ଆଜି ଭାରତ – ଜିମ୍ବାୱେ ଚତୁର୍ଥ ମ୍ୟାଚ୍, ସିରିଜ ସିଲ୍ ଲକ୍ଷ୍ୟରେ ଗିଲ୍ ବାହୀନି

ଆଜି ଭାରତ-ଜିମ୍ବାୱେ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯିବ । ୫ଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି ଭାରତୀୟ ଦଳ । ଆଜିର ମ୍ୟାଚ ଜିତି ଭାରତ ସିରିଜ ବିଜୟ ଲକ୍ଷ୍ୟ ରଖିଛି । ସେପଟେ ଜିମ୍ବାୱେ ଆଜିର ମ୍ୟାଚ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ। ଉଭୟ ଦଳ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ମ୍ୟାଚରେ ଭାରତ ପରାଜିତ ହେବା ପରେ ଦ୍ୱିତୀୟ ଓ ତୃତୀୟରେ ଭଲ ପ୍ରଦର୍ଶନ କରି ବିଜୟ ହାସଲ କରିଥିଲା । ଶୁଭମନ ଗିଲ୍‍ଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ଆଜିର ମ୍ୟାଚ ଜିତି ଶୃଙ୍ଖଳା ଜିତିବାକୁ ପ୍ରାୟସ କରିବ

Leave a Reply

Your email address will not be published. Required fields are marked *