ସବୁରି ଉପରେ ଇତିହାସ : ଆତ୍ମ ଅଧିକାର ଗଣତନ୍ତ୍ରର ପୂଜାରୀ ସ୍ବେଚ୍ଛାଚାରୀ ହେଲା କାହିଁକି ?

ନ୍ୟୁୟର୍କ : (ବିଜୟ ସାହୁ)- ଦିନ ଥିଲା ଆମେରିକା ମଧ୍ୟ ପ୍ରାଚ୍ୟ ଜଗତର ପ୍ରିୟ ଓ ବିଶ୍ୱସ୍ତ ବନ୍ଧୁ ଥିଲା । ସେମାନେ ଆମେରିକାକୁ ପୂର୍ଣ ମାତ୍ରାରେ ଶ୍ରଦ୍ଧା କରୁଥିଲେ । କିନ୍ତୁ ଆଜି କାହିଁକି ମଧ୍ୟପ୍ରାଚ୍ୟ ଘୃଣା କରୁଛି ଓ ଆମେରିକା ମଧ୍ୟପ୍ରାଚ୍ୟକୁ ମଧ୍ୟ ଘୃଣା କରୁଛି ? ଏକଥା ବୁଝିବାକୁ ହେଲେ ପ୍ରାୟ ୨୦୦ ବର୍ଷ ତଳର ଆମେରିକା – ଆରବ ଜଗତର ସମ୍ପର୍କର ଇତିହାସକୁ ଐତିହାସିକ ପୃଷ୍ଠଭୂମିରେ ଭୂମିରେ ବିଚାର ଜରୁରୀ।

ପ୍ରଥମ ବିଶ୍ୱଯୁଦ୍ଧ ସମାପ୍ତ ଘୋଷଣା ପାଇଁ ଭର୍ସାଇଲ ଚୁକ୍ତି ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଚୁକ୍ତି । ଏହି ଚୁକ୍ତି ମାଧ୍ୟମରେ ଜର୍ମାନୀ ଓ ମିତ୍ର ଶକ୍ତି ମଧ୍ୟରେ ପ୍ରଥମ ବିଶ୍ୱଯୁଦ୍ଧ ପରିସମାପ୍ତି ଘଟିଲା । ଜର୍ମାନୀ ସହିତ ଥିଲେ ଜର୍ମାନୀ ସାମ୍ରାଜ୍ୟ ଓ ଅଷ୍ଟ୍ରିଆ-ହଙ୍ଗେରୀ । ମିତ୍ର ଶକ୍ତି ସହିତ ଥିଲେ ଫ୍ରାନ୍ସ, ଯୁକ୍ତ ରାଜ୍ୟ ଓ ବ୍ରିଟେନ ସାମ୍ରାଜ୍ୟ , ବେଲଜିୟମ, ମାର୍କୀନ ଯୁକ୍ତରାଷ୍ଟ୍ର,ପର୍ତ୍ତୃଗାଲ, ରୁଷିଆ,ଇଟାଲୀ,ସିୟାମ ( ଥାଇଲାଣ୍ଡ ) ।

ଯଦିଓ ଯୁଦ୍ଧ ୧୯୧୪ ରୁ ପ୍ରଥମେ ଆଞ୍ଚଳିକ ସ୍ତରରେ ଆରମ୍ଭ ହେଇଥିଲା , ଯୁଦ୍ଧର ଶେଷ ବର୍ଷ ଆଡକୁ ମାର୍କୀନ ଆମେରିକା ( ୧୯୧୭), ପର୍ତ୍ତୃଗାଲ(୧୯୧୬ ), ରୁଷିଆ (୧୯୧୬ ),ଇଟାଲୀ (୧୯୧୮ )ଓ ଥାଇଲାଣ୍ଡ ( ୧୯୧୮ )ରେ ଯୋଗ ଦେଇଥିଲେ ।
ପ୍ରଥମେ ଏହାକୁ ଗ୍ରେଟ ୱାର ଭାବରେ କୁହା ଯାଇଥିଲା । ପରେ ଏହାକୁ ବିଶ୍ୱଯୁଦ୍ଧ କୁହାଗଲା । କାରଣ ଏହି ଯୁଦ୍ଧରେ ପ୍ରାୟ ସମସ୍ତ ମହାଦେଶର ବଡ଼ ବଡ଼ ରାଷ୍ଟ୍ରମାନେ ସାମିଲ ହେଇ ଯାଇଥିଲେ ।

