ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ଅସନ୍ତୋଷ ଓ ନୂଆ ଆଇନ
ଭୁବନେଶ୍ୱର :(ବିଜୟ ସାହୁ )-Transgender Persons ( Protection of Rights )Amendment Bill 2026 ପାର୍ଲିଆମେଣ୍ଟର ଉଭୟ ସଦନରେ ବିନା ଆଲୋଚନାରେ ଗୃହୀତ ହେବା ପରେ ସେମାନଙ୍କ ମଧ୍ୟରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ ହେଇଛି । ଏହାର ସମାଲୋଚକ ଓ ସାମାଜିକ କର୍ମୀ ଦେଶବ୍ୟାପୀ ପ୍ରତିବାଦ କରିଛନ୍ତି । ଏହା ଦ୍ୱାରା ମୌଳିକ ମାନବିକ ଅଧିକାରଗୁଡିକୁ ଖର୍ବ କରା ଯାଇଛି ।
2014 ମସିହାରେ National Legal Services Authority Vr Union Of India ମୋକଦ୍ଦମାରେ ଯେଉଁ ରାୟ ସୁପ୍ରିମକୋର୍ଟ ଦେଇଥିଲେ ଯାହାକି Nalsa Judgement ଭାବରେ ପରିଚିତ ତାହାକୁ ଏହି ସଂଶୋଧନ ଵିଲ ମାଧ୍ୟମରେ ଅକାମୀ କରି ଦିଆ ଯାଇଛି । Nalsa Judgement ମାଧ୍ୟମରେ ଭାରତର Transgender Persons ନିଜର ଲିଙ୍ଗ ପରିଚୟ କ୍ଷେତ୍ରରେ ଆଇନଗତ ଅଧିକାର ପାଇଥିଲେ । ବର୍ତ୍ତମାନ ଯଦି ରାଷ୍ଟ୍ରପତି ଏହି ବିଲକୁ ଅନୁମୋଦନ କରନ୍ତି ତାହେଲେ ସେହି ଅଧିକାର ସାବ୍ୟସ୍ତ କରିବା ଅସମ୍ଭବ ଓ ଵ୍ୟୟ ବହୁଳ ।
Nalsa Judgementରେ କେତେଗୁଡିଏ ଗୁରୁତ୍ତ୍ୱପୂର୍ଣ୍ଣ ଦିଗ ରେଖାଙ୍କିତ କରା ଯାଇଥିଲା
(1) ଚିକିତ୍ସା ପଦ୍ଧତି ବା ଲିଙ୍ଗ ପରିବର୍ତ୍ତନ ସର୍ଜରୀ ବାଧ୍ୟତାମୂଳକକୁ ବେଆଇନ ଘୋଷଣା କରିଥିଲେ ;
(2) Transgender Persons କ୍ଷେତ୍ରରେ ସମତା ( ଅନୁଛେଦ 14),ବୈଷମ୍ୟହୀନତା ( ଅନୁଛେଦ 15) ଓ ବ୍ୟକ୍ତି ସ୍ୱାଧୀନତା ( ଅନୁଛେଦ 21 ) ଇତ୍ୟାଦି ମୌଳିକ ଅଧିକାର ସମୂହକୁ ଅଦାଲତ ସୁନିଶ୍ଚିତ କରିଥିଲା ।
