ଅଗ୍ନିଶମ ବିଭାଗରେ ବାହାରିଲା ୯୪୧ ପଦବୀ ; ଜାଣନ୍ତୁ କେମିତି କରିବେ ଆବେଦନ …

ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାରେ ୯୪୧ଟି ପଦବୀ ପାଇଁ ନିଯୁକ୍ତି ପାଇଁ ବିଞ୍ଜପ୍ତି ପ୍ରକାଶ ପାଇଛି । ଏହି ସଂସ୍ଥାରେ ଚାକିରି କରିବା ପାଇଁ ଆଗ୍ରହୀ ପ୍ରାର୍ଥୀମାନଙ୍କୁ  ଫାୟାରମ୍ୟାନ ଓ ଡ୍ରାଇଭର ପଦବୀରେ ନିଯୁକ୍ତି ମିଳିବ।

ତେବେ ଏହି ସବୁ ନିଯୁକ୍ତି ପାଇଁ ଆପଣ ଅନଲାଇନରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ରଖାଯାଇଛି । ଏହି ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିପାରିବେ । ତେବେ ରାଜ୍ୟ ଅଗ୍ନିସମ ବିଭାଗ ପକ୍ଷରୁ ମୋଟ ୯୪୧ ପଦବୀରେ ନିଯୁକ୍ତି ପ୍ରକାଶ ପାଇଛି । ଫାୟାରମ୍ୟାନରେ  – ୮୨୬ ଟି ଖାଲି ସ୍ଥାନ ଥିବାବେଳେ ଡ୍ରାଇଭରଙ୍କ ପାଇଁ  ୧୧୫ ରହିଛି । ସେହିପରି ପ୍ରାର୍ଥୀମାନଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଯେକୌଣସି ବିଭାଗରେ ଅତି କମରେ ଯୁକ୍ତ ୨ ପାସ କରିଥିବା ଆବଶ୍ୟକ

କେବଳ ଡ୍ରାଇଭର ପଦବୀ ପାଇଁ ପ୍ରାର୍ଥୀଙ୍କ ପାଖରେ ଭାରି ଯାନ ଚଳାଇବାର ଲାଇସେନ୍ସ ଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା 

  • ପ୍ରଥମେ ପ୍ରାର୍ଥୀମାନଙ୍କୁ ଏକ ପ୍ରବେଶିକ ପରୀକ୍ଷା ଦେବାକୁ ହେବ
  • ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ମେଡିକାଲ ଭେରିଫିକେସନ କରାଯିବ
  • ତା ପରେ ପଦବୀ ପାଇଁ ଚୟନ ପ୍ରାର୍ଥୀମାନଙ୍କ ଅନ୍ତିମ ତାଲିକା ଏସଏସସିର ୱେବସାଇଟରେ ବାହାରିବ

କେମିତି କରିବେ ଆବେଦନ

  • ଓଡ଼ିଶା ଅଗ୍ନିଶମ ବିଭାଗର ୱେବସାଇଟ୍ odishafshgscd.gov.inକୁ ପରିଦର୍ଶନ କରନ୍ତୁ
  • ୱେବସାଇଟ୍  ଭିତରେ carrier option ଉପରେ କ୍ଲିକ୍ କରନ୍ତୁ
  • ଏହାପରେ ସେଠାରେ ନିଜର ରେଜିଷ୍ଟ୍ରେସନ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ‘Log in ’ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣବେଳେ ନିଜର ପ୍ରମାଣପତ୍ର  ସବୁ ଦାଖଲ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ନିଜପାଖରେ ରଖନ୍ତୁ

Leave a Reply

Your email address will not be published. Required fields are marked *