ପୂର୍ବରୁ ଏଭଳି ଯୁଦ୍ଧର ଧାରଣା ଆସି ନଥିଲା । ପ୍ରଥମେ ବିଶ୍ୱବାସୀ ଏହାକୁ ପ୍ରଥମ ବିଶ୍ୱ ଯୁଦ୍ଧ ଭାବୁ ନଥିଲେ । ସମସ୍ତେ ଭାବୁଥିଲେ, A War To End All Powers . ୧୯୩୯ -୧୯୪୫ ର ଗ୍ରେଟ ୱାର ପରେ ହିଁ ଐତିହାସିକମାନେ ପ୍ରଥମ ଗ୍ରେଟ ୱାରକୁ ପ୍ରଥମ ବିଶ୍ୱଯୁଦ୍ଧ ନାମକରଣ କଲେ ।

ପ୍ରଥମ ବିଶ୍ୱଯୁଦ୍ଧ ଶବ୍ଦଟି ଜର୍ମାନୀର ଜୀବ ବିଜ୍ଞାନୀ ଓ ଦାର୍ଶନିକ ଆରନେଷ୍ଟ ହାକଲ ନିଜର ଲେଖାରେ ଏହି ଯୁଦ୍ଧର ବ୍ୟାପକତା ଅନୁମାନ କରି ସେପ୍ଟେମ୍ବର ୧୯୧୪ ରେ ବିଶ୍ଵ ଯୁଦ୍ଧ ଶବ୍ଦ ୱାଲଟ ଟ୍ରିକଙ୍ଗ ବ୍ୟବହାର କରିଥିଲେ । ୧୯୩୦ ପରେ ହିଁ ଏହି ଯୁଦ୍ଧକୁ ସାଧାରଣ ଭାବରେ ବିଶ୍ୱଯୁଦ୍ଧ ରୂପେ ବ୍ୟବହାର ଆରମ୍ଭ ହେଇଥିଲା । ଜର୍ମାନୀ ପକ୍ଷର ଅନ୍ୟାନ୍ୟ ମୁଖ୍ୟ ଶକ୍ତିମାନେ ସ୍ୱତନ୍ତ୍ର ଚୁକ୍ତି ସ୍ବାକ୍ଷର କଲେ । ଯଦିଓ ଶାନ୍ତି ଚୁକ୍ତି ୧୧ ନଭେମ୍ବର ,୧୯୧୮ ରେ ସ୍ବାକ୍ଷର ହେଇଥିଲା , କିନ୍ତୁ ଲେଆଗୁଁ ଲିଗ ଅଫ ନେସନ ସଚିବାଳୟରେ ୨୧ ଅକ୍ଟୋବର ୧୯୧୯ ରେ ରେଜିଷ୍ଟ୍ରୀ ଭୁକ୍ତ ହେଇ ବିଧିବଦ୍ଧ ଭାବରେ ଯୁଦ୍ଧ ସମାପ୍ତି ଘୋଷଣା ହେଇଥିଲା ।

ପ୍ରଥମ ବିଶ୍ୱଯୁଦ୍ଧ ପରେ ଅଟୋମାନ ସାମ୍ରାଜ୍ୟ ଓ ଜର୍ମାନୀର ପରାସ୍ତ ଯୋଗୁଁ ଅଧିକାଂଶ ଅଞ୍ଚଳ ବ୍ରିଟିଶ ଓ ଫ୍ରାନ୍ସ ନିୟନ୍ତ୍ରଣରେ ରହିଲା । ଲିଗ ନେସନ ଅଫ ନେସନ ମାନଡେଟ ଅନୁଯାୟୀ ବିଜୟୀ ଶକ୍ତିମାନଙ୍କୁ ଏହି ଅଞ୍ଚଳର ପରିଚାଳନା ପାଇଁ ଦାୟିତ୍ୱ ପ୍ରଦାନ କରାଗଲା । ନିୟନ୍ତ୍ରଣ ଅଞ୍ଚଳଗୁଡିକର (ମାନଡେଟ ଏ ବି ସି )ଭୌଗଳିକ, ରାଜନୈତିକ ଓ ଅର୍ଥନୈତିକ ସ୍ଥିତିକୁ ବିଚାର କରି ଓ ବିଜୟୀ ଶକ୍ତିଙ୍କ ମଧ୍ୟରେ ସହମତି ହେଇ ଜଣ ଜଣଙ୍କ ମଧ୍ୟରେ ବାଣ୍ଟି ଦିଆଗଲା ।

