ଆଡ୍ ଫ୍ରି ୟୁଟୁବ୍ ଦେଖା ହେବ ମହଙ୍ଗା .. ଜାଣନ୍ତୁ କ’ଣ ରହିଛି ନିୟମ

ଗୁଗଲ ୟୁଟ୍ୟୁବ୍‌ ପ୍ରିମିୟମ୍ ପାଇଁ ସବସ୍କ୍ରିପ୍ସନ ଚାର୍ଜେସ୍ ବଢାଇ ଦେଇଛି । ଏବେ ୟୁଟୁବ ଏବଂ ୟୁଟୁବ ମ୍ୟୁଜିକ୍ ରେ ଆଡ୍ ଫ୍ରି ଭିଡିଓ ଦେଖ‌ିବା ଏବଂ ମ୍ୟୁଜିକ୍ ଷ୍ଟ୍ରିମ୍ କରିବା ମହଙ୍ଗା ପଡିବ । ପୂର୍ବରୁ ଇଣ୍ଡିଭିଜୁଆଲ୍ ୟୁଜର୍ସଙ୍କୁ ୟୁଟ୍ୟୁବ୍ ପାଇଁ ପ୍ରାୟ ୯୮୩ ଟଙ୍କା ପ୍ରତି ମାସରେ ଦେବାକୁ ପଡୁଥିଲା । କିନ୍ତୁ ଏବେ ଆପଣଙ୍କୁ ପ୍ରତି ମାସରେ ୧୧୪୭ ଟଙ୍କା ଚାର୍ଜ କରିବ ଗୁଗଲ । ସେହିଭଳି ଆଇଓଏସ୍ ୟୁଜର୍ସଙ୍କ ପାଇଁ ଏହି ଚାର୍ଜ ବୃଦ୍ଧି ପାଇ ୧୫୫୭ ଟଙ୍କା ହୋଇଯିବ ।ଏହା ମଧ୍ଯରେ ୟୁଟ୍ୟୁବ୍ ଘୋଷଣା କରିଛି କି ସେ ଏକ ନୂଆ ଫିଚରର ଟେଷ୍ଟି କରୁଛି ଯାହା ୟୁଜର୍ସଙ୍କୁ ଦୁଇଗୁଣା ସ୍ପିଡରେ ଭିଡିଓ ଦେଖି ପାରିବେ । କମ୍ପାନୀ ନିଜ ଏକ୍ସପେରିମେଣ୍ଟ ପେଜରେ କହିଛି କି ଭିଡିଓ ଦେଖିବା ସମୟରେ ପ୍ଲେୟର କେଉଁଠି ବି ଅନେକ ସମୟ ପର୍ଯ୍ୟନ୍ତ ପ୍ରେସ୍ କରିବା ଫଳରେ ପ୍ଲେବ୍ୟାକ୍ ସ୍ପିଡ୍ ଅଟୋମେଟିକ୍ ରୂପେ ଦୁଇଗୁଣା ହୋଇଯାଏ । ତେବେ ଏହି ଫିଚର ଏବେ ଟେଷ୍ଟିରେ ରହିଛି, ପ୍ରିମିୟମ୍ ମେମ୍ବର୍ସ ୧୩ ଅଗଷ୍ଟ ସୁଦ୍ଧା ଏହି ଫିଚର ବ୍ୟବହାର କରିପାରିବେ।

Leave a Reply

Your email address will not be published. Required fields are marked *