(3) ଏମାନଙ୍କୁ ସାମାଜିକ ଓ ଶିକ୍ଷାଗତ ଭାବେ ଅନଗ୍ରସର ଶ୍ରେଣୀ ବା ଏସଇବିସି ଭାବରେ ଗଣ୍ୟ କରିବା ଓ ଶିକ୍ଷା ଏବଂ ଚାକିରୀ କ୍ଷେତ୍ରରେ ସଂରକ୍ଷଣ ଅଧିକାର ଦେବାକୁ ନିର୍ଦ୍ଦେଶ ପ୍ରଦାନ କରା ଯାଇଥିଲା ।
(4) ଏମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ସେବା ,ପୃଥକ ଗଣ ଶୌଚାଳୟ ଓ ସମାଜ କଲ୍ୟାଣମୂଳକ ପ୍ରକଳ୍ପ ପ୍ରଦାନ କରିବା ନିର୍ଦ୍ଦେଶ ଥିଲା ।
ବର୍ତ୍ତମାନର ସଂଶୋଧନ ଅନୁଯାୟୀ ମେଡ଼ିକାଲ ବୋର୍ଡ଼ ବ୍ୟବସ୍ଥା ପୁନଃ ଲାଗୁ କରା ଯାଇଛି ଓ ଆତ୍ମ ପରିଚୟ ଅଧିକାରକୁ ପ୍ରତ୍ୟାହାର କରି ନିଆ ଯାଇଛି ।
Nalsa Judgement ପୃଷ୍ଠଭୂମୀ ନିମ୍ନ ପ୍ରକାର ଥିଲା –
2012 ମସିହାରେ ଜନସ୍ୱାର୍ଥ ମାମଲା ର ମୁଖ୍ୟ ଅଭିଯୋଗ ଥିଲା ଏମାନଙ୍କୁ ସ୍ୱତନ୍ତ୍ର ଲିଙ୍ଗ ଭାବରେ ଆଇନଗତ ସ୍ୱୀକୃତି ନଥିବା ହେତୁ ସେମାନେ କୋଣଠେସା ଓ ନିରନ୍ତର ନିର୍ଯ୍ୟାତନାର ଶିକାର ହେଉଛନ୍ତି । ତେଣୁ ଭୋଟଦାନ ଅଥବା ବିଭିନ୍ନ ଲାଇସେନ୍ସ ପାଇବା ପାଇଁ ପୁରୁଷ ଅଥବା ନାରୀ ଭାବରେ ଉଲ୍ଲେଖ କରିବାକୁ ପଡୁଥିଲା । ତୃତୀୟ ବିକଳ୍ପ ନଥିଲା । ଫଳରେ ସେମାନେ ଅସ୍ପୃଶ୍ୟ ଭାବରେ ବିଚାରିତ ହେଉଥିଲେ ଓ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ କର୍ମ ସଂସ୍ଥାନରେ ତୀବ୍ର ସାମାଜିକ ବଞ୍ଚନାର ଶିକାର ହେଉଥିଲେ । ତେଣୁ ମାମଲାରେ ସେମାନଙ୍କୁ ତୃତୀୟ ଲିଙ୍ଗ ଭାବରେ ପରିଚୟ ପ୍ରଦାନ ଅଧିକାର ମାଧ୍ୟମରେ ମୌଳିକ ସାମ୍ବିଧାନିକ ଅଧିକାରଗୁଡିକୁ ସୁନିଶ୍ଚିତ କରିବା ଯୁକ୍ତି ରଖା ଯାଇଥିଲା ।
ଏଠାରେ ଉଲ୍ଲେଖ କରା ଯାଇପାରେ ଯେ ଏହି ଗୋଷ୍ଠୀ ଉପନିବେଶିକ ଯୁଗର1871 କ୍ରିମିନାଲ ଟ୍ରାଇବସ ଆଇନର ଉତ୍ତରାଧିକାରୀ ଭାବରେ ବିବେଚିତ ହେଉଥିଲେ ଓ ସେଇ କାରଣରୁ ଜନ୍ମଗତ ଅପରାଧୀ ଭାବରେ ସମାଜ ,ପୋଲିସ ଓ ବ୍ୟବସ୍ଥା ଧରି ନେଉଥିଲା । Nalsa ରାୟ ପୂର୍ବରୁ ଏହି ବର୍ଗ ନିଜ ଲିଙ୍ଗ ପରୀକ୍ଷା କରିବା ପାଇଁ ବ୍ୟୟ ବହୁଳ ଓ କଷ୍ଟଦାୟକ ଲିଙ୍ଗ ପରିବର୍ତ୍ତନ ସର୍ଜରୀ କରିବାକୁ ପଡୁଥିଲା ।