ମାନଡେଟ ଏ ରେ ଇରାକ, ସିରିଆ, ଲେବାନନ ଓ ପାଲେଷ୍ଟାଇନର ପ୍ରାକ୍ତନ ତୁର୍କୀ ପ୍ରଦେଶସମୂହ । ଏହି ଅଞ୍ଚଳଗୁଡିକର ଅସ୍ଥାୟୀ ସ୍ୱାଧୀନତା ଘୋଷଣା କରାଯାଇଥିଲା, କିନ୍ତୁ ମିତ୍ର ଶକ୍ତିମାନଙ୍କ ପ୍ରଶାସନିକ ନିୟନ୍ତ୍ରଣ ମଧ୍ୟରେ ରଖା ଯାଇଥିଲା । ପୂର୍ଣ ସ୍ୱାଧୀନତା ପାଇଁ କେତେକ ସର୍ତ୍ତ ରଖା ଯାଇଥିଲା ।ଇରାକ ଓ ପାଲେସ୍ତିନ ( ବର୍ତ୍ତମାନର ଜୋର୍ଡାନ ଓ ଇସ୍ରାଇଲ ) ଗ୍ରେଟ ବ୍ରିଟେନ ଅଧୀନରେ ରହିଲା । ତୁର୍କୀ ଶାସନରେ ଥିବା ସିରିଆ ଓ ଲେବାନନ ଫ୍ରାନ୍ସ ଅଧିନକୁ ଗଲା । ୧୯୪୯ ସୁଦ୍ଧା ମାନଡେଟ ଏ ରାଷ୍ଟ୍ରଗୁଡିକ ପୂର୍ଣ ସ୍ୱାଧୀନତା ପାଇଲେ ।

ମାନଡେଟ ବି ଅଞ୍ଚଳ ଅଫ୍ରେକୀୟ କଲୋନୀ ସମୂହ ଯଥା ଟାଙ୍ଗୟିକା, ଟୋଗୋଲାଣ୍ଡର କିଛି ଭାଗ ଓ କାମେରୁନ,ରୁନନ୍ଦା ରୁଅଣ୍ଡା ଉରୁଣ୍ଡି ଯାହା ପୂର୍ବରୁ ଜର୍ମାନୀ ଅଧୀନରେ ଥିଲା ,ତାହାକୁ ମିତ୍ର ଶକ୍ତିମାନେ କେତେକ ସର୍ତ୍ତ ସହ ପରିଚାଳନା ଦାୟିତ୍ବରେ ରହିଲେ ।
ସେଇ ଭଳି ଦକ୍ଷିଣ ପୂର୍ବ ଆଫ୍ରିକାର ପ୍ରାକ୍ତନ ଅଞ୍ଚଳ ଗୁଡିକୁ ଦକ୍ଷିଣ ଆଫ୍ରିକା ପ୍ରଶାସନ ମଧ୍ୟରେ ରଖାଗଲା । ଅଷ୍ଟ୍ରେଲିଆକୁ ନ୍ୟୁ ଗୁଏନା, ନିଉଜଲାଣ୍ଡକୁ ୱେଷ୍ଟର୍ନ ସାମୋଆ, ୱେଷ୍ଟର୍ନ ପାସିଫିକ ଦ୍ୱୀପ ଗୁଡିକୁ ଜାପାନ, ନରୁଆକୁ ଅଷ୍ଟ୍ରେଲିଆ, ବ୍ରିଟେନ ଓ ନିଜଉଲାଣ୍ଡ ନିୟନ୍ତ୍ରଣକୁ ଗଲା ।

ଏହି ମାନଡେଟଗୁଡିକୁ ସୁପରଭିଜନ ଦାୟିତ୍ୱ ଯଦିଓ କାଗଜପତ୍ରରେ ଲିଗ ଅଫ ନେସନ ପାରମାନେଣ୍ଟ ମାନଡେଟ କମିଶନ ହାତରେ ଥିଲା, କିନ୍ତୁ ସର୍ତ୍ତାବଳୀ ପ୍ରୟୋଗ କରିବା କ୍ଷମତା ଓ ସାଧନ ନ ଥିଲା । ୧୯୪୬ ରେ ମାନଡେଟ ସିଷ୍ଟମକୁ ୟୁନୋଓ ଟ୍ରଷ୍ଟିସିପ ସିଷ୍ଟମ ଦ୍ଵାରା ପରିବର୍ତ୍ତନ କରା ଯାଇଥିଲା ।

