ଏକାଠି ରହିବା ତ…..ବଞ୍ଚିବା…. ନଚେତ୍…………
ବିଜୟ ସାହୁ – ସମସ୍ତେ ଏକ ହେଲେ ଓ ସେଫ ହେଲେ ! କିନ୍ତୁ ଏହାପରେ ସମସ୍ତେ ଏକ ହେଇ ଆଦାନୀଙ୍କୁ ସେଫ କରିବେ ତ ?
ବର୍ତ୍ତମାନର ସବୁଠାରୁ ବଡ଼ ଚର୍ଚ୍ଚା ମହାରାଷ୍ଟ୍ରରେ ଆଦାନୀ ସାମ୍ରାଜ୍ୟର 2200 କୋଟି ଲାଞ୍ଚ କାରବାର ବୁମେରାଙ୍ଗ ହେଇ ଇଣ୍ଡିଆ ମେଣ୍ଟକୁ
ଚୁର ଚୁର କରିଦେଲା । କାରଣ କେନ୍ଦ୍ର ସରକାର ଏହି ଲାଞ୍ଚ କାରବାରରେ ନିଜ ହାତକୁ ସଫା କରି ନୀରବ ହେଇଗଲେ ଓ ବଚସ୍କର ମିଡିଆ ମାଧ୍ୟମରେ ପ୍ରଚାର କଲେ ଭାରତର ଅର୍ଥନୀତିକୁ ଡୁବେଇବା ପାଇଁ ରାହୁଳ ଗାନ୍ଧୀ ପାର୍ଲିଆମେଣ୍ଟ ଅଧିବେଶନ ପୂର୍ବରୁ ଏଭଳି ବିବୃତି ଦେଇଛନ୍ତି ଓ ମହାରାଷ୍ଟ୍ର ନିର୍ବାଚନରେ ପ୍ରଚାର କରିଛନ୍ତି । ଆଦାନୀ ଅଫିସ ମଧ୍ୟ ବିବୃତି ଦେଇ କହିଲେ ଏହି ଅଭିଯୋଗ ଏକ ମିଥ୍ୟା ପ୍ରଚାର ଓ ଭାରତର ଅର୍ଥନୀତି ଓ ପୁଞ୍ଜିଲଗାଣ କାରୀଙ୍କ ଅର୍ଥ ସେଫ ଅଛି । ସେମାନେ ନିଜ ପକ୍ଷ ଠିକଣା ସମୟରେ ଆମେରିକା କୋର୍ଟରେ ରଖିବେ ,ଯଦି ସେମାନଙ୍କୁ ନୋଟିସ ହୁଏ ।
ଇତି ମଧ୍ୟରେ ମିଡ଼ିଆରେ ମଧ୍ୟ ଚର୍ଚ୍ଚା ହେଲାଣି ପ୍ରଧାନମନ୍ତ୍ରୀ ମୋଦୀ ନିଜର ପ୍ରିୟ ମିତ୍ର ଡୋନାଲଡ଼ ଟ୍ରମ୍ପଙ୍କ ଉପରେ ଚାପ ପକେଇ ସାରିଲେଣି , ତେଣୁ ଆମେରିକାରୁ ଆଉ ନୂଆ ଖବର ଆସୁନାହିଁ । ଟ୍ରମ୍ଫ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କର ପ୍ରଥମ 10ଟି କାର୍ଯ୍ୟ ମଧ୍ୟରୁ ପ୍ରଥମ କାର୍ଯ୍ୟ ହେବ ରାଷ୍ଟ୍ରପତି ଭାବରେ ନିଜର ଇଚ୍ଛାଧୀନ କ୍ଷମତା ପ୍ରୟୋଗ କରି ଆମେରିକା ଫେଡେରାଲ କୋର୍ଟର ପ୍ରୋସିଡିଙ୍ଗ ପ୍ରତ୍ୟାହାର କରି ନେବେ ଓ ମୋଦୀଙ୍କୁ ପ୍ରଥମ ତୋଫା ଦେବେ । ଅବଶ୍ୟ ରାଷ୍ଟ୍ରପତିଙ୍କର ଏହି କ୍ଷମତା ରହିଛି ଓ ସେ ଚାହିଁଲେ କରି ପାରିବେ ।
କିନ୍ତୁ ପ୍ରଶ୍ନ ଉଠୁଛି ଟ୍ରମ୍ଫ ଏଭଳି ଚାହିଁବେ କି ? ମୋଦୀ ଜୀ ଏଭଳି ଚାପ ପକେଇବେ କି ?
