ଇଡି ପ୍ରସଙ୍ଗରେ ତଥାକଥିତ ପ୍ରମୁଖ ଗଣମାଧ୍ୟମ କେଉଁ କଥା ଲୁଚାଇଥାଏ, ଏହାର 7ଟି ଦିଗ ଦର୍ଶାଇ ସମାଲୋଚନା କଲେ ଆପ୍ ପ୍ରବକ୍ତା

ଭୁବନେଶ୍ୱର : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ଅଧୀନରେ ମନି ଲଣ୍ଡରିଂ ମାମଲା ବିଷୟରେ ୭ଟି ଜାଣିବା କଥା।  ଯାହା ବର୍ତ୍ତମାନର ଶାସକ ଦଳ ସପକ୍ଷବାଦୀ ତଥାକଥିତ ପ୍ରମୁଖ ଗଣମାଧ୍ୟମ ଯାହା  କେବେ ଆଲୋଚନା କରି ନ ଥାଏ। ମାତ୍ର ଏହାକୁ ଅତି ସୁନ୍ଦର ଭାବେ ଆମ ଆଦମୀ ପାର୍ଟି ପ୍ରବକ୍ତା ତଥା ବୁଦ୍ଧିଜୀବୀ ରଙ୍ଗାଚରଣ ପ୍ରଧାନ ଫେସବୁକ୍ ମାଧ୍ୟମରେ ବୁଝାଇ ଦେଇଛନ୍ତି। ଏହାକୁ 7ଟି ଦିଗ ମାଧ୍ୟମରେ ଶ୍ରୀ ପ୍ରଧାନ ବୁଝାଇ ଦେଇଛନ୍ତି।

 ପ୍ରଥମତଃ ସିବିଆଇ ମନି ଲଣ୍ଡରିଂରେ କାହାକୁ ଗିରଫ କରିବାକୁ ହେଲେ, ସମ୍ପୃକ୍ତ ରାଜ୍ୟ ସରକାର ଯଦି ଅନୁମତି ନ ଦେବ, ତାହେଲେ ସିବିଆଇ ଅଭିଯୁକ୍ତକୁ ଗିରଫ କରିପାରିବ ନାହିଁ। କିନ୍ତୁ ଇଡି ପାଇଁ ତା‌ହା ଦରକାର ନାହିଁ। ସେମାନେ ଯାହାକୁ ଯେତେବେଳେ ଚାହିଁବେ କେଉଁ ଠାରୁ ବି ଉଠାଇ ନେଇ ପାରିବେ।‌ ଦ୍ୱିତୀୟତଃ ଇଡି ମନି ଲଣ୍ଡରିଂ କେଶ୍ କଲେ ଅଭିଯୁକ୍ତକୁ ଇସିଆଇଆର୍ ( ଏଫଆଇଆର) ର‌ ଏକ କପି ଦିଆ ଯାଏ ନାହିଁ।  ତୃତୀୟତଃ ସାରା ପୃଥିବୀରେ ନିୟମ ଅଛି ଯେଉଁ ଏଜେନ୍ସି କେଶ୍ କରେ ତାହାର ଦାୟିତ୍ୱ ହେଉଛି ଅଭିଯୁକ୍ତକୁ ଦୋଷୀ ପ୍ରମାଣିତ କରିବା । କିନ୍ତୁ ଇଡି ମନି ଲଣ୍ଡରିଂ କେଶ୍ କଲେ ଅଭିଯୁକ୍ତର ଦାୟିତ୍ଵ ହେଉଛି ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା । ତାହେଲେ ଯାଇ ବେଲ୍ ମିଳିବ। ସେହିପରି ଚତୁର୍ଥରେ ଅନ୍ୟ ଏଜେନ୍ସି କେଶ୍ କଲେ କଷ୍ଟୋଡିରେ ଅଭିଯୁକ୍ତଠାରୁ ଯେଉଁ ବୟାନ ଆଦାୟ କରା ଯାଇଥାଏ ବିଚାର ବେଳେ ତାହାକୁ ସତ୍ୟ ବୋଲି ଗ୍ରହଣ କରାଯାଏ ନାହିଁ। ଯଦି ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେହି ବୟାନ ଆଦାୟ କରା ଯାଇଥାଏ ତେବେ ତାହାକୁ ସତ୍ୟ ବୋଲି ଗ୍ରହଣ କରାଯାଏ। କିନ୍ତୁ ଇଡି ମନି ଲଣ୍ଡରିଂ କେଶ୍ କଲେ ଏପରି ହୁଏ ନାହିଁ।