ବସ୍ତୁତଃ ତ୍ରିଟି ଅଫ ଭର୍ସାଇଲସ ହିଁ ଦ୍ଵିତୀୟ ବିଶ୍ୱଯୁଦ୍ଧର ମୂଳଦୁଆ ପକେଇ ଥିଲା ।

ବର୍ତ୍ତମାନ ପ୍ରଥମ ବିଶ୍ୱଯୁଦ୍ଧ ଓ ଭର୍ସାଇଲ ଶାନ୍ତି ଚୁକ୍ତି ପ୍ରସଙ୍ଗକୁ ଆସୁଛି । ଆମେରିକା ମଧ୍ୟପ୍ରାଚ୍ୟରେ ମିତ୍ରଶକ୍ତି ମାନଙ୍କ ଦ୍ଵାରା ଭୂ-ମଣ୍ଡଳ ନିୟନ୍ତ୍ରଣ ବଣ୍ଟନରେ ଭାଗିଦାର ହେବାକୁ ଚାହିଁଲା ନାହିଁ । ଏହାର ବିବିଧ କାରଣ ରହିଛି । ବିଦେଶ ବ୍ୟାପାରରେ ଛନ୍ଦି ହେବାକୁ ଚାହୁଁ ନଥିଲା । ଆମେରିକା ଅଭ୍ୟନ୍ତରରେ ଜନମତ ଇଉରୋପୀୟମାନଙ୍କ କନ୍ଦଳ ଠାରୁ ଦୂରରେ ରହିବା ସପକ୍ଷରେ ଥିଲା । ବିଶ୍ୱଯୁଦ୍ଧ ପରିଣତି ସ୍ୱରୂପ ଇଉରୋପ ବହୁତ କ୍ଷତିଗ୍ରସ୍ତ ହେଇଥିଲା। ତେଣୁ ସେମାନଙ୍କ ଠାରୁ ଦୂରେଇ ରହି ଆମେରିକା ନିଜ ରାଷ୍ଟ୍ରର ସ୍ୱାର୍ଥରେ କାର୍ଯ୍ୟ କରିବାକୁ ସମସ୍ତେ ଚାହୁଁଥିଲେ ।

ପ୍ରେସିଡେଣ୍ଟ ୱିଡ୍ରୋ ଉଇଲସନ ପ୍ରଥମେ ଚାହୁଁଥିଲେ ଦଖଲ ଅଞ୍ଚଳଗୁଡିକୁ ସ୍ୱତନ୍ତ୍ର ରାଷ୍ଟ୍ର ନିର୍ମାଣ କରି ଆତ୍ମ ଅଧିକାର ପ୍ରଦାନ କରିବା, କିନ୍ତୁ ଶେଷରେ ଆମେରିକା ଏହି ଦାୟିତ୍ୱଠାରୁ ଦୂରେଇ ଗଲା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ଥିଲା, ଯୁକ୍ତରାଷ୍ଟ୍ର ଆମେରିକା ଯେହେତୁ ପୂର୍ବତନ କଲୋନୀ ଥିଲା, ତେଣୁ ଆମେରିକା ଜନତା ଓ ନେତାମାନଙ୍କ ଭିତରେ ପ୍ରଚଣ୍ଡ ଉପନିବେଶବାଦ ବିରୋଧୀ ପରମ୍ପରା ଥିଲା । ସେମାନେ ଚାହୁଁ ନଥିଲେ ଇଉରୋପୀୟ ଶକ୍ତିମାନଙ୍କ ସାମ୍ରାଜ୍ୟବାଦୀ କାର୍ଯ୍ୟକ୍ରମରେ ଭାଗିଦାର ହେବେ ।

ୱିଲସନଙ୍କ ଆଦର୍ଶବାଦ ଓ ବାସ୍ତବତା :

