SIR ବିବାଦ : ଗୃହ ଯୁଦ୍ଧ ମୁହାଁ ବିହାର BIHAR

ପାଟନା : (ବିଜୟ ସାହୁ)- ନିର୍ବାଚନ କମିଶନ 1 ଅଗଷ୍ଟରେ ବିହାର ଭୋଟର ତାଲିକା ପ୍ରକାଶ କରିବା ପରେ ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ ଜଣା ପଡ଼ିଲା ଯେ ସମୁଦାୟ ପୂର୍ବରୁ ରେଜିଷ୍ଟ୍ରୀ ଭୁକ୍ତ ଭୋଟର 7.93 କୋଟି ମଧ୍ୟରୁ 65 ଲକ୍ଷ ଭୋଟରଙ୍କୁ ବାଦ ଦେଇ 7.24 କୋଟି ଭୋଟରଙ୍କୁ ଡ୍ରାଫ୍ଟ ତାଲିକାରେ ରଖିଛନ୍ତି ।
65 ଲକ୍ଷ ଭୋଟରଙ୍କ ମଧ୍ୟରୁ 22.3 ଲକ୍ଷ ହେଉଛନ୍ତି ମୃତ ଭୋଟର ଓ 36.3 ଲକ୍ଷ ଭୋଟର ଅନ୍ୟତ୍ର ପଳାୟନ କରିଛନ୍ତି ଅଥବା ଘରେ ଉପସ୍ଥିତ ନାହାନ୍ତି ।
7 ଲକ୍ଷ ଭୋଟର ନାଁ ଦୁଇଟି ସ୍ଥାନରେ ରହିଛି ।
କିନ୍ତୁ ଏହି ତାଲିକାରେ ଜଣେ ହେଲେ ବି ବଙ୍ଗଳା ଦେଶୀ ବା ପାକିସ୍ତାନୀ ନାଗରିକଙ୍କ ଭୋଟର ତାଲିକାରେ ରେଜିଷ୍ଟ୍ରୀ ଭୁକ୍ତ ହେଇ ଥିବା କଥା ନିର୍ବାଚନ କମିଶନ ସୂଚିତ କରି ନାହାନ୍ତି । ତେଣୁ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିକୁ ସତ୍ୟ ବୋଲି ଧରିଲେ ଜଣା ପଡ଼ିଲା 22.3 ଲକ୍ଷ ଭୋଟର ମୃତ ହେଇ ଯାଇଛନ୍ତି ।
ବିଷୟଟି ଉପରେ ପୂର୍ଵ ସୂଚନା ଜରୁରୀ ।
ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଭୋଟର ତାଲିକା ତଥ୍ୟ ସଂଗ୍ରହକାରୀ BLOମାନେ 2024, ଜୁନ 1 ତାରିଖରୁ ଘରକୁ ଘର ବୁଲିବା କଥା । କିନ୍ତୁ ଏହି ପ୍ରକ୍ରିୟା 25 ଜୁନ 2025 ରୁ ଆରମ୍ଭ କରି ଜୁଲାଇ 31 2025ରେ ସାରିଦେଲେ ଓ 1 ଅଗଷ୍ଟରେ ଉପରୋକ୍ତ ଡ୍ରାଫ୍ଟ ତାଲିକା ଘୋଷଣା କଲେ । କିନ୍ତୁ ଏହି ତାଲିକାରେ ଯେଉଁ 65 ଲକ୍ଷ ଭୋଟରଙ୍କୁ ମୃତ ଅଥବା ସ୍ଥାୟୀ ଭାବରେ ପଳାୟନ ବୋଲି ଘୋଷଣା କଲେ ସେଥିରେ ପ୍ରତ୍ୟେକ ଭୋଟରଙ୍କ କୌଣସି ତଥ୍ୟ ନାହିଁ ।
ପୁଣି ଯେଉଁ 7.24 କୋଟି ଭୋଟରଙ୍କ ନାଁ ଡ୍ରାଫ୍ଟ ତାଲିକାରେ ରହିଛି ତାହା ଯେ ଚୂଡାନ୍ତ ତାଲିକାରେ ରହିବ ତାର କୌଣସି ଗ୍ୟାରେଣ୍ଟି ନାହିଁ । ସେପ୍ଟେମ୍ବର 1 ତାରିଖ ମଧ୍ୟରେ ଏଥିରୁ ଅନେକ ବାଦ ପଡି ପାରନ୍ତି । କାରଣ BLO ମାନେ ସମସ୍ତଙ୍କୁ Recommend କରି ନାହାନ୍ତି ।