ଯଦି ଚାହିଁବେ କାହିଁକି ଚାହିଁବେ ? ସେମାନଙ୍କ ଫାଇଦା କଣ ?
ଉଭୟଙ୍କ ଆର୍ଥିକ ଫାଇଦା ପାଇଁ କଣ ଏଭଳି କରିବେ ? ରାଜନୈତିକ ସୁରକ୍ଷା ବିପନ୍ନ ହେବ ନାହିଁ ତ ?
ଉଭୟଙ୍କ ଚରିତ୍ରରେ ଗୋଟିଏ ସାମଞ୍ଜସ୍ୟ ରହିଛି । ତାହା ହେଲା ନିଜର ଭାବମୂର୍ତୀକୁ ପଦାରେ ପକେଇ କେବେ ନିଜର ବନ୍ଧୁଙ୍କୁ ସାହାଯ୍ୟ କରିଥିବା ନଜୀର ନାହିଁ ।
ଦ୍ୱିତୀୟ କଥା ହେଲା , ମୋଦୀ ବି ଯଦି ନିଜର ମିତ୍ର ପାଇଁ ସବୁକିଛି ତ୍ୟାଗ କରିବେ, ତାହେଲେ ବି ଭାରତ ସରକାର ଏଥିରେ କି ପ୍ରକାର ସାହାଯ୍ୟ କରି ପାରିବେ । ମାମଲା ଟି ଆମେରିକାରେ । ଆମ ଆଇନ ସେଠି ଲାଗୁ ହୁଏ ନାହିଁ । ଏକଥା ଆଦାନୀ ମଧ୍ୟ ଭଲ ଭାବରେ ଜାଣନ୍ତି । ଟ୍ରମ୍ଫ ଚାହିଁଲେ ମାମଲାଟି ପ୍ରତ୍ୟାହାର କରି ପାରନ୍ତି । କିନ୍ତୁ ଆମେରୀୟ କମ୍ପାନୀ ମାନଙ୍କର 25 ହଜାର କୋଟି ଇନଭେଷ୍ଟମେଣ୍ଟକୁ ବଳୀ ଦେଇ ପାରିବେ କି ? ଇତିମଧ୍ୟରେ ଗୋଟିଏ ପରେ ଗୋଟିଏ ଦେଶ ଆଦାନୀ କମ୍ପାନୀ ସହ ବିଭିନ୍ନ ଚୁକ୍ତିନାମାକୁ ରଦ୍ଦ କରି ସାରିଲେଣି । ଏଭଳି ସ୍ଥିତିରେ ଟ୍ରମ୍ଫ ଏଡ଼େ ମୁର୍ଖ ନୁହଁନ୍ତି, ତାଙ୍କର ଭାରତୀୟ ବନ୍ଧୁଙ୍କ ପାଇଁ ଆଖି ବନ୍ଦ କରି ଦେବେ ।
ପ୍ରଥମେ ଆସନ୍ତୁ ମାମଲା ସମ୍ପର୍କରେ ସମ୍ୟକ ଦୃଷ୍ଟିପାତ କରିବା ।।ଇତିମଧ୍ୟରେ ବହୁ କଥା ମିଡିଆରେ ଆସିଗଲାଣି । ଏପରି କି ଭାରତର ଗୋଦୀ ମିଡ଼ିଆ ମଧ୍ୟ ନିଜର ରେଟିଂ କୁ ରଖିବା ପାଇଁ ତଥ୍ୟ ଦେଲେଣି ।
ଏପରି କି ହିଂଡେନବର୍ଗ ସର୍ଟ ସେଲିଂ କେଳେଙ୍କାରୀ ବେଳେ ଯେଉଁ ଅର୍ଥନୀତିବିଦମାନେ ଆଦାନୀ ପକ୍ଷରେ ଅନେକ ଲେଖୁଥିଲେ, ବର୍ତ୍ତମାନ ସେମାନେ ଲେଖିଲେଣି ହିଂଡେନବର୍ଗ ମାମଲା ସହ ବର୍ତ୍ତମାନର ମାମଲା ଆଦୌ ତୁଳନୀୟ ନୁହେଁ । ବର୍ତ୍ତମାନର ମାମଲାରେ ସରକାର ସହଯୋଗ ନ କଲେ ଭାରତର ଇନଫ୍ରାଷ୍ଟ୍ରକଚର ଇଣ୍ଡଷ୍ଟ୍ରି ଭୁଶୁଡି ଯିବ । କୌଣସି କର୍ପୋରେଟ ପୁଞ୍ଜି ବିନିଯୋଗ ପାଇଁ ଆସିବେ ନାହିଁ ।
ମାମଲାଟି କଣ ?
