ନିର୍ବାଚନୀ ବଣ୍ଡ(Electoral Bond) ସମ୍ପର୍କରେ ଆମେ କାହିଁକି ଜାଣିବା ଉଚିତ୍……….
ନୂଆଦିଲ୍ଲୀ : ବଣ୍ଡ କହିଲେ ସରଳ ଭାଷାରେ ପ୍ରତିଜ୍ଞା ପତ୍ର ( Prommissory Note ) । ଯେବେଠାରୁ ବିନିମୟ ମାଧ୍ୟମ ଭାଵରେ ମୁଦ୍ରା ଆସିଲାଣି ତାର ବହୁ ପୂର୍ବରୁ ପ୍ରତିଜ୍ଞା ପତ୍ର ଆସିଲାଣି । ପ୍ରଥମେ ସପ୍ତମ -ଅଷ୍ଟମ ଶତାବ୍ଦୀରେ ଚୀନର ଟାଙ୍ଗବଂଶ ଶାସନରେ ଚା ବାଣିଜ୍ୟ ପାଇଁ ପ୍ରତିଜ୍ଞା ପତ୍ର ଜାରୀ କରିଥିଲେ । ଏହା Privately issued currency । ଆମ ଦେଶରେ ମହାଜନୀ କାରବାର ପାଇଁ ମଧ୍ୟ କାଗଜ ଖଣ୍ଡରେ ପ୍ରତିଜ୍ଞା ପତ୍ର ହେଉଥିଲା । ଏସବୁ ବେସରକାରୀ । କିନ୍ତୁ ଆମେ ବର୍ତ୍ତମାନ ଯେଉଁ ବଣ୍ଡ କଥା ଜାଣୁଛେ ସେଇଟା ହେଲା ସରକାରୀ ବଣ୍ଡ । ତାହା ଆମର କେନ୍ଦ୍ରୀୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଜାରୀ କରୁଥିଲେ । ସରକାରଙ୍କ ଅଧିକ ଟଙ୍କା ଦରକାର ହେଲେ ଅଧିକ ନୋଟ ଛାପୁ ଥିଲେ ଅଥବା ବଣ୍ଡ ଜାରୀ କରୁଥିଲେ । ମୁଦ୍ରା ଛାପିଲେ ମୁଦ୍ରାସ୍ଫିତି ହୁଏ, ତେଣୁ ରିଜର୍ଭ ବ୍ୟାଙ୍କ ବଜାରରୁ ସରକାରଙ୍କ ପାଇଁ ଋଣ ଉଠେଇବା ପାଇଁ ବଣ୍ଡ ଜାରୀ କରନ୍ତି । ଏହାକୁ ପବ୍ଲିକ କିଣନ୍ତି । ଏଥିପାଇଁ ନିର୍ଦ୍ଦିଷ୍ଟ ଅବଧିରେ ବଣ୍ଡ ପାକଳ ହେଲେ ବଣ୍ଡ କ୍ରେତା ସୁଧ ସହ ଘୋଷିତ ପରିମାଣ ପାଆନ୍ତି ।
ଏବେ ଯେଉଁ ବଣ୍ଡକୁ ସୁପ୍ରିମକୋର୍ଟ ବନ୍ଦ କରି ବେଆଇନ, ଅମ୍ବିଧାନିକ , କିକ-ବ୍ୟାକଗ୍ରସ୍ଥ , ମୌଳିକ ଅଧିକାର ବିରୋଧୀବୋଲି ରାୟ ଦେଲେ ସେଇଟା ରିଜର୍ଭ ବ୍ୟାଙ୍କ ଜାରୀ କରି ନଥିଲେ । ପ୍ରଧାନମନ୍ତ୍ରୀ ନିଜର ନୂଆକିଛି କରିବେ ଘୋଷଣା କରି ଷ୍ଟେଟବ୍ୟାଙ୍କ ଜରିଆରେ କରିଥିଲେ । ପୂର୍ବରୁ ମଧ୍ୟ ନୂଆ କିଛି କରୁଛନ୍ତି କହି ନୋଟବନ୍ଦୀ କରିଥିଲେ । ପ୍ରଥମଟିର ଉଦେଶ୍ୟ ଥିଲା କଳା ଟଙ୍କା ନିର୍ମୂଳ ଓ ସନ୍ତ୍ରାସବାଦ, ଡ୍ରଗମାଫିଆ କାରବାର ଲୋପ କରି ଡିଜିଟାଲ କାରବାର ୧୦୦% କରିଦେବା । ପ୍ରଥମ ଉଦ୍ଦେଶ୍ୟ ପୂରଣ ହେବା ପରେ ଆଉ ବୋଧେ କିଛି କଳା କାରବାର ରହିଗଲା । ତେଣୁ ୨୦୧୮ ରେ ୨୦୧୯ ଲୋକସଭା ନିର୍ବାଚନର ବର୍ଷକ ପୂର୍ବରୁ ନୂଆ ଉପାୟ ଆଣିଲେ । ଏଇଟା ହେଲା Electoral Bond – ତଥା ନିର୍ବାଚନୀ ବଣ୍ଡ । ରାଜନୈତିକ ଦଳମାନେ ନିଜର ପାର୍ଟିକାର୍ଯ୍ୟ, ନିର୍ବାଚନ କାର୍ଯ୍ୟ କରି ଦେଶ ସେବା କରିବା ପାଇଁ ପାଣ୍ଠି ଦରକାର କରନ୍ତି । ସେଇ ପାଣ୍ଠି ପୁଞ୍ଜିପତିମାନେ , ବଡ଼ ବ୍ୟବସାୟୀମାନେ ଦିଅନ୍ତି । ଏହି ଚାନ୍ଦା ଧଳା ଆକାରରେ ଯେମିତି ଦେବେ ସେଥିପାଇଁ ଅରୁଣ ଜେଟଲୀ ଓ ମୋଦୀ ମିଶି ଷ୍ଟେଟ ବ୍ୟାଙ୍କ ଜରିଆରେ ବଣ୍ଡ ଜାରୀ କରିବା ଯୋଜନା କଲେ ସେତେବେଳେ ରିଜର୍ଭ ବ୍ୟାଙ୍କ ଓ ଫାଇନାନ୍ସ ବିଭାଗର ମତ ଲୋଡିଲେ । ଉଭୟ ମତ ଦେଲେ ଏହା ରିଜର୍ଭ ବ୍ୟାଙ୍କ ଜରିଆରେ ହେଉ । ଏହାର ସବୁ କାଗଜପତ୍ର ସୁପ୍ରିମକୋର୍ଟରେ ଦାଖଲ ହେଇଥିବା ପିଟିସନର Annexture ଗୁଡିକରେ ବର୍ତ୍ତମାନ ଉପଲବ୍ଧ ହେଉଛି । ପ୍ରଧାନମନ୍ତ୍ରୀ ସେ କଥାକୁ ନ ଶୁଣି ଷ୍ଟେଟବ୍ୟାଙ୍କ ଜରିଆରେ ଜାରି କଲେ ।ବଣ୍ଡଗୁଡିକ ୧୦୦୦ ରୁ ଆରମ୍ଭ କରି ୧୦୦୦୦୦୦୦( କୋଟି) ପର୍ଯ୍ୟନ୍ତ । ବର୍ଷକୁ ତିନିଥର – ଜାନୁଆରୀ, ଏପ୍ରିଲ, ଜୁଲାଇ ଓ ଅକ୍ଟୋବର ମାସରେ ଜାରି ହେଲା । ଏହି ବଣ୍ଡ କେବଳ ୧୫ ଦିନ ପାଇଁ ଦେଶର ୨୯ ଟି ବଡ଼ ବଡ଼ ବ୍ରାଞ୍ଚରେ ମିଳିଲା । ଦାନୀମାନେ ଏତିକି ଦିନ ମଧ୍ୟରେ କିଣିବା ବ୍ୟବସ୍ଥା ହେଲା । ସେମାନେ କିଣି ପାର୍ଟିମାନଙ୍କୁ ଦେଉଥିଲେ । ପାର୍ଟିମାନେ ଏହାକୁ ତୁରନ୍ତ ଭଙ୍ଗେଇ ନିଜର ନିର୍ବାଚନ ଖାତାକୁ ନେଉଥିଲେ । କମ୍ପାନୀମାନେ ଆୟକର ଛାଡ଼ ପାଉଥିଲେ ଓ ପାର୍ଟିମାନେମଧ୍ୟ ଧଳା ଚାନ୍ଦା ବୋଲି ନିର୍ବାଚନ କମିଶନଙ୍କ ଆଗରେ ହଲଫନାମା ଦାଖଲ କରୁଥିଲେ । କେବଳ ଲୋକସଭା ଓ ବିଧାନସଭା ନିର୍ବାଚନ ବେଳେ କିଛି ଗ୍ରେସ ପିରିୟଡ଼ ରହିଲା । ବିଧାନସଭା ପାଇଁ +୧୫ ଦିନ, ଲୋକସଭା ପାଇଁ + ୩୦ ଦିନ । ଏହି ବଣ୍ଡ କ୍ଷେତ୍ରରେ କିଛି ପ୍ରତିବନ୍ଧକ ହଟେଇବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଧ୍ୟାନ ଦେଲେ । ଯେମିତି କମ୍ପାନୀ ଆଇନରେ ପୂର୍ବରୁ ବ୍ୟବସ୍ଥା ଥିଲା ଗୋଟିଏ କମ୍ପାନୀ ନିଜର ପୂର୍ଵ ଆର୍ଥିକ ବର୍ଷରେ ଯେତିକି ନିଟ ଲାଭ କରିବ ସେଥିରୁ ୭.୫ ପର୍ଯ୍ୟନ୍ତ ପାର୍ଟି ନିର୍ବାଚନ ଚାନ୍ଦା ଦେଇପାରିବ ।
ସେଇଟା ଉଠେଇଦେଲେ ଓ କମ୍ପାନୀମାନେ ଯେତେଇଚ୍ଛା ସେତେ ଅଧିକ ଚାନ୍ଦା ବଣ୍ଡ କିଣି ଦେଇପାରିବେ ସଂଶୋଧନ କଲେ । ଲାଭ ନ ହେଲେ ବି ଦେଇ ପାରିବେ । ଏପରିକି କାଗିଜୀ କମ୍ପାନୀ ( Shell Company ) ମଧ୍ୟ ଦେଇ ପାରିବେ ଯେଉଁମାନଙ୍କ ଅଖାନାହିଁ କି ଗଉଣୀ ନାହିଁ , କେବଳ ସେୟାରମାର୍କେଟରେ ଧମକା ପାଇଁ ଅଛନ୍ତି । ପୁଣି ସଂଶୋଧନ କଲେ ବିଦେଶୀ ଚାନ୍ଦା ନେଇ ପାରିବେ ଯଦି ସେମାନଙ୍କ କମ୍ପାନୀ ଭାରତରେ କିଛି କାରବାର କରୁଥାଏ , ଯେମିତି ବେଦାନ୍ତ । ଏକଥା ଭିନ୍ନ ଯେ ଏନଜିଓମାନେ ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିଲେ ସେମାନଙ୍କୁ ଠପ କରିଦେଲେ ।ଏପରି କି କେରଳର ବନ୍ୟା ବେଳେ ଦୁବାଇରୁ ମିଳିଥିବା ରିଲିଫକୁ ନିଷେଧ କରିଥିଲେ । ଆଉ ଗୋଟିଏ ସଂଶୋଧନ କଲେ ସୂଚନାଅଧିକାର ଆଇନରେ ।