ରାଜ୍ୟରେ ୩୯୩ ଜଣ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୩ ଜଣ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଗତ ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁର ରେ ୭୧, କଟକ ୬୫, ମୟୂରଭଞ୍ଜ ୨୮,ବଲାଙ୍ଗୀର ୨୧, ଖୋର୍ଦ୍ଧାରେ ୨୭, ଅନୁଗୁଳରୁ ୨ ଜଣ, ବରଗଡ଼ରୁ ୩ ଜଣ, ବଲାଙ୍ଗୀରରୁ ୨୧ ଜଣ, ବୌଦ୍ଧରୁ ୬ ଜଣ, ଦେଓଗଡ଼ରୁ ୩ ଜଣ, ଜଗତ୍ସିଂହପୁରରୁ ୪ ଜଣ, ସୋନପୁରରୁ ୯ , ନୂଆପଡ଼ାରୁ ୯ ,କୋରାପୁଟରୁ ୩ ଜଣ,ନବରଙ୍ଗପୁରରୁ ୩ ଜଣ,ନୟାଗଡ଼ରୁ ୩ ଜଣ, କଳାହାଣ୍ଡିରୁ ୨ ଜଣ, କନ୍ଧମାଳରୁ , କେନ୍ଦ୍ରପଡ଼ା, ଯାଜପୁର, ଝାରସୁଗୁଡ଼ା ଓ ପୁରୀରୁ ଜଣେ ଲେଖାଏଁ, କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ହସ୍ପିଟାଲ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରଯାଇଛି। ସୋମବାର ଦିନ ଏ ସଂକ୍ରାନ୍ତରେ ସବୁ ସିଡିଏମ୍ଓ ଓ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି।
ବିଭାଗ ପକ୍ଷରୁ କୁହାଯାଇଛି ଯେ ଦେଶ ତଥା ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ୁଛି। କୋଭିଡ ନିୟମାବଳୀ ପାଳନ ପାଇଁ ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ ମାସ୍କ ପରିଧାନ କରିବା ଜରୁରୀ ହୋଇପଡ଼ିଛି। ତେଣୁ ଡ୍ୟୁଟି ସମୟରେ ସବୁ ସ୍ବାସ୍ଥ୍ୟକର୍ମୀ ମାସ୍କ ପିନ୍ଧିବେ।