ଯଦିଓ ସେ ଜାତୀୟ ଆତ୍ମ ଅଧିକାର ର ଚମ୍ପିୟାନ ହେବା ସ୍ୱପ୍ନ ଦେଖିଥିଲେ, କିନ୍ତୁ ଏହାକୁ ବାସ୍ତବାୟିତ କରିବା ଜଟିଳ ଥିଲା ।
ତେଣୁ ମାନଡେଟରେ ସମ୍ପୁକ୍ତ ନହେଇ ଆମେରିକା ମଧ୍ୟପ୍ରାଚ୍ୟରେ କୂଟନୈତିକ ଓ ଅର୍ଥନୈତିକ ସମ୍ପର୍କ ସ୍ଥାପନର ବିକଳ୍ପ ପନ୍ଥା ଗ୍ରହଣ କଲା । ପ୍ରଥମ ବିଶ୍ୱଯୁଦ୍ଧ ପୂର୍ବରୁ ଆମେରିକା ର ମଧ୍ୟପ୍ରାଚ୍ୟ ସହ ସମ୍ପର୍କ ସୀମିତ ଥିଲା । ଆଦ୍ୟ ଉନବିଂଶ ଶତାବ୍ଦୀରେ କେବଳ ବାଣିଜ୍ୟିକ ସମ୍ପର୍କ ଥିଲା । ପ୍ରେସିଡେଣ୍ଟ ଆଣ୍ଡ୍ରୟୁ ଜାକସନ ୧୮୩୩ ରେ ମାସ୍କାଟ ଓ ଓମାନ ର ସୁଲତାନଙ୍କ ସହ ଆନୁଷ୍ଠାନିକ ସମ୍ପର୍କ ସ୍ଥାପନ କରିଥିଲେ । ସୁଲତାନ ମଧ୍ୟ ବ୍ରିଟେନର ଅପ୍ରତିରୋଧ ଆଞ୍ଚଳିକ ଆଧ୍ୟାପତ୍ୟକୁ ରୋକିବା ପାଇଁ ମାର୍କୀନ ଯୁକ୍ତରାଷ୍ଟ୍ରକୁ ବିଶ୍ୱସ୍ତ ବନ୍ଧୁ ଭାବରେ ଗ୍ରହଣ କରିଥିଲେ ।

ଦ୍ୱିତୀୟ ଭାଗ
ଏବେ ବି ବୁର୍ଜୁଆ ଚିନ୍ତାବିତଙ୍କ ବିତର୍କର ଅନ୍ତ ହେଇନାହିଁ କାହିଁକି ଆମେରିକା ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେବା ଶେଷ ପର୍ଯ୍ୟାୟରେ ମିତ୍ର ଶକ୍ତି ସାମ୍ମୁଖ୍ୟରେ ଯୋଗଦେଲା । ରାଷ୍ଟ୍ରପତି ବୁଡିର Woodrow Wilson ଯୁଦ୍ଧରୁ ଦୂରେଇ ରହିବାକୁ ଚାହୁଁଥିଲେ ।ସେ ଏହି ଯୁଦ୍ଧକୁ ଇଉରୋପର ରକ୍ତସ୍ନାତ ଯୁଦ୍ଧ ଭାବରେ ଅଭିହିତ କରି ସେଥିରେ ଗା-ଧୋଇବାକୁ ଚାହୁଁ ନଥିଲେ ।
୧୯୧୪ ଅଗଷ୍ଟ ୧୯ ରେ ରାଷ୍ଟ୍ରପତି ଔପଚାରିକ ଭାବରେ ଘୋଷଣା କରିଥିଲେ – ” The United States must be neutral in fact as well as in name during these days that are to try men’s souls . We must be impartial in thought as well as in action, must put a curb upon our sentiments as well as every transaction that might be construed as a preference one party to the struggle before another “

ସଂକ୍ଷେପରେ କହିଲେ, ସେ ଉଭୟ କଥାରେ ଓ କାର୍ଯ୍ୟରେ ଏହି ଯୁଦ୍ଧରେ କୌଣସି ପକ୍ଷରେ ଠିଆ ନ ହେଇ ନିରପେକ୍ଷ ରହିବାକୁ ଘୋଷଣା କରିଥିଲେ । ୧୯୧୪ ଏପ୍ରିଲ ୨୦ ରେ କହିଥିଲେ, ଆମର ପୂର୍ଣ କର୍ତ୍ତବ୍ୟ ହେଉଛି ଆମେରିକା ପ୍ରଥମ ।ଆମେ ଇଉରୋପ ବିଷୟରେ ଚିନ୍ତା କରିବା ପୂର୍ବରୁ ଆମେରିକା ବିଷୟରେ ଚିନ୍ତା କରିବା ଉଚିତ, ଯାହା ଦ୍ୱାରା ଆମେରିକା ଇଉରୋପର ବନ୍ଧୁ ହେବାକୁ ଯୋଗ୍ୟ ହେବ । ୧୯୧୭ ପର୍ଯ୍ୟନ୍ତ ତାଙ୍କର ଏହି ପରି ଦୃଷ୍ଟିଭଙ୍ଗୀ ଥିଲା ।

କିନ୍ତୁ କାହିଁକି ପୁଣି ସେ ଆମେରିକାକୁ
ଯୁଦ୍ଧରେ ସାମିଲ ହେବାକୁ ଯଥାର୍ଥ ଘୋଷଣା କରିଥିଲେ ?
ତାଙ୍କର “ଆମେରିକା ପ୍ରଥମ ଓ ନିରପେକ୍ଷତା” ” ବିଶ୍ୱକୁ ଗଣତନ୍ତ୍ର ପାଇଁ ନିରାପଦ କରିବା ” ଆଡେ ଢଳି ଯାଇଥିଲା ?
ଏହି ଯୁଦ୍ଧ ସମ୍ପର୍କରେ ଲେଖିଥିବା କିଛି ଐତିହାସିକଙ୍କ ମତରେ ମାତ୍ର ଗୋଟିଏ ଟେଲିଗ୍ରାମ ସବୁକିଛି ବଦଳାଇ ଦେଇଥିଲା ।

ଏହି ଟେଲିଗ୍ରାମଟି ଥିଲା ଜିମରମ୍ୟାନ ଟେଲିଗ୍ରାମ । ଜର୍ମାନୀର ବୈଦେଶିକ ମନ୍ତ୍ରୀ ଅର୍ଥର ଜିମରମ୍ୟାନ ମେକ୍ସିକୋରେ ଅବସ୍ଥାପିତ ଜର୍ମାନୀ ରାଷ୍ଟ୍ରଦୂତ ହେନେରିକ ଭନ ଏକାର୍ଡଙ୍କୁ ୧୯୧୭ ଜାନୁଆରୀ ୧୬ ରେ ପଠେଇଥିଲେ । ଏହା ଏକ ଗୁପ୍ତ ରାଜନୈତିକ ବାର୍ତ୍ତା । ଟେଲିଗ୍ରାମକୁ ଜଣେ ବ୍ରିଟିଶ ଗୁପ୍ତଚର ଧରି ଥିଲେ ଓ ଏହାକୁ ଡିକୋଡ଼ କରି ଆମେରିକାକୁ ହସ୍ତାନ୍ତର କରିଥିଲେ ।
ଫେବୃଆରୀ ମାସରେ ଏହା ପ୍ରକାଶିତ ହେବା ପରେ ଆମେରିକା ଜନମତ ଜର୍ମାନୀ ବିରୁଦ୍ଧରେ ଯାଇଥିଲା । ଫଳରେ ରାଷ୍ଟ୍ରପତିଙ୍କୁ ନିରପେକ୍ଷତା ନୀତି ପରିବର୍ତ୍ତନ କରିବାକୁ ପଡିଥିଲା ଓ ସେ ଏପ୍ରିଲ ୬ ରେ ଜର୍ମାନୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ ।

ଯୁଦ୍ଧ ଘୋଷଣା ପୂର୍ବରୁ ପ୍ରେସିଡେଣ୍ଟ କଂଗ୍ରେସରେ ଉପସ୍ଥିତ ହେଇ ଘୋଷଣା କଲେ -The World must be made safe for democracy . ” କଂଗ୍ରେସ ସଭ୍ୟମାନେ ବିନା ପ୍ରତିବାଦରେ ଉତ୍ସାହିତ ହେଇ ରାଷ୍ଟ୍ରପତିଙ୍କୁ ଯୁଦ୍ଧ ଘୋଷଣାର ଅନୁମତି ଦେଲେ ।
ପ୍ରଥମ ଥର ପାଇଁ ଆମେରିକା ଅନ୍ୟ ଦେଶକୁ ସେନା ପଠେଇ ମିତ୍ରପକ୍ଷ ସାମ୍ମୁଖ୍ୟରେ ଯୁଦ୍ଧରେ ସାମିଲ ହେଲା ଯାହା ଇଉରୋପୀୟ ଯୁଦ୍ଧ ଭାବରେ ଆରମ୍ଭ ହେଇଥିଲା । ଏତାଦୃଶ ଘଟଣା ପରବର୍ତ୍ତୀ ଗୋଟିଏ ଶତାବ୍ଦୀ ପର୍ଯ୍ୟନ୍ତ ଆମେରିକାର ଯୁଦ୍ଧ ନୀତିକୁ ପ୍ରଭାବିତ କରି ଥିଲା ।

