ରାଜଧାନୀରେ ଶୀର୍ଷରେ ଡେଙ୍ଗୁ, ସବୁ ସରିବା ପରେ ପୁଣି ଡ୍ରୋନ୍ ପୁରାଣ ପଢାଇଲେ ମେୟର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଚରମସୀମାରେ ପହଞ୍ଚିଛି। ପ୍ରତିଦିନ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ରୋଗୀଙ୍କୁ ଆଡମିଶନ୍ କରିବାକୁ ମନା କରି ଦେଉଛନ୍ତି। ବିଶେଷ କରି ବରିଷ୍ଠ ନାଗରିକମାନଙ୍କୁ କିଛିଦିନର ଚିକିତ୍ସା ପରେ ଛାଡି ଦେଉଛନ୍ତି।  ଏତେ ସବୁ ପରେ ଡେଙ୍ଗୁ ରାଜଧାନୀରେ ନିୟନ୍ତ୍ରଣାଧିନ ନାହିଁ। ଏନେଇ ସବୁ ମହଲରୁ ଭୁବନେଶ୍ୱର ମହାନଗର ନିଗମକୁ ସମାଲୋଚନା କରାଯାଇଛି। ଡେଙ୍ଗୁ ସମ୍ପର୍କରେ ମେୟର ସୁଲୋଚନା ଦାସ ପୁରୁଣା ପାଠର ଆଲୋଚନା କରିବାକୁ ଆଗେଇ ଆସିଛନ୍ତି। ବିଗତ ବର୍ଷ ମାନଙ୍କରେ ଯେପରି ଡ୍ରୋନ୍ ଲାଗିବ, ଆଉ ଏହା ଜରିଆରେ ମଶା ବଂଶ ବୃଦ୍ଧି ହେଉଥିବା ସ୍ଥାନ ଠାବ କରିବା ସହ ଏହାର ମୂଳୋତ୍ପାଟନ କରିବ ବୋଲି ବିଏମସି ପକ୍ଷରୁ କୁହାଯାଉଥିଲା। ଚଳିତ ବର୍ଷ ମେୟର ସୁଲୋଚନା ଦାସ ସେହି କଥା ଦୋହରାଇଛନ୍ତି।

ଯାହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଏମସି ନିୟମିତ ଭାବେ ଅଳିଆ ଉଠାଇବା, ମଶା ବଢୁଥିବା ସ୍ଥାନରେ ପ୍ରତିଷେଧକ ପକାଇବା କାର୍ଯ୍ୟ କରିନାହିଁ। ପାଣିପାଗ ବିଭାଗ ପକ୍ଷରୁ ବର୍ଷା ନେଇ ଆଗୁଆ ସୂଚନା ଦିଆଯାଇଥିଲା। ଏହା ପୂର୍ବରୁ ବିଏମସି ଯେଉଁ ପୂର୍ବ ପ୍ରସ୍ତୁତି କରିବାର ଥିଲା। ତାହା କରି   ନ ଥିଲା। ବର୍ଷା ଥରେ ହୋଇ ଛାଡିଯିବା ପରେ ବିଶେଷ କରି ଡେଙ୍ଗୁ ମଶା ନିଜ ପ୍ରାଦୂର୍ଭାବ ବଢାଇବା ପରେ ବିଏମସିକୁ ଚେତା ପସିଥିଲା। ଯାହା ଫଳରେ ଡେଙ୍ଗୁ ମୁକାବିଲା ପୂର୍ବରୁ ଡେଙ୍ଗୁ ମଶା ନିଜ କାୟା ବୃଦ୍ଧି କରିଥିଲା। ଗଙ୍ଗନଗର ବାସିନ୍ଦା ଶୈଳେନ୍ଦ୍ର କୁହନ୍ତି ଯେ, ଡଟ୍ ଫେଷ୍ଟରେ ଚୌକି ଖାଲି ପଡୁଥିଲା। ମାତ୍ର ସେଠାରେ ମଶା ପ୍ରତିଷେଧକ ସ୍ୱରୂପ ଧୁଆଁ ଦିଆ ଯାଉଥିଲା। ମାତ୍ର ସହରବାସୀଙ୍କ ପାଇଁ ସେ ସବୁ ବ୍ୟବସ୍ଥା ନାହିଁ। ଦୁଇ ଦଶନ୍ଧି ତଳେ ମଶା ତେଲ ଯାହାକୁ ଯେତେ ଯୋଗାଇ ଦିଆଯାଉଥିଲା। ଏବେ ତାହା ମଧ୍ୟ ନାହିଁ। ଡ୍ରୋନ୍ ଲାଗିଲେ କିଛି ଫରକ ପଡିବ ନାହିଁ। ନିୟମିତ ଭାବେ ଡେଙ୍ଗୁ ଆତଙ୍କ ଦେଖା ଦେଉଥିଲେ ବି ଏନେଇ ବିଏମସି ଯୋଜନା ନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *