ମୋ ସେବା କେନ୍ଦ୍ର ସଂଖ୍ୟା ୮୦୦୦ ଛୁଇଁବ

ଭୁବନେଶ୍ୱର : ମୋ ସେବା କେନ୍ଦ୍ର ଜରିଆରେ ରାଜ୍ୟ ସରକାରଙ୍କ ଏକାଧିକ ସେବା ନାଗରିକଙ୍କ ଘର ପାଖରେ ଉପଲବ୍ଧ କରାଯାଉଛି। ଏହାଦ୍ୱାରା ଗ୍ରାମାଞ୍ଚଳର ଯୁବକ ଏବଂ ମିଶନ ଶକ୍ତି ଅଧୀନରେ ପରିଚାଳିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ  ଉଦ୍ୟୋଗ ସ୍ଥାପନର ଏକ ଫୋରମ ମିଳିପାରିଛି। ବର୍ତ୍ତମାନ ରାଜ୍ୟପରେ ୬୯୦୦ ରୁ ଅଧିକ ମୋ ସେବା କେନ୍ଦ୍ର ସ୍ଥାପିତ ହୋଇସାରିଛି । ଆଗାମୀ ଦିନରେ ଏହି ସଂଖ୍ୟା ପ୍ରାୟ ୮୦୦୦ କୁ ବୃଦ୍ଧି ପାଇବ ।

ସରକାରୀ କଳର କାର୍ଯ୍ୟ ଦକ୍ଷତାକୁ ବହୁଗୁଣିତ କରିବା ଓ ଉତ୍ପାଦିକା ଶକ୍ତିକୁ ବୃଦ୍ଧି କରିବାରେ ଏହି ବିଭାଗର ପଦକ୍ଷେପ ଉଲ୍ଲେଖନୀୟ ଅଟେ । ଓଡିଶା ରାଜ୍ୟ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ (OSWAS) ର ପରିସର ସଚିବାଳୟର ସମସ୍ତ ବିଭାଗ, ସମସ୍ତ ନିର୍ଦ୍ଦେଶାଳୟ / ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଓଡିଶାର ପୋଲିସ ମୁଖ୍ୟାଳୟ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟଗୁଡ଼ିକର ପ୍ରାୟ ୧୫୦୦୦ ବ୍ୟବହାରୀଙ୍କ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଅଛି ଓ ଏହା ତୁରନ୍ତ ନିଷ୍ପତ୍ତି ଗ୍ରହଣରେ ସହାୟକ ହୋଇଛି । ୨୦୧୩ ମସିହାରେ ଏହାର ବ୍ୟବହାରକାରୀ ୧୩୦୦ ଥିବାବେଳେ ୨୦୨୦ମସିହାରେ ଆନୁମାନିକ ୭୦୦୦କୁ ବୃଦ୍ଧି ପାଇଛି । ରାଜ୍ୟ ମୁଖ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟାଳୟ ଗୁଡିକ ଓଡିଶା ରାଜ୍ୟସ୍ତରୀୟ କ୍ଷେତ୍ର ନେଟୱାର୍କ (OSWAN) ମାଧ୍ୟମରେ ସଂଯୋଗୀକରଣ କରାଯାଇଛି । ସଚିବାଳୟ ସ୍ତରରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ଆଭାସୀ ବୈଠକର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି ।ସମସ୍ତ ଗ୍ରାମପଞ୍ଚାୟତମାନଙ୍କୁ ଅପ୍ଟିକାଲ୍ ଫାଇବର୍ ସଂଯୋଗ ଯୋଗାଇ ଦିଆଯାଇଛି, ଯାହାଦ୍ୱାରା ଡିଜିଟାଲ୍ ବ୍ୟବହାରୀକରଣରେ ଜନସାଧାରଣଙ୍କ ଭାଗିଦାରୀକୁ ସୁନିଶ୍ଚିତ କରାଯାଇପାରିଛି ।

2019 ମସିହାରୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମୋ ସରକାର ବ୍ୟବସ୍ଥା ପ୍ରଚଳନ କରୁଛନ୍ତି । ଆନ୍ତଃରାଜ୍ୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏହା ଏପ୍ରକାରର ପ୍ରଥମ ପଦକ୍ଷେପ – ଯାହା ନାଗରିକଙ୍କ ଠାରୁ ସ୍ୱତଃସ୍ଫୂର୍ତ୍ତ ଭାବେ ସରକାରଙ୍କ ପଦାଧିକାରୀମାନଙ୍କ ନାଗରିକମାନଙ୍କୁ କାର୍ଯ୍ୟ ନିଷ୍ପାଦନ ସମୟର ବ୍ୟବହାର ସଂର୍ପକିତ ମତାମତ ଗ୍ରହଣ କରୁଛି । ଏହି ଯୋଜନା ନାଗରିକମାନଙ୍କୁ ଶାସନରେ ପ୍ରତ୍ୟକ୍ଷ ଅଂଶୀଦାର କରିଛି ଏବଂ ନାଗରିକମାନଙ୍କ ମତାମତ ଆଧାରରେ ବିଭିନ୍ନ ବିଭାଗ ଦ୍ୱାରା ଯୋଜନାର କାର୍ଯ୍ୟାନ୍ୱୟନରେ ବିଳମ୍ବ ତଥା ବାଧା ଉପୁଯାଉଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁଛି । ଅନୁରୂପ ଭାବେ ସରକାରଙ୍କ ଅନ୍ୟାନ୍ୟ ପ୍ରମୁଖ ଯୋଜନାର ସଫଳ କାର୍ଯ୍ୟାନ୍ୱୟନରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସହଯୋଗ ଦୃଷ୍ଟାନ୍ତମୂଳକ ଅଟେ । ୨୦୨୧ ମସିହାରେ ଆରମ୍ଭ ହୋଇଥିବା ଜନ ଶୁଣାଣି (ପବ୍ଲିକ୍ ଅଭିଯୋଗ ରିଡ୍ରେସାଲ୍) ପୋର୍ଟାଲ୍ ମାଧ୍ୟମରେ ନାଗରିକମାନେ ସହଜରେ ସେମାନଙ୍କ ଅଭିଯୋଗ ପଞ୍ଜିକରଣ କରିବାରେ ସକ୍ଷମ ହୋଇଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ୯୯ ଲକ୍ଷରୁ ଅଧିକ ପରିବାରର ୩.୫୬ କୋଟିରୁ ଅଧିକ ଲୋକଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି । ଏଥିମଧ୍ୟରେ୪୯% ମହିଳା କାର୍ଡଧାରୀ ଅଛନ୍ତି ।

Leave a Reply

Your email address will not be published. Required fields are marked *