ଏହାଦ୍ଵାରା ସମ୍ବିଧାନର ୧୯(୧)କ ରେ ବ୍ୟକ୍ତିର ମୌଳିକ ଅଧିକାରକୁ ମଧ୍ୟ ଅଚଳ କରି କହିଲେ ଏହାଦ୍ଵାରା ଦାନୀମାନଙ୍କ ପରିଚୟ ପ୍ରକାଶ ହେଇ ଯାଉଛି ଯାହା ସେମାନେ ଗୁପ୍ତ ରଖିବାକୁ ଅନୁରୋଧ କରିଛନ୍ତି । ପୁଣି ଲୋକପ୍ରତିନିଧି ଆଇନକୁ ସଂଶୋଧନ କରି କହିଲେ କେବଳ ସେଇ ସମସ୍ତ ଜାତୀୟ ଓ ରାଜ୍ୟ ସ୍ତରୀୟ ରେଜିଷ୍ଟ୍ରଭୁକ୍ତ ରାଜନୈତିକ ଦଳ ବଣ୍ଡର ହିତାଧିକାରୀ ହେବେ ଯେଉଁମାନେ ପୂର୍ବ ଲୋକସଭା ଓ ବିଧାନସଭା ନିର୍ବାଚନରେ ସମୁଦାୟ ଭୋଟ୍ ଦାନର ସର୍ବନିମ୍ନ ୧% ଭୋଟ୍ ପାଇଥିବେ । ଅର୍ଥାତ କୌଣସି ସ୍ୱାଧୀନ ପ୍ରାର୍ଥୀ ଏହି ବଣ୍ଡର ହିତାଧିକାରୀ ହେଇ ପାରିବେ ନାହିଁ ।ସରକାରଙ୍କ କେବଳ ଗୋଟିଏ ଯୁକ୍ତି ଥିଲା ନିର୍ବାଚନକୁ ନିରପେକ୍ଷ, ନିର୍ମଳ ଓ କଳାଧନ ମୁକ୍ତ କରିବା । ମାତ୍ର ବୁଦ୍ଧିଜୀବୀ, ନିର୍ବାଚନୀ ବିଶେଷଜ୍ଞ ଏବଂ ସମୀକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀ କେଉଁ ଉଦେଶ୍ୟରେ ଏହି ବଣ୍ଡ ଆଣିଥିଲେ , ତାହା ମୋଟାମୋଟି ଜଣାଥିଲା। ଏନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା। । ଯେଉଁମାନେ ସୁପ୍ରିମକୋର୍ଟକୁ ଏହା ବିରୋଧରେ ଗଲେ ସେମାନେ ସବୁ ଜାଣୁଥିଲେ, କିନ୍ତୁ ସବୁତ ଖୋଜିବା ସହଜ ନ ଥିଲା । ଯେଉଁ ବ୍ୟକ୍ତି ଅଫିସ ଅଫିସ ବୁଲି ସୂଚନା ଅଧିକାର ଆଇନ୍ କରି ହଜାର ହଜାର ପୃଷ୍ଠାର ଡକୁମେଣ୍ଟେ ନିଜ ପକେଟରୁ ଖର୍ଚ୍ଚ କରିବା ପରେ ଆବେଦନକାରୀ ଓକିଲମାନଙ୍କୁ ଦେଲେ ତାଙ୍କର ନାଁ ଖୁଵ କମ ଲୋକ ଜାଣନ୍ତି । ସେଇ ତଥ୍ୟ ଭିତ୍ତିରେ ହିଁ ସୁପ୍ରିମକୋର୍ଟରେ ଆବେଦନର ମୂଳଦୁଆ ଗଢ଼ି ଉଠିଥିଲା ଓ ଏଥିପାଇଁ ୫ ବର୍ଷ ଲାଗିଥିଲା ।