ଏହି ଅସୁବିଧା ଦୂର କରିବା ଓ ତୃତୀୟ ଲିଙ୍ଗ ମର୍ଯ୍ୟାଦା ପ୍ରଦାନ କରିବା ପାଇଁ ଲକ୍ଷ୍ମୀନାରାୟଣ ତ୍ରିପାଠୀ ଭଳି ବ୍ୟକ୍ତିମାନେ ନେସନାଲ ଲିଗାଲ ଅଥରିଟି ସହ ସାମିଲ ହେଲେ । ସୁପ୍ରିମକୋର୍ଟ ର ଦୁଇ ଜଣିଆ ଡିଭିଜନ ବେଞ୍ଚ ଜଷ୍ଟିସ କେ ଏସ ପାନିକର ରାଧାକ୍ରିଶନ ଓ ଜଷ୍ଟିସ ଏ କେ ସିକ୍ରୀ ଜନସ୍ୱାର୍ଥ ମାମଲାକୁ ବିଚାର କରି ଏମାନଙ୍କୁ ତୃତୀୟ ଲିଙ୍ଗ ଭାବରେ ଆତ୍ମ ପରିଚୟ ଅଧିକାର ଦେଇଥିଲେ ।
ଉଭୟ ବିଚାରପତି ସେମାନଙ୍କ ସହାନୁଭୂତିଶୀଳ ଦୃଷ୍ଟିଭଙ୍ଗୀ ପାଇଁ ଖ୍ୟାତ । ଜଷ୍ଟିସ ଜଷ୍ଟିସ ରାଧାକ୍ରିଶନ ଙ୍କ ସହ ଜଷ୍ଟିସ ସିକ୍ରୀ ଏହି ମିଳିତ ରାୟ ଲେଖିଥିଲେ , ଜଷ୍ଟିସ ସିକ୍ରୀ ଏହି ରାୟ ପରିପ୍ରେକ୍ଷୀରେ ଆଉ ଗୋଟିଏ କଥା ମଧ୍ୟ ଉଲ୍ଲେଖ କରିଥିଲେ । ସେ କହିଥିଲେ , Nalsa case helped him to develop a jurisprudence on dignity .
ପାର୍ଲିଆମେଣ୍ଟ ଆଇନ ମାଧ୍ୟମରେ 2014 ରାୟକୁ ସ୍ୱୀକୃତି ଦେବା ପାଇଁ ପାର୍ଲିଆମେଣ୍ଟରେ The Transgender Persons ( Protection of Rights ) Act, 2019 ପ୍ରଣୟନ କରି ଥିଲେ । ତଥାପି ଏହି ଆଇନ 2014 ସୁପ୍ରିମକୋର୍ଟ ରାୟର ନିର୍ଦ୍ଧାରିତ ଲକ୍ଷ୍ୟ ଓ ନିର୍ଦେଶନାମା ପୂରଣ କ୍ଷେତ୍ରରେ ଅସମ୍ପୂର୍ଣ୍ଣ ଆଇନ ଥିଲା । କାରଣ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପ୍ରାବଧାନ କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଅସ୍ପଷ୍ଟ ଓ ଅମଲାତାନ୍ତ୍ରିକ ଥିଲା ।
କିନ୍ତୁ ବର୍ତ୍ତମାନ ଏହି ସଂଶୋଧିତ ଆଇନ ସେମାନଙ୍କ ସ୍ୱାର୍ଥ ଓ ଆକାଂକ୍ଷାର ସମ୍ପୂର୍ଣ୍ଣ ପରିପନ୍ଥୀ ।