ଗୌତମ ଆଦାନୀ , ତାଙ୍କର ପୁତୁରା ସାଗର ଆଦାନୀ ଓ ଅନ୍ୟ 6 ଜଣଙ୍କୁ ନ୍ୟୁୟର୍କର ଇଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟ ଅଟର୍ନି ଅଫିସ $265 ମିଲିୟନ ଲାଞ୍ଚ ମାମଲାରେ ଅଭିଯୁକ୍ତ କରିଛନ୍ତି । ଏହି ଲାଞ୍ଚ ସେମାନେ ଭାରତ ସରକାରଙ୍କ ଅଫିସରମାନଙ୍କୁ 2020 ରୁ 2024 ମଧ୍ୟରେ ପ୍ରଦାନ କରିଛନ୍ତି । ଭାରତୀୟ ମୁଦ୍ରାରେ ଏହା ଆନୁମାନିକ 2236 କୋଟି । ଏହି ଅଫିସରମାନେ ଆଦାନୀ ଗ୍ରୀନ ଏନର୍ଜୀ ପାଇଁ ଠିକା କରେଇଛନ୍ତି ।
ଏହି ଠିକା ଦ୍ୱାରା 20 ବର୍ଷରେ ପ୍ରାୟ $2 ବିଲିୟନ ଲାଭ ଅର୍ଜନ ହେବ । ଭାରତୀୟ ମୁଦ୍ରାରେ ଏହାର ପରିମାଣ ପ୍ରାୟ 16880 କୋଟି ।
ଏହି ଅଭିଯୋଗ ପରେ ଆଦାନୀ ଗ୍ରୁପ ଗୋଟିଏ ବିବୃତି ଦେଇ କହିଛି, ୟୁ ଏସ SEC ( Securities & Exchange Commission ) ଆଦାନୀ ଗ୍ରୀନ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ ଓ ଭୁଲ ।
ଆମେରିକା କୋର୍ଟର ଏହି ଅଭିଯୋଗ ପରେ ଭାରତର ରାଜନୈତିକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଲୋକସଭାର ବିରୋଧୀ ଦଳ ନେତା ଶ୍ରୀ ରାହୁଳ ଗାନ୍ଧୀ ଗୌତମ ଆଦାନୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଛନ୍ତି ଓ ଚଳିତ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରସଙ୍ଗ କରିଛନ୍ତି ।
ଆମେରିକା କୋର୍ଟର ୱାରେଣ୍ଟ ଇସ୍ୟୁ ଖବର ପ୍ରକାଶ ହେବା ପରେ ଆଦାନୀ କମ୍ପାନୀଗୁଡିକର ସେୟାର ମୂଲ୍ୟ 20% ହ୍ରାସ ହେଇଛି ।
କେମିତି ମାମଲା ସୃଷ୍ଟି ହେଲା –
2023 ମାର୍ଚ୍ଚ ମାସରୁ ଆଦାନୀ ଗୋଷ୍ଠୀ ଚେୟାରମ୍ୟାନ ଗୌତମ
ଆଦାନୀ ଜାଣିଥିଲେ ୟୁଏସ ର
ଏନଫୋର୍ସମେଣ୍ଟ ସଂସ୍ଥାଗୁଡିକ ଆଦାନୀ ଗୋଷ୍ଠୀ ଓ କେତେକ ଆସୋସିଏଟ ଙ୍କ ବିରୁଦ୍ଧରେ ତଦନ୍ତ କରୁଛନ୍ତି । ଗୌତମ ଆଦାନୀ ଭାରତରେ ସୂର୍ଯ୍ୟ ଶକ୍ତି ବ୍ୟବସାୟ ହାତେଇବା ପାଇଁ ବିସ୍ତୃତ ଲାଞ୍ଚ ଯୋଜନା କରିଛନ୍ତି ଓ ଏହି ତଥ୍ୟକୁ ଆମେରିକା ପୁଞ୍ଜି ଲଗାଣକାରୀଙ୍କ ଠାରୁ ଗୁପ୍ତ ରଖିଛନ୍ତି ।