ତେଣୁ ଆଶଙ୍କା ପ୍ରକାଶ ପାଇଛି ଆହୁରି 30 ଲକ୍ଷ ଭୋଟର ଚୂଡାନ୍ତ ତାଲିକାରୁ ବାଦ ପଡି ପାରନ୍ତି ।
ନିର୍ବାଚନ କମିଶନ ଓ କେନ୍ଦ୍ର ସରକାରଙ୍କ ଯୁକ୍ତି ଥିଲା ନିର୍ବାଚନ ପୂର୍ବରୁ ଏହି SIR କରିବା ମୁଖ୍ୟ କାରଣ ହେଉଛି -CLEAN UP . ଅର୍ଥାତ ବିଦେଶୀ ନାଗରିକଙ୍କୁ ହଟେଇ ପ୍ରକୃତ ଭାରତୀୟ ନାଗରିକ ଙ୍କୁ ଭୋଟର ତାଲିକାରେ ରଖିବା ।
ସେମାନେ ନେପାଳ, ବର୍ମା ଓ ବଙ୍ଗଳାଦେଶୀ ଭୋଟରଙ୍କୁ CLEAN UP କରିବେ । ନାଗରିକ ଚିହ୍ନଟ କରିବା କ୍ଷମତା ହେଉଛି କେନ୍ଦ୍ର ଗୃହ ବିଭାଗର । ନିର୍ବାଚନ କମିଶନଙ୍କ ଏହି ଦାୟିତ୍ୱ ନୁହେଁ । ଏକଥା ମଧ୍ୟ ସୁପ୍ରିମକୋର୍ଟ ନିଜର ଦୁଇ ଦିନ ଶୁଣାଣି ବେଳେ ନିର୍ବାଚନ କମିଶନ ଙ୍କୁ ଜଣେଇ ଦେଇଛନ୍ତି ।
ତଥାପି ନିର୍ବାଚନ କମିଶନ ଭାରତୀୟ ନାଗରିକ ଚିହ୍ନଟ ପ୍ରକ୍ରିୟା ଭଳି ଭୋଟର ସଂଶୋଧନ କରିବା ସତ୍ତ୍ୱେ ଜଣେ ବି ବିଦେଶୀ ନାଗରିକ ଙ୍କୁ ଚିହ୍ନଟ କରି ନାହାନ୍ତି । ଯେଉଁ 65 ଲକ୍ଷ ଭୋଟର ବାଦ ତାଲିକା ପ୍ରକାଶ କରିଛନ୍ତି ସେଥିରେ ତିନି ବର୍ଗର ତାଲିକା ରହିଛି ।
1-ମୃତ, 2-ସ୍ଥାୟୀ ପଳାୟନ, 3- ଘରେ ଅନୁପସ୍ଥିତ ।
ପୁଣି ଯେଉଁ ବାଦ ତାଲିକା ପ୍ରକାଶ ହେଇଛି ସେମାନଙ୍କ ନାଁ ଉଲ୍ଲେଖ ହେଇନାହିଁ ।
ପୂର୍ବରୁ ଯେତେବେଳେ ବି ନିର୍ବାଚନ ପୂର୍ବରୁ ଭୋଟର ତାଲିକା
ସଂଶୋଧନ ହେଇଛି ସେତେବେଳେ ଡ୍ରାଫ୍ଟ ତାଲିକା ପ୍ରକାଶ ବେଳେ ନିମ୍ନ ସୂଚନା ରହି ଥାଏ ।
1-ଭୋଟର ନାମ ଓ ଫଟୋ
2-ପିତା/ସ୍ୱାମୀ
3-ବୁଥ
4-ଭୋଟର କ୍ରମିକ ନମ୍ବର ଓ EPIC ନମ୍ବର
5- ବିଧାନସଭା କ୍ରମିକ ନମ୍ବର
6- ଜିଲ୍ଲା/ ରାଜ୍ୟ
ପୁଣି ପ୍ରତ୍ୟେକ ବୁଥର ଭୋଟର ତାଲିକା ସହ ଗୋଟିଏ ସଂଶୋଧନ ତାଲିକା ରହିଥାଏ । ଏହି ତାଲିକାରେ ନୂଆ ଭୋଟର/ ମୃତ ବା ଅନୁପସ୍ଥିତ ଭୋଟର ତାଲିକା ରହିଥାଏ । ଯଦି ନୂଆ ବୁଥ ହେଇଥାଏ ତାହେଲେ କୋଉ କ୍ରମିକ ନମ୍ବର ରୁ କୋଉ କ୍ରମିକ ନମ୍ବର ଭୋଟର କେଉଁ ବୁଥକୁ ଗଲେ ତାହା ରହିଥାଏ । ଏଥର ସେହି ତଥ୍ୟ ନାହିଁ । ତେଣୁ ନିର୍ବାଚନ କମିଶନଙ୍କ ତଥ୍ୟ ପ୍ରଦାନ SITE ରୁ ଜଣେ ସାଧାରଣ ଭୋଟର ଖୋଜି ପାଇବା ସମ୍ଭବ ନୁହେଁ । କାରଣ EPIC ନମ୍ବର ସମ୍ପୂର୍ଣ୍ଣ ନୂଆ ରଖା ଯାଇଛି ।