ଟେଲିଗ୍ରାମର ବିଷୟ ଵସ୍ତୁ ସଂକ୍ଷେପରେ ଉଲ୍ଲେଖ କରୁଛି – ଆମେରିକା ଯଦି ଜର୍ମାନୀ ବିରୁଦ୍ଧରେ ଯୁଦ୍ଧରେ ଯୋଗଦାନ କରେ ତାହେଲେ ଜର୍ମାନୀ ଓ ମେକ୍ସିକୋ ମଧ୍ୟରେ ଗୋଟିଏ ସାମରିକ ସଙ୍ଘ ଗଠନ ପ୍ରସ୍ତାବ ଥିଲା । ଜର୍ମାନୀ ମେକ୍ସିକୋକୁ ଆର୍ଥିକ ଓ ସାମରିକ ସହାୟତା ଦେଵ ଓ ଯୁଦ୍ଧରେ ଜିତିଲେ ମେକ୍ସିକୋକୁ ଟେକ୍ସାସ,ନିୟୁ ମେକ୍ସିକୋ ଓ ଆରିଜୋନା ପରି ଆମେରିକୀୟ ଅଞ୍ଚଳକୁ ଫେରାଇ ଦେଵ ।

ଅବଶ୍ୟ ମେକ୍ସିକୋ ଜର୍ମାନୀର ପ୍ରସ୍ତାବକୁ ଗୁରୁତର ସହ ବିଚାର କରି ନଥିଲା ।କାରଣ ଏହା ସାମରିକ ଓ ରାଜନୈତିକ ଦୃଷ୍ଟିକୋଣରୁ ସମ୍ଭବ ନ ଥିଲା । ଅନ୍ୟ ପକ୍ଷରେ ଜର୍ମାନୀର ଏହି ଟେଲିଗ୍ରାମ ବାର୍ତ୍ତା,ଯୁଦ୍ଧରେ ଵିଜୟ ପରେ ଆମେରିକାର ମେକ୍ସିକୋର ବୈପ୍ଳବିକ କ୍ରିୟାକଳାପ ( ୧୯୧୦ -୧୯୨୦ମି) ପ୍ରତି ସନ୍ଦେହ ବୃଦ୍ଧି କରି ଥିଲା । ଏହା ଆମେରିକାର ଲାଟିନ ଆମେରିକାରେ ବୈଦେଶିକ ନୀତିକୁ ରୂପାୟିତ କରିଥିଲା । ଏବଂ ଆଞ୍ଚଳିକ ପ୍ରଭୁତ୍ୱ ଉପରେ ଗୁରୁତ୍ୱ ଦେଇଥିଲା ଯାହାକି Monroe Doctrine ଭାବରେ ପରିଚିତ ।
James Monroe ହେଉଛନ୍ତି ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ ରାଷ୍ଟ୍ରପତି । ଏହି ସିଦ୍ଧାନ୍ତ ( Docrine ) ତାଙ୍କର ଇଉରୋପୀୟ ଶକ୍ତିଗୁଡିକୁ ପୁନରାୟ ପଶ୍ଚିମ ଗୋଲାର୍ଦ୍ଧରେ ଉପନିବେଶ ସୃଷ୍ଟିକୁ ପ୍ରତିରୋଧ କରିବା ଓ ଆମେରିକାର ଆଞ୍ଚଳିକ ପ୍ରାଧାନ୍ୟକୁ ଜାହିର କରିବା ପାଇଁ ଉଦିଷ୍ଟ ଥିଲା ।
ଜିମରମ୍ୟାନ ଟେଲିଗ୍ରାମ ଆମେରିକାର ପ୍ରଥମ ବିଶ୍ୱଯୁଦ୍ଧରେ ସାମିଲ ହେବା ଓ ଆମେରିକାକୁ ଏକ ବିଶ୍ୱ ଶକ୍ତି ହେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେଇଥିଲା ।
ଅବଶ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ ଇଉରୋପୀୟ ବ୍ୟାପାରରେ ସମ୍ପୃକ୍ତି ସୀମିତ ଥିଲା ।
1919 ସୁଦ୍ଧା ଆମେରିକା ଶିଳ୍ପ ଉତ୍ପାଦନ କ୍ଷମତା ବୃଦ୍ଧି କରି ଓ ଆମେରିକା ବ୍ୟାଙ୍କଗୁଡିକ ମାଧ୍ୟମରେ ଇଉରୋପୀୟ ରାଷ୍ଟ୍ରଗୁଡିକୁ ୠଣ ପ୍ରଦାନ କରି ଗୋଟିଏ ଶକ୍ତିଶାଳୀ ଆର୍ଥିକ ଶକ୍ତି ହେଲା । କିନ୍ତୁ ରାଜନୈତିକ ଦିଗରେ ଇଉରୋପୀୟ ବ୍ୟାପାରରୁ ନିଜକୁ ଦୂରେଇ ରଖିଥିଲା ।
ପ୍ରାକ୍ତନ ରାଷ୍ଟ୍ରପତି Woodrow Wilson ଙ୍କ ପ୍ରସ୍ତାବ ସତ୍ତ୍ୱେ ଭର୍ସାଇଲ ଚୁକ୍ତିକୁ ଆମେରିକା ସିନେଟ 1919 ଓ 1920 ରେ ନାକଚ କଲା ଓ League Of Nations ରେ ଯୋଗ ଦେଲା ନାହି ।
1920s is known as Roaring Twenties .
ଏହି ସମୟରେ ଆର୍ଥିକ ବିକାଶ,ସାଂସ୍କୃତିକ ପରିବର୍ତ୍ତନ,
ଉପଭୋକ୍ତାବାଦ , ଶ୍ରମିକ ଧର୍ମଘଟ , କମ୍ୟୁନିଷ୍ଟ ଦର୍ଶନ ଓ ସମାଜବାଦ ଉପରେ ଚର୍ଚ୍ଚା କରୁଥିବା ବ୍ୟକ୍ତିମାନଙ୍କୁ ଦମନ, ଉତ୍ପୀଡନ ଇତ୍ୟାଦି ଆରମ୍ଭ ହେଲା ।

