ଇଂଲଣ୍ଡରେ ସମ୍ବଲପୁରୀ ଶାଢ଼ିର ଚର୍ଚ୍ଚା

ଇଂଲଣ୍ଡର ମାଞ୍ଚେଷ୍ଟର ସହରରେ ହୋଇଥିବା ମାରାଥନ୍‌ରେ ସମ୍ବଲପୁରୀ ଶାଢ଼ିକୁ ନେଇ ଚର୍ଚ୍ଚା। ଓଡ଼ିଆ ଝିଅ ୪୧ବର୍ଷୀୟା ମଧୁସ୍ମିତା ଜେନା ଦାସ ମାଞ୍ଚେଷ୍ଟର ମାରାଥନ୍‌ରେ ଅଂଶଗ୍ରହଣ କରିଥିଲା ।ଏହି ମାରାଥନରେ ସେ ଏକ ସମ୍ବଲପୁର ଶାଢି ପିନ୍ଧି ୪୨ କିଲୋମିଟରର ଦୂରତାକ ୪ ଘଣ୍ଟା ୫୦.ମିନିଟ୍ ସମୟ ନେଇ ଶେଷ କରିଥିଲେ। ତେବେ ଏହି ଶାଢ଼ି ତାଙ୍କ ପାଇଁ ଏକ ସ୍ମାରକୀ ଥିଲା ବୋଲି ମଧୁସ୍ମିତା କହିଛନ୍ତି । ମାରାଥନ ଦୌଡ଼ିବା ଏକ କଠିନ କାର୍ଯ୍ୟ ତା ପୁଣି ଶାଢିରେ ଦୌଡ଼ିବା ଆହୁରି କଠିନ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ମୋ ମାଆ ଓ ମୋ ଜେଜେମାଙ୍କୁ ମୁଁ ସବୁଦିନ ଶାଢି ପିନ୍ଧିବାରେ ଦେଖିଛି। ଯେଉଁମାନେ ଚିନ୍ତକରନ୍ତି କି ଶାଢୀ ପିନ୍ଧି ଦୌଡ଼ିବା ସମ୍ଭବ ନୁହେଁ ସେମାନଂକୁ ମୁଁ ଭୁଲ୍ ପ୍ରମାଣିତ କରିଛି।

ମଧୁସ୍ମିତା ମାଞ୍ଚଷ୍ଟରରେ ଜଣେ ହାଇସ୍କୁଲ୍‌ରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ମଧୁସ୍ମିତାଙ୍କ କହିବାନୁସାରେ, ତାଙ୍କୁ ପିଲାବେଳୁ ଓଡ଼ିଆ ସଂସ୍କୃତି ଓ ପରମ୍ପରା ପ୍ରତି ଭଲପାଇବା ରହିଆସିଛି। ପିଲାଦିନେ ସେ ଯେତେବେଳେ ଭାରତକୁ ଆସୁଥିଲେ ସେତେବେଳେ ଓଡ଼ିଶୀ ଶିଖୁଥିଲେ। ତାଙ୍କୁ ସବୁବେଳେ ଶାଢ଼ି ପିନ୍ଧିବାକୁ ଭଲ ଲାଗେ। କିନ୍ତୁ ମାଞ୍ଚେଷ୍ଟରରେ ଶାଢ଼ି ପିନ୍ଧିବା ଅବସର ଖୁବ୍‌ କମ୍‌ ମିଳେ। କିନ୍ତୁ ବହୁତ ଦିନରୁ ମାରାଥନ୍‌ରେ ଶାଢ଼ି ପିନ୍ଧିବାକୁ ଆଗ୍ରହ ରହିଥିଲା। ତେଣୁ ଏ ବିଷୟରେ ଯେତେବେଳେ ମା’ ଓ ବନ୍ଧୁମାନଙ୍କ ସହ ଆଲୋଚନା କରିଥିଲି, ସେତେବେଳେ ସମ୍ବଲପୁରୀ ଶାଢ଼ି ପିନ୍ଧିବାକୁ ନିଷ୍ପତ୍ତି ନିଆଯାଇଥିଲା।

Leave a Reply

Your email address will not be published. Required fields are marked *