ଆସନ୍ତାକାଲି ୬ ଲୋକସଭା କ୍ଷେତ୍ରର ୪୨ ବିଧାନସଭା ପାଇଁ ଲୋକେ ବାଛିବେ ନିଜର ପ୍ରତିନିଧି …
ଭୁବନେଶ୍ବର;ସରିଛି ପ୍ରସ୍ତୁତି ଏବେ ଖାଲି ମତଦାନକୁ ଅପେକ୍ଷା । ରାଜ୍ୟରେ ଆସନ୍ତାକାଲି ବା ୨୫ ତାରିଖରେ ଭୁବନେଶ୍ବର ସମେତ ସମ୍ବଲପୁର,କଟକ ,ପୁରୀ,କେନ୍ଦୁଝର ଓ ଢେଙ୍କାନାଳର ୬ଟି ଲୋକସଭା ଆସନର ୪୨ ଟି ବିଧାନସଭା ଆସନ ପାଇଁ ମତଦାନ କରାଯିବ । ଏହି ପର୍ଯ୍ୟାୟ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚର ଶେଷ ହୋଇଛି । ଏହି ପର୍ଯ୍ୟାୟରେ ଓଡ଼ିଶା ରଜନୀତର ବହୁ ଟାଣୁଆ ନେତା ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ସମ୍ବଲପୁରରେ ବବି ବନାମ ଧର୍ମେନ୍ଦ୍ର ଓ ରାଜ୍ୟର ରାଜଧାନୀ ଭୁବନେଶ୍ବରେ ଅପରାଜିତା ଓ କ୍ୟାପଟେନ ମନ୍ମଥଙ୍କ ଭିତରେ ଯୋର ଲଢେଇ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି ।
ତୃତୀୟ ପର୍ଯ୍ୟାୟରେ ଏହି ୬ ଲୋକସଭା କ୍ଷେତ୍ର ପାଇଁ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୪୮, ୨୯, ୬୬୦ ପୁରୁଷ, ୪୬, ୧୭, ୬୦୨ ମହିଳା ଓ ୧୨୯୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ୨,୩୭,୧୩୧ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୮, ୪୫, ୫୦୩ ଜଣ ଯୁବ ମତଦାତା ରହିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧୦, ୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି। ଅର୍ଥାତ୍ ତୃତୀୟ ପର୍ଯ୍ୟାୟରେ ମୋଟ ୧୦୫୫୧ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ପ୍ରାୟ ୧୫୦୦ ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ହେବ ଏବଂ ୩୦ଟି ସମ୍ପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ୨୦୦୦ଟି ଆଦର୍ଶ ମତଦାନ କେନ୍ଦ୍ର (ମଡେଲ ବୁଥ୍) ରହିଛି। ସେହିପରି ମତଦାନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।