ଏହି ବିଲ ଆଗତ ବେଳେ Ministry of social justice and empowerment ଯୁକ୍ତି ରଖିଛନ୍ତି 2019 ଆଇନରେ DEFINATION WAS TOO BROAD AND VAGUE . ତେଣୁ ନିର୍ଦ୍ଦିଷ୍ଟ କଲ୍ୟାଣମୂଳକ ସ୍କିମ ପାଇଁ ଲାଭାର୍ଥୀଙ୍କୁ ଚିହ୍ନଟ କରିବା କଷ୍ଟକର ।
କିନ୍ତୁ ବିଲରେ 2019 ଆଇନର ଧାରା 4(2) କୁ ବାଦ ଦିଆ ଯାଇଛି ଯେଉଁଥିରେ ନିଜସ୍ୱ ଲିଙ୍ଗର ଆତ୍ମ ପରିଚୟ ବ୍ୟବସ୍ଥା ଥିଲା । ଏଥିପାଇଁ ମେଡ଼ିକାଲ ପ୍ରମାଣ ଦରକାର ହେଉ ନଥିଲା ।
ସଂଶୋଧନ ବ୍ୟବସ୍ଥା ଅନୁଯାୟୀ ଜଣେ ମୁଖ୍ୟ ମେଡ଼ିକାଲ ଅଫିସରଙ୍କ ମେଡ଼ିକାଲ ବୋର୍ଡ଼ ଦ୍ୱାରା ପରିଚୟ ସାର୍ଟିଫିକେଟ ଆଣିବାକୁ ହେବ ।
ଅର୍ଥାତ ଏହା ଏକ ପ୍ରତିଷ୍ଠାନିକ ଅପମାନ । ସେମାନଙ୍କୁ ଡାକ୍ତରମାନଙ୍କ ଦ୍ୱାରା ଗଠିତ ବୋର୍ଡ଼ ପାଖକୁ ଦୌଡ଼ିବାକୁ ପଡ଼ିବ । ଯେଉଁମାନଙ୍କ ଜନ୍ମ ହେଲା ବେଳେ ନିର୍ଦ୍ଧାରିତ ହେଇଥିବା ଲିଙ୍ଗ ସହ ସାମଞ୍ଜସ୍ୟ ହେବ ନାହିଁ ସେମାନେ ପୁନଃ ପରୀକ୍ଷା ପାଇଁ ବୋର୍ଡ଼ ନିକଟରେ ଉପସ୍ଥାନ ହେବାକୁ ପଡିବ ।
ସଂଶୋଧନ ବିଲରେ ରହିଥିବା ସଂଜ୍ଞା ଅନୁଯାୟୀ ନିର୍ଦ୍ଦିଷ୍ଟ ସାମାଜିକ-ସାଂସ୍କୃତିକ ବର୍ଗ ଯଥା ହିଞ୍ଜଡ଼ା, କିନ୍ନର ଓ ଆରାବଣି ( ତାମିଲନାଡୁ ଅଞ୍ଚଳରେ Transgenders ମହିଳାଙ୍କ ପାଇଁ ବ୍ୟବହୃତ ଶବ୍ଦ ) ଅଥବା ଚିକିତ୍ସାଗତ ଆନ୍ତଲିଙ୍ଗବୈଚିତ୍ର୍ୟ ଉପରେ ଗୁରୁତ୍ୱ ଦିଆ ଯାଇଛି ।
ପୁଣି ଏହି ବିଲରେ କୌଣସି ବ୍ୟକ୍ତିକୁ
Transgender ଭାବରେ ଉପସ୍ଥାପନ ପାଇଁ ପ୍ରରୋଚିତ କଲେ କଠୋର ଶାସ୍ତି ଏପରି କି ଆଜୀବନ କାରାଦଣ୍ଡ ବ୍ୟବସ୍ଥା ରହିଛି । ତେଣୁ ଏନଜିଓ ,ଚିକିତ୍ସକ,ଚିହ୍ନଟ ପରିବାରକୁ ଅପରାଧୀ ଭାବରେ ବିଚାର କରା ଯାଇଛି ।
ଏହି ସଂଶୋଧନ ଵିଲ ଆସିବା ମୂଳରେ ସବୁ ଧର୍ମର ଐତିହ୍ୟବାଦୀ ଓ ରକ୍ଷଣଶୀଳ ଗୋଷ୍ଠୀଙ୍କ ପ୍ରଭାବ ରହିଛି