ଅନୁରୂପ ଭାବେ ପଂଚମରେ  ଗତ ବର୍ଷ(2022) ଏହି ଆଇନ୍ ବିଷୟରେ ସୁପ୍ରିମକୋର୍ଟରେ ୨୪୨ ଟି ପିଟିସନ ଦାଖଲ ହୋଇଥିଲା। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଖାନଓ୍ବାଲିକର ତାଙ୍କ ଅବସର ଗ୍ରହଣର ଦୁଇ ଦିନ ପୂର୍ବରୁ ରାୟ ଶୁଣାଇ କହିଥିଲେ ଯେ ଏହି  ଆଇନରେ ସବୁକିଛି ଠିକ୍ ଅଛି। ଏ ହେଉଛନ୍ତି ସେହି ବିଚାରପତି ଯିଏ ଗୁଜୁରାଟ ଦଙ୍ଗାରେ  ହତ୍ୟା ହୋଇଥିବା ଜଣେ କଂଗ୍ରେସ ନେତାଙ୍କ ପତ୍ନୀ ଜାକିଆ ଜାଫ୍ରି ନ୍ୟାୟର ଗୁହାରିକୁ  ଅଗ୍ରାହ୍ୟ କରି ଦେଇ ସେମାନଙ୍କୁ କାହିଁକି ଗିରଫ କରାଯିବ ନାହିଁ ବୋଲି ପଚାରିଥିଲେ। ଫଳରେ ଜାକିଆ ଜାଫ୍ରିଙ୍କୁ ଯେଉଁମାନେ  ସହଯୋଗ କରିଥିଲେ ସରକାର ସେମାନଙ୍କୁ ଗିରଫ କରିଥିଲେ ।

ଷଷ୍ଠରେ  ଏହି ଘଟଣାର ଅଳ୍ପଦିନ ପରେ ସୁପ୍ରିମକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ରମଣା କହିଥିଲେ ମନି ଲଣ୍ଡରିଂ ଘଟଣାରେ ଅଭିଯୁକ୍ତକୁ ଇସିଆଇଆର କପି ନଦେବା, ଏଜେନ୍ସିକୁ ଦୋଷ ପ୍ରମାଣ କରିବା ଦାୟିତ୍ୱ ନଦେଇ ନିଜକୁ ନିର୍ଦ୍ଦୋଷ  ପ୍ରମାଣ କରିବା ଦାୟିତ୍ୱ ଅଭିଯୁକ୍ତକୁ ଦେବା ଏବଂ ନିର୍ଦ୍ଦୋଷ ପ୍ରମାଣିତ ନହେବା ପର୍ଯ୍ୟନ୍ତ ଅଭିଯୁକ୍ତକୁ ଦୋଷୀ ବୋଲି ମନେ କରିବା ଭଳି ପ୍ରାବଧାନର ପୁନର୍ବିଚାର କରାଯାଇ ପାରିବ। ମାତ୍ର ଆଜି ପର୍ଯ୍ୟନ୍ତ ତାହା ହୋଇ  ପାରି ନାହିଁ।  ଅନୁରୂପ ଭାବେ ମନି ଲଣ୍ଡରିଂ ବିରୋଧୀ ଆଇନ୍ ହେବା ଠାରୁ ଗତ ପ୍ରାୟ ୨୫ ବର୍ଷରେ ଏଥିରେ ୫ ହଜାରରୁ ଅଧିକ ମାମଲା ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସେଥିରୁ ମାତ୍ର ୨୫ଟି କେଶ୍ ଫଏସଲା ହୋଇଛି । ଏଥି ମଧ୍ୟରୁ ପ୍ରାୟ ୯୦%ରୁ ଅଧିକ  ଗତ ୩/୪ ବର୍ଷରେ ହୋଇଛି । କାରଣ ଏହି ଆଇନର ଅସଲ ଉଦ୍ଦେଶ୍ୟ ବିଚାର କରିବା ନୁହଁ ।  ଏହାର ଅସଲ ଉଦ୍ଦେଶ୍ୟ ହେଉଛି ଯାଞ୍ଚ ଚାଲିଛି କହି ଅଭିଯୁକ୍ତକୁ ବେଲ୍ ନଦେଇ ଦୀର୍ଘ ଦିନ ଧରି ଜେଲରେ ରଖିବା ବୋଲି ରଙ୍ଗାଚରଣ କହିଛନ୍ତି।

Leave a Reply

Your email address will not be published. Required fields are marked *