ଯୁଦ୍ଧ ପରେ ରାଜନୈତିକ ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିଲା । ମହିଳାମାନେ ଯୁଦ୍ଧରେ ସହଯୋଗ କରିଥିବାରୁ ସମ୍ବିଧାନର ୧୯ତମ ସଂଶୋଧନ ମାଧ୍ୟମରେ ଭୋଟ ଅଧିକାର ପ୍ରଦାନ କରାଗଲା । ଅନ୍ୟ ପକ୍ଷରେ ଜାତିଗତ ଭେଦଭାବ, ହିଂସା ଉତ୍ତେଜନା ମଧ୍ୟ ଘନୀଭୂତ ହେଲା । କାରଣ ଆଫ୍ରେକୀୟ ଆମେରିକୀୟ ସୈନ୍ୟ ଯୁଦ୍ଧରୁ ଫେରିବା ପରେ ସେମାନଙ୍କ ଆମେରିକା ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ସତ୍ତ୍ୱେ ନିଯୁକ୍ତିରେ ପକ୍ଷପାତର ସମ୍ମୁଖୀନ ହେଲେ । ସେମାନେ ଆଶା କରିଥିଲେ ଯୁଦ୍ଧରୁ ଫେରିବା ପରେ ସମ୍ମାନ ଓ ସମ୍ବର୍ଦ୍ଧନା ପାଇବେ । କାରଣ ସେମାନଙ୍କୁ କୁହା ଯାଇଥିଲା ଗଣତନ୍ତ୍ରର ଵିଜୟ ଓ ସୁରକ୍ଷା ପାଇଁ ଯୁଦ୍ଧକୁ ଯାଉଛ । କିନ୍ତୁ ଫେରିବା ପରେ ସେମାନେ ଜିମ କ୍ରୋ ବିଚ୍ଛେଦ ନୀତି, ଭୋଟ ଅଧିକାର ରୁ ବଞ୍ଚିତ ହେଲେ ଓ ଅସୁରକ୍ଷିତ ଭାବ ସୃଷ୍ଟି ହେଲା । ସୂତରାଂ , କିଛି ବର୍ଷ ପରେ ଯୁଦ୍ଧ ଵିଜୟକୁ ଲୋକେ ଭୁଲି ଗଲେ ଓ ଆମେରିକାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିବା ପ୍ରକ୍ରିୟା ଆରମ୍ଭ ହେଇଗଲା ।

Leave a Reply

Your email address will not be published. Required fields are marked *