ସମାନ ନାଗରିକ ସଂହିତାକୁ ଆପର ସମର୍ଥନ

ନୂଆଦିଲ୍ଲୀ : ସମାନ ନାଗରିକ ସଂହିତାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନ ପରେ ଦେଶର ସବୁଆଡେ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି । କଂଗ୍ରେସ ସମେତ ପ୍ରମୁଖ ବିରୋଧୀ ଦଳମାନେ ତାହାକୁ ବିରୋଧ କରୁଥିବାବେଳେ ଆମ୍ ଆଦମୀ ପାର୍ଟି (ଆପ୍ ) ତାହାର ସମର୍ଥନରେ ଆଗକୁ ଆସିଛି ।
ଆମ୍ ଆଦମୀ ପାର୍ଟି କହିଛି ଯେ ସେମାନେ ୟୁସିସିକୁ ନୀତିଗତ ଭାବେ ସମର୍ଥନ କରନ୍ତି କିନ୍ତୁ ସମସ୍ତ ଧାର୍ମିକ ସମ୍ପ୍ରଦାୟ ସହିତ ଆଲୋଚନା ପରେ ଏକ ସହମତି ରେ ପହଞ୍ଚିବା ଉଚିତ୍ ।
ଆମ୍ ଆଦମୀ ପାର୍ଟି ନେତା ସନ୍ଦୀପ ପାଠକ କହିଛନ୍ତି, ନୀତିଗତ ଭାବେ ଆମେ ୟୁନିଫର୍ମ ସିଭିଲ କୋଡ୍କୁ ସମର୍ଥନ କରୁଛୁ। ସମ୍ବିଧାନର ଧାରା ୪୪ ମଧ୍ୟ ଏହାକୁ ସମର୍ଥନ କରୁଛି । ଧାରା ୪୪ ରେ କୁହାଯାଇଛି ଯେ ୟୁସିସି ହେବା ଉଚିତ, କିନ୍ତୁ ଏହି ପ୍ରସଙ୍ଗ ଧର୍ମ ସହିତ ଜଡିତ, ତେଣୁ ସବୁ ପକ୍ଷଙ୍କ ସହ ସହମତି ହେବା ଉଚିତ୍ ।
ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୨୭, ମଙ୍ଗଳବାର ଭୋପାଳରେ ବିଜେପି ବୁଥ୍ କର୍ମୀଙ୍କ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ଆମେ ଦେଖୁଛୁ ଯେ ୟୁନିଫର୍ମ ସିଭିଲ କୋଡ୍ ନାମରେ ଲୋକଙ୍କୁ ଉତ୍ତେଜିତ କରିବା ପାଇଁ କାମ କରାଯାଉଛି। ଯଦି ଗୋଟିଏ ଘରେ ଜଣେ ସଦସ୍ୟଙ୍କ ପାଇଁ ଗୋଟିଏ ନିୟମ ଓ ଅନ୍ୟ ଜଣେ ସଦସ୍ୟଙ୍କ ପାଇଁ ଅନ୍ୟ ଜଣେ ସଦସ୍ୟଙ୍କ ପାଇଁ ଆଇନ ଅଛି, ତେବେ ଘର ଚଳାଇବା ସମ୍ଭବ ହେବ କି? ତେବେ ଏଭଳି ଦୋହରା ବ୍ୟବସ୍ଥାରେ ଦେଶ କେମିତି ଚାଲିବ ବୋଲି ମୋଦି ପ୍ରଶ୍ନ କରିଛନ୍ତି ।