ମାର୍ଚ୍ଚ 17, 2023ରେ FBI ର ସ୍ୱତନ୍ତ୍ର ଏଜେନ୍ସି ଦ୍ୱାରା ଗୌତମ ଆଦାନୀଙ୍କ ପୁତୁରା ସାଗର ଆଦାନୀଙ୍କୁ ଖୋଜୁଛନ୍ତି । ତାଙ୍କ ପାଖରେ ଥିବା ସମସ୍ତ ଇଲେକଟ୍ରୋନିକ ଡିଭାଇସ ଜବତ କରିଛନ୍ତି ଓ ଗ୍ରାଣ୍ଡ ଜୁରୀ ସମନ (Grand Jury Subpoena ) ଜାରୀ କରିଛନ୍ତି । ଏହି ସମନ ହେଉଛି a legal document that informs someone that they are the subject of an investigation and seeks more information from them .
ତା ପର ଦିନ ଗୌତମ ଆଦାନୀ ସର୍ଚ୍ଚ ୱାରେଣ୍ଟର ପ୍ରତି ପୃଷ୍ଠା ଫଟୋ ଓ ସାଗର ଆଦାନୀଙ୍କୁ ପଠାଯାଇ ଥିବା Grand Subpoena ଫଟୋକୁ
ଇମେଲ କରିଥିଲେ ।
ତଥାପି ଦେଢ଼ ବର୍ଷ ପର୍ଯ୍ୟନ୍ତ ଅର୍ଥ ଲଗାଣକାରୀ ସଂସ୍ଥା, ଷ୍ଟକମାର୍କେଟସ
ଓ ଇନଭେଷ୍ଟରମାନଙ୍କୁ ଜଣେଇଲେ ନାହିଁ ଯେ ତାଙ୍କ ବିରୁଦ୍ଧରେ ୟୁଏସ ସରକାର ଦ୍ୱାରା ତଦନ୍ତ ହେଉଛି ।
ମାର୍ଚ୍ଚ 24ରେ ଯେତେବେଳେ ଆଦାନୀ ଗୋଷ୍ଠୀ ଲାଞ୍ଚ କାରବାର ଉପରେ ୟୁଏସ ସରକାର ତଦନ୍ତ କରୁଥିବା ଖବର ପ୍ରକାଶ ହେଲା ,ଆଦାନୀ ଗୋଷ୍ଠୀ ଏ ସମ୍ପର୍କରେ କିଛି ଜାଣି ନାହାଁନ୍ତି ବୋଲି ବିବୃତି ଦେଲେ ।
ବୁଧବାର (21 ନଭେମ୍ବର )ଦିନ ତଦନ୍ତର ସବିଶେଷ ବିବରଣୀ ସର୍ବ ସାଧାରଣରେ ପ୍ରକାଶ ପାଇଲା ।ଅଭିଯୋଗଗୁଡିକ ହେଲା – ଲାଞ୍ଚ, ସେୟାର ମାର୍କେଟ ଫ୍ରଡ଼, Wire Fraud ଓ ଆନୁସଙ୍ଗିକ ଷଢଯନ୍ତ୍ର ।
ଆଦାନୀ ଗୋଷ୍ଠୀ କିଛି ଜାଣି ନାହାଁନ୍ତି ବୋଲି ବିବୃତି ଦେବା ପରେ ଜଣେ ଜଜ ଗୌତମ ଆଦାନୀ ଓ ଅନ୍ୟ ମାନଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରୀ କରିଛନ୍ତି । ଏହା ବିସ୍ତୃତ ଭାବରେ Reuters ଉଲ୍ଲେଖ କରିଛି ।
ଏହି ୱାରେଣ୍ଟରେ ଉଲ୍ଲେଖ ହେଇଛି, ଆଦାନୀ ଓ ତାଙ୍କର ପୁତୁରା ସାଗର ତଦନ୍ତଗୁଡିକ ନିକଟରେ ଆଇନ ପ୍ରକ୍ରିୟାରେ ଜବାବ ରଖିବା ପରିବର୍ତ୍ତେ ” caused others to make false & misleading statements regarding bribery scheme to investors , potential investors and financial institutions .”