ଏବେ ଷ୍ଟେଟବ୍ୟାଙ୍କକୁ ସମସ୍ତ ତଥ୍ୟ ନିଜ ସାଇଟରେ ଘୋଷଣାକରିବାକୁ ହେବ, ନିର୍ବାଚନ କମିଶନଙ୍କୁ ସବୁ ବିବରଣୀ ଦେବାକୁ ହେବ । ଆଉ କିଛି ବାଟ ନାହିଁ ।ଏହା ଆସିଯିବା ପରେ କୋଉ କଥା କୁଆଡ଼େ ଲମ୍ବିଵ କହିବା କଷ୍ଟକର ବ୍ୟାପାର ।ଉଦାହରଣ ସ୍ୱରୂପ ଧରି ନିଆଯାଉ ଗୋଟିଏ କମ୍ପାନୀ ଗୋଟିଏ ପାର୍ଟିକୁ କିଛି ଶହ କୋଟିର ବଣ୍ଡ ଦେଇଛି । ସିଏ କଣ ପାଇଛି ? ତାର କେତେ ଋଣ ଏନପିଏ ହେଇ ରାଇଟଅଫ ହେଇଛି ? କେଉଁ କେଉଁ ସରକାରୀ ଠିକା ନେଇଛି ? କେଉଁଠି ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ Sez ଜମି ପାଇଛି ? କେଉଁଠି ମୂର୍ତ୍ତି ତିଆରି କରିଛି ? କେଉଁଠି ବିଦେଶୀ ଅସ୍ତ୍ରଶସ୍ତ୍ର , ଯୁଦ୍ଧ ବିମାନ କିଣିବାରେ ସମ୍ପୃକ୍ତ ରହିଛି ଇତ୍ୟାଦି ଇତ୍ୟାଦି କଥା ଆସିବ । ପୁଣି ଆସିବ ସାଧାରଣ ଆୟକର ଦାତା ଯଦି ତା ଆୟରୁ ୩୦% ପର୍ଯ୍ୟନ୍ତ ଆୟକର ଦେଉଛି ତାହେଲେ କର୍ପୋରେଟ ଟ୍ୟାକ୍ସ କାହିଁକି ବହୁତ ତଳେ ରହୁଛି । ଅର୍ଥାତ ଗୋଟିଏ Link ରୁ ଅନ୍ୟ Linkର ସମ୍ପର୍କ ଅଛି କି ନାହିଁ ? ବିଡ଼ି ପତ୍ର ବିକାଳୀ ୨୮% ଜିଏସଟି, ହୀରା ବେପାରୀ ର ଜିଏସଟି ନାହିଁ,ସୁନା ବେପାରୀର ମାମୁଲି ଜିଏସଟି, ଭୁଜା ବେପାରରେ ୫% , ଔଷଧ ଓ ମେଡ଼ିକାଲ ଯନ୍ତ୍ରପାତିରେ କାହିଁକି ସର୍ବୋଚ୍ଚ ଟ୍ୟାକ୍ସ ଏହାର ହେତୁ ମଧ୍ୟ ଧରା ପଡ଼ିବ ।ପୁଣି ଧରା ପଡ଼ିବ କର୍ପୋରେଟମାନେ ମନ୍ଦିର ନିର୍ମାଣ ପାଇଁ ହାତ ଖୋଲି ଦେଉଛନ୍ତି, କିନ୍ତୁ ଘରୋଇ ଶିକ୍ଷାନୁଷ୍ଠାନ କରି କାହିଁକି ଗୋଟିଏ ଶିଶୁର ନାମଲେଖା ପାଇଁ କିଛି ଲକ୍ଷ ଟଙ୍କାରୁ କିଛି କୋଟି ପର୍ଯ୍ୟନ୍ତ ଫି ନେଉଛନ୍ତି ? ପୁଣି ଧରା ପଡ଼ିବ ବିଦେଶୀ ମୂଲ୍ୟବାନ କାରଗୁଡିକ ରାଜନୈତିକ ଦଳମାନଙ୍କ ପାଇଁ କିପରି ସୁଲଭ୍ୟ ହେଇ ଯାଉଛି ?