ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ ବିବାଦର ସାମ୍ପ୍ରତିକ ବୃଦ୍ଧି ଉପରେ ଅହମଦୀୟା ମୁସଲିମ ସମ୍ପ୍ରଦାୟର ବାର୍ତ୍ତା
ଅହମଦୀୟା ମୁସଲିମ ସମ୍ପ୍ରଦାୟର ବିଶ୍ବଗୁରୁ ହଜରତ ମିର୍ଜା ମସରୁର ଅହମଦଙ୍କ ନିର୍ଦ୍ଦେଶ ଅନୁଯାୟୀ ନିମ୍ନଲିଖିତ ବିବୃତ୍ତି ପ୍ରକାଶିତ କରାଯାଉଛି।
ଗତ କିଛି ଦିନ ହେଲା ଜାରି ରହିଛି, ଇସ୍ରାଇଲ ଓ ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ । ଏହି ହିଂସା ଏବଂ ରକ୍ତପାତରେ ଶହ ଶହ ମହିଳା, ଶିଶୁ ଏବଂ ବୃଦ୍ଧ ନିହତ ଓ ଆହତ ହୋଇଛନ୍ତି । ନିରୀହ ସାଧାରଣ ନାଗରିକଙ୍କୁ ହତ୍ୟା କରିବା କିମ୍ବା ସେମାନଙ୍କୁ ଆଘାତ ପହଞ୍ଚାଇବା ହେଉଛି, ଇସଲାମ ପ୍ରବର୍ତ୍ତକ ହଜରତ ମହମ୍ମଦଙ୍କ ନୀତି ଶିକ୍ଷାର ପ୍ରତ୍ୟକ୍ଷ ଉଲ୍ଲଂଘନ । ହଜରତ ମହମ୍ମଦ ସଲ୍ଲମ ଶିକ୍ଷା ଦେଇଛନ୍ତି ଯେ ଯୁଦ୍ଧ ସମୟରେ କୌଣସି ମହିଳା, ଶିଶୁ କିମ୍ବା ବୃଦ୍ଧଙ୍କର ଅନିଷ୍ଟ କରନାହିଁ । କୌଣସି ଧର୍ମଗୁରୁ, ପୂଜାପାଠ ସ୍ଥାନ ଉପରେ ଆକ୍ରମଣ କର ନାହିଁ । ଏହି ଯୁଦ୍ଧରେ ନିହୀତ ଓ ଆହତ ହୋଇଥିବା ଲୋକମାନଙ୍କୁ ଅହମଦୀୟା ମୁସଲିମ ସଂପ୍ରଦାୟ ଗଭୀର ସମବେଦନା ପ୍ରକଟ କରିବା ସହ ତାଙ୍କର ମଙ୍ଗଳ ଓ ଆରୋଗ୍ୟ କାମନା କରୁଛି । ଶତ୍ରୁତାକୁ ତୁରନ୍ତ ସମାପ୍ତ କରିବା ଏବଂ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ପ୍ରାର୍ଥନା ଓ କାମନା କରୁଛି । ଏବଂ ଏହା ଅନୁରୋଧ କରୁଛୁ କି ଆଉ କାହାରି ଜୀବନ ନଷ୍ଟ ନହେଉ । ଏଥିପାଇଁ ସମ୍ପୃକ୍ତ ଦଳ ଏବଂ ରାଷ୍ଟ୍ର ମଧ୍ୟରେ ଯୋଗାଯୋଗର ମାଧ୍ୟମ ଖୋଲା ରହିବା ଆବଶ୍ୟକ | ଯେପର୍ଯ୍ୟନ୍ତ ଅସ୍ତ୍ରବିରତି ଉଲ୍ଲଂଘନ ନହୋଇଛି, ସେପର୍ଯ୍ୟନ୍ତ କୌଣସି ନାଗରିକମାନଙ୍କର ଅନିଷ୍ଟ ନହେଉ । ଅଧିକନ୍ତୁ, ଏହି ଅଞ୍ଚଳ ମଧ୍ୟରେ ମୁସଲମାନ ଦେଶମାନେ ଏକଜୁଟ ହୋଇ ଶାନ୍ତି ପ୍ରତିଷ୍ଠା ପାଇଁ ତଥା ସେହି ନିରୀହ ପାଲେଷ୍ଟାଇନ ଲୋକମାନଙ୍କର ଅଧିକାରକୁ ସୁରକ୍ଷା ଦେବା ଉଚିତ୍ । ଆମେ ଆମେରିକା ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ରାଷ୍ଟ୍ରମାନଙ୍କୁ ଅନୁରୋଧ କରୁଛୁ ଯେ କୌଣସି ନିଷ୍ପତ୍ତି ମୂଳକ କାର୍ଯ୍ୟ କରିବା କିମ୍ବା ବିବୃତ୍ତିରୁ ଦୂରେଇ ରୁହନ୍ତୁ ଯାହା ଅସ୍ଥିର ପରିସ୍ଥିତିକୁ ଆହୁରି ବିଗାଡି ନଦେଉ । ଏହା ପରିବର୍ତ୍ତେ, ସଂପୃକ୍ତ ଆନ୍ତର୍ଜାତିକ ସଂଗଠନଗୁଡ଼ିକ ସହିତ ମିଳିମିଶି ବିବାଦକୁ ଦୂର କରିବା ଏବଂ ଯଥାଶୀଘ୍ର ଶାନ୍ତି ପ୍ରତିଷ୍ଠା କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିବା ଉଚିତ୍ | ସ୍ଥାୟୀ ଏବଂ ନିରନ୍ତର ଶାନ୍ତି ହାସଲ କରିବାରେ ନ୍ୟାୟ ଏବଂ ସମାନତା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ | ତେଣୁ ବିଶ୍ବର ସମସ୍ତ ପ୍ରମୁଖ ଶକ୍ତି ନ୍ୟାୟ ଏବଂ ପ୍ରକୃତ ନୀତି ଉପରେ ଆଧାରିତ ଦୀର୍ଘସ୍ଥାୟୀ ଏବଂ ନିରନ୍ତର ଶାନ୍ତି ପ୍ରତିଷ୍ଠା ଉପରେ ଧ୍ୟାନ ଦେବା ଆବଶ୍ୟକ ।