ଭାରତ ଲିଙ୍କ –
ମାମଲାର ମୂଳକେନ୍ଦ୍ର ଭାରତ ସୂର୍ଯ୍ୟ ଶକ୍ତି ସେକ୍ଟର ସହ ସମ୍ପୃକ୍ତ ରହିଛି ।
କୋର୍ଟ ଡକୁମେଣ୍ଟର ସବିଶେଷ ରିପୋର୍ଟ ଅନୁଯାୟୀ ଡିସେମ୍ବର 2019 ଓ ଜୁଲାଇ 2020 ମଧ୍ୟରେ କେନ୍ଦ୍ର ସରକାର ଅଧିନସ୍ଥ SECI ( Solar Energy Corporation Of India ) ଆଦାନୀଗୋଷ୍ଠୀ ଓ ଆଜୁୟର ପାୱାର କୁ( Azure power ) କୁ 12 ଗିଗା ୱାଟ ସୋଲାର ପାୱାର ଯୋଗାଣ ପାଇଁ ଟେଣ୍ଡର ଆୱାର୍ଡ କରିଥିଲେ । ଏହା ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ଥିଲା ।
ଅନ୍ୟ ପକ୍ଷରେ ସେହି ମୂଲ୍ୟରେ ରାଜ୍ୟ ପାୱାର କମ୍ପାନୀମାନେ କିଣିବା ଦରକାର ଥିଲା । କିନ୍ତୁ କେନ୍ଦ୍ର ପାୱାର କମ୍ପାନୀ SECI ଠାରୁ ଅଧିକ ମୂଲ୍ୟରେ ସେଇ ପାୱାର କିଣିବାକୁ ରାଜି ହେଲେ ନାହିଁ , ସେତେବେଳେ
The Adani Firm & Azure Power conspired to
” devise a scheme to offer, authorise , make and promise to make bribe payment to Indian govt Officials ” ଏହି ଅଫିସରମାନେ ରାଜ୍ୟ କମ୍ପାନୀମାନଙ୍କୁ ପ୍ରଭାବିତ କରି କେନ୍ଦ୍ର ସରକାରଙ୍କ SECI ସହ Power Sale Agreements ବା Power Supply Agreements କରିବେ । ଏହା ହେଲେ କେନ୍ଦ୍ର ସରକାର ସଂସ୍ଥା ସେମାନଙ୍କ ସହ ପାୱାର କ୍ରୟ ଚୁକ୍ତି ନାମା କରିବାକୁ ସକ୍ଷମ ହେବେ ।
କୋର୍ଟ ଡକୁମେଣ୍ଟ ଅନୁଯାୟୀ ଗୌତମ ଆଦାନୀ ବ୍ୟକ୍ତିଗତ ଭାବରେ 2021 ଅଗଷ୍ଟ ଓ ନଭେମ୍ବର ମଧ୍ୟରେ ଆନ୍ଧ୍ର ସରକାରଙ୍କ ଜଣେ ଉଚ୍ଚ ଅଫିସରଙ୍କ ସହ ଲାଞ୍ଚ ସମ୍ପର୍କରେ ଆଲୋଚନା କଲେ । ଡକୁମେଣ୍ଟରେ ସେଇ ଅଫିସରଙ୍କ ନାମ ଉଲ୍ଲେଖ ନାହିଁ । ସେ 2019 ମଇ ରୁ 2024 ଜୁନ ପର୍ଯ୍ୟନ୍ତ କ୍ଷମତା ରେ ଥିଲେ ।
କୋର୍ଟ ଅର୍ଡରରେ ଅଭିଯୋଗ ହେଇଛି , 2029 କୋଟି ଲାଞ୍ଚ ପ୍ରଦାନ କରା ଯାଇଛି ଯେଉଁଥିରେ ଆନ୍ଧ୍ର ଅଫିସରଙ୍କୁ 1750 କୋଟି ଲାଞ୍ଚ ଅଫର କରାଯାଇଛି ।