ଯେଉଁ ତଥ୍ୟ ବିହାର ଆର ଜେ ଡି ନେତା ତେଜସ୍ୱୀ ସାମ୍ବାଦିକ ସମ୍ମିଳନୀରେ ପ୍ରମାଣ ଦେଇଛନ୍ତି ।
ନିର୍ବାଚନ କମିଶନଙ୍କ ଜାଲିଆତି ଧରା ପଡି ଯିବା ପରେ ତେଜସ୍ୱୀଙ୍କ ଭୋଟର ନାଁ ଅନ୍ୟ EPIC ନମ୍ବର ରେ ରହିଛି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ।
ଭୋଟରଙ୍କ ସ୍ଥାୟୀ ଠିକଣା ବଦଳାଇବା ଅଧିକାର ନିର୍ବାଚନ କମିଶନଙ୍କ ରହିଛି କି ? ତେଜେସ୍ୱୀ
ଏଥିପାଇଁ ଆବେଦନ କରିଛନ୍ତି କି ?
65 ପ୍ରକାଶ ପାଇଥିବା 7 .24 କୋଟି ଜୀବନ୍ତ ଭୋଟରଙ୍କ ମଧ୍ୟରୁ ଲକ୍ଷାଧିକ ସଂଖ୍ୟାରେ ଅନୁରୂପ ତୃଟି ହେଇ ଥାଇ ପାରେ । ସାଧାରଣ ଭୋଟର କିପରି ଜାଣିବେ । ଯେଉଁ ଭୋଟର ବିଭିନ୍ନ କାମ ଧନ୍ଦା ପାଇଁ ବାହାର ରାଜ୍ୟ , ଏପରି କି ପଡୋଶୀ ଜିଲ୍ଲାକୁ ଯାଇଥାନ୍ତି ସେମାନେ କଣ କାମ ଧନ୍ଦା ଛାଡି BLO ପାଖକୁ ଦୈନିକ ଦୌଡ଼ିବେ ?
ନିର୍ବାଚନ କମିଶନଙ୍କ ଯଦି ମହତ ଉଦେଶ୍ୟ ରହିଥାନ୍ତା ତାହେଲେ ଡ୍ରାଫ୍ଟ ତାଲିକା ସହ ପୂର୍ଵ ଭୋଟର ତାଲିକା Web Site ରେ ଦେଇଥାନ୍ତେ ଓ ବୁଥ ତାଲିକା ସହ Addition/Deletion ତାଲିକା ଦେଇଥାନ୍ତେ ।
ତାହେଲେ ପ୍ରକୃତ ଭୋଟର ସଂଶୋଧନ ପାଇଁ ସୁଯୋଗ ପାଇଥାନ୍ତେ ।
ଏଥିରୁ ଜଣା ପଡୁଛି ସୁପ୍ରିମ କୋର୍ଟ ଯଦି ଆଗାମୀ 12/13 ଶୁଣାଣି ବେଳେ ଡ୍ରାଫ୍ଟ ତାଲିକାକୁ ଅସିଦ୍ଧ ଘୋଷଣା ନ କରନ୍ତି ତାହେଲେ ନିର୍ବାଚନକୁ ବିରୋଧୀ ଦଳ ସମ୍ପୂର୍ଣ୍ଣ ବର୍ଜନ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ ।
1983 ରେ ଆସାମ ବିଧାନସଭା ନିର୍ବାଚନ ବର୍ଜନ ଇତିହାସ ଆମ ପାଖରେ ଅଛି । All Assam Students Union ( AASU ) ଓ ALL ASSAM GANA SANGRAM PARISAD ( AAGSU ) ଆନ୍ଦୋଳନ ( 1879-85 ) ଆସାମ ଇତିହାସ ରେ ଏକ ବଡ଼ ଘଟଣା ଯାହା ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହେଇଥିଲା । ପ୍ରଥମେ ଆରମ୍ଭ ହେଇଥିଲା 1979 ମଙ୍ଗଲଦୋଇ ଉପ ନିର୍ବାଚନକୁ କେନ୍ଦ୍ର କରି । ଏହା ଭୋଟର ତାଲିକାରୁ ବଙ୍ଗଳାଦେଶୀ ନାଗରିକ ଙ୍କୁ ବାଦଦେବା ପାଇଁ । କିନ୍ତୁ ଇନ୍ଦିରା ଗାନ୍ଧୀ ପ୍ରଥମେ ଗୁରୁତ୍ୱ ନ ଦେଇ 1983 ବିଧାନସଭା ନିର୍ବାଚନ ଘୋଷଣା କଲେ । ପ୍ରଫୁଲ୍ଲ ମହନ୍ତଙ୍କ ନେତୃତ୍ୱରେ ଭୋଟ ବର୍ଜନ ଘୋଷଣା ହେଲା । ଏହାର ପ୍ରଭାବ ସାମଗ୍ରିକ ଥିଲା । ସରକାରୀ ତଥ୍ୟ ଅନୁଯାୟୀ ଯଦିଓ 20% ଭୋଟର ଭୋଟ ଦେଇଥିଲେ, କିନ୍ତୁ ବାସ୍ତବରେ ମୂଳ ବାସିନ୍ଦା କୌଣସି ଭୋଟ ଦେଇ ନ ଥିଲା । କେବଳ ବଙ୍ଗ ଭାଷୀ କିଛି ଭୋଟର ଭୋଟ ଦେଇଥିଲେ । କଂଗ୍ରେସ ସରକାର ସର୍ବାଧିକ ଆସନ ଜିତି ସରକାର ଗଠନ କଲେ ମଧ୍ୟ ଏହାକୁ ଅନୈତିକ ସରକାର ବୋଲି ଆନ୍ଦୋଳନକାରୀ ଘୋଷଣା କରିଥିଲେ ଓ ଆନ୍ଦୋଳନ ଜାରୀ ରଖିଥିଲେ । ଏହି ପର୍ଯ୍ୟାୟରେ ନେଲି ବୀଭତ୍ସ ହତ୍ୟା କାଣ୍ଡ ହେଇଥିଲା । ଟ୍ରାଇବାଲମାନେ ଗାଁ ଗାଁ ପଶି ପ୍ରାୟ 3000 ମୁସଲିମଙ୍କୁ ହତ୍ୟା କରିଥିଲେ । ଏଥିରେ ଅଧିକାଂଶ ଶିଶୁ, ମହିଳା ଓ ବୃଦ୍ଧ ଶିକାର ହେଇଥିଲା । ପ୍ରାୟ ଦୁଇ ବର୍ଷକାଳ ଆସାମ ଅବରୋଧ ଇତ୍ୟାଦି ହେଇଥିଲା । ନେଲି ଶିଶୁ ହତ୍ୟା ଫଟୋ ସମସ୍ତଙ୍କୁ ଦୋହଲାଇ ଦେଇଥିଲା । ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ 1985 ରେ Assam Accord ମାଧ୍ୟମରେ ଶାନ୍ତି ଫେରେଇ ଥିଲେ ଓ ସେହି ବର୍ଷ ନିର୍ବାଚନରେ ପ୍ରଫୁଲ୍ଲ ମହନ୍ତ ସର୍ବ କନିଷ୍ଠ ନେତା ଭାବରେ ମୁଖ୍ୟମନ୍ତ୍ରୀ ହେଇଥିଲେ ।
କିନ୍ତୁ ଏହି ଆନ୍ଦୋଳନ ଆସାମର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସବୁ ଦିନ ପାଇଁ ଘୃଣା ଭାବ ସୃଷ୍ଟି କରିଥିଲା ।
ଆଜି ବି ଆସାମର ନାଗରିକ ଚିହ୍ନଟ ପ୍ରକ୍ରିୟା ଶେଷ ହେଇନାହିଁ ଓ ଜଣେ ବି ନାଗରିକ ପରିଚୟ ପତ୍ର ପାଇ ନାହାନ୍ତି । ଏହା ଭିନ୍ନ ଆଲୋଚନା ।
ତେଣୁ ନିର୍ବାଚନ କମିଶନ ନିଜର ମନ କୀ ବାତ ଛାଡି ବିହାର ଲୋକଙ୍କ ମନ କୀ ବାତକୁ ଯଦି ନ ଶୁଣନ୍ତି ତାହେଲେ ଆସାମ ଘଟଣାର ପୁନରାବୃତ୍ତି ହେଇପାରେ ।।