୪୧ ଜଣଙ୍କ ପ୍ରାଣ ନେଲାଣି ହିଟୱେଭ…

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ସାଧାରଣ ଜନଜୀବନକୁ ଅସହ୍ୟ କରିଛି ତାତି ଓ ଗୁଳୁଗୁଳି। ମେ ଯାଇ ଜୁନ୍ ହେଲାଣି ତଥାପି ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇଁ ନାହାନ୍ତି ଲୋକ। ଚଳିତ ବର୍ଷ ପ୍ରାୟ ୪୧ ଜଣଙ୍କ ହିଟୱେଭ ଜନିତ ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ଡାକ୍ତରଖାନାରେ ୨୨୬୯ ଜଣ ଏଥିରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଛନ୍ତି। ସେହିପରି ୭୩ ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଗତକାଲି ୧୬ ଜଣ ହିଟୱେଭରେ ପ୍ରଭାବିତ ହୋଇଥିବା ସେ ସୂଚନା ଦେଇଛନ୍ତି।