,୧୧,୩୭୦ ଟଙ୍କା ଜମା କରନ୍ତି, ତେବେ ଆପଣଙ୍କୁ ପରିପକ୍ୱତା ଉପରେ ୫୦ ଲକ୍ଷ ଟଙ୍କା ମିଳିବ । ଏହାର ଅର୍ଥ ଆପଣଙ୍କୁ ପ୍ରତିଦିନ ୩୦୫.୧ ଟଙ୍କା ସଞ୍ଚୟ କରିବାକୁ ପଡିବ । ତେବେ ଏହି ଯୋଜନା ଅନ୍ତର୍ଗତ ସୁଧ ହାର କେବଳ ୮ ପ୍ରତିଶତ ରହିବା ଉଚିତ ।