ଆନ୍ଧ୍ରପ୍ରଦେଶ ବ୍ୟତୀତ SECI ଛତିଶଗଡ଼ , ତାମିଲ ନାଡୁ ,ଓଡ଼ିଶା ଓ ଜାମ୍ମୁ କାଶ୍ମୀର ରାଜ୍ୟ କମ୍ପାନୀ ସହ ଚୁକ୍ତିନାମା ହେଇଛି , ଯାହା ଦ୍ୱାରା ଆଦାନୀ ଓ ଆଜୁୟର ପାୱାର ବ୍ୟବସାୟକୁ ପ୍ରୋତ୍ସାହନ ମିଳିଛି ।
ଆମେରିକାରେ ଇନଭେଷ୍ଟମେଣ୍ଟ
ଯୋଜନା –
ଡିସେମ୍ବର 2023ରେ ଭାରତର 5 ରାଜ୍ୟରେ ପ୍ରୋଜେକ୍ଟ କମ୍ପାନୀ ଗଠନ କରାଯାଇ ସେମାନଙ୍କ ସହ ପାୱାର ଆଗ୍ରୀମେଣ୍ଟ ହେଲା।ଏହି
ଆଗ୍ରୀମେଣ୍ଟ ବଳରେ$1.36ବିଲିୟନ dollar-denominated senior secured notes ଉଠାଣ କରାଗଲା । ଏହା ଏକ Credit facility provided by a group of global financial institutions .
କୋର୍ଟ ଡକୁମେଣ୍ଟରେ ଉଲ୍ଲେଖ ଅଛି , ଋଣ ଚୁକ୍ତିନାମାରେ ଆଦାନୀ ଗୋଷ୍ଠୀ ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ ଯେ ଏହା ସର୍ବଦା ଲାଞ୍ଚ କାରବାର ବିରୋଧୀ ଓ ଜିରୋ ଟଲେରାନ୍ସ ନୀତି ଅନୁଶୀଳନ କରନ୍ତି ।
ଏପରି କି ଆଦାନୀ ଗୋଷ୍ଠୀର କମ୍ପାନୀମାନେ 2021 ରୁ 2024 ବାର୍ଷିକ ବିବରଣୀରେ Anti-bribery practice ସମ୍ପର୍କରେ ମିଥ୍ୟା ଓ ପ୍ରବଞ୍ଚନା ପୂର୍ଣ ବିବରଣୀ ଦେଇଛନ୍ତି ।
ମାର୍ଚ୍ଚ 2024ରେ ଆଦାନୀ ଯୁଗ୍ମ ଉଦ୍ୟୋଗ ଦ୍ଵାରା $ 409 ମିଲିୟନ ଋଣ ଉଠା ଯାଇଛି । ପୁଞ୍ଜି ଲଗାଣ କାରୀଙ୍କ ନିକଟକୁ ଯେଉଁ ସରକୁଲାର ଯାଇଛି ସେଥିରେ ମିଥ୍ୟା ଓ ପ୍ରବଞ୍ଚନା ପୂର୍ଣ ଆସୁରାନ୍ସ ପ୍ରଦାନ କରାଯାଇଛି ।
କେନିଆ ପ୍ରେସିଡେଣ୍ଟ 30 ବର୍ଷୀୟ
ଚୁକ୍ତିନାମା ବାତିଲ କଲେ –
କେନିଆ ପ୍ରେସିଡେଣ୍ଟ ଉଇଲିୟମ ରୁଟୋ $ 736 ମିଲିୟନ ପବ୍ଲିକ-ପ୍ରାଇଭେଟ
ପାର୍ଟନରଶୀପ ଚୁକ୍ତିନାମାକୁ ରଦ୍ଦ କରିଛନ୍ତି । ଆଦାନୀ କେନିଆରେ ପାୱାର ଟ୍ରାନ୍ସମିଶନ ଲାଇନ ନିର୍ମାଣ କରିଥାନ୍ତା । ନଭେମ୍ବର 21ରେ ପ୍ରେସିଡେଣ୍ଟ ରୁଟୋ କେନିଆର ମୁଖ୍ୟ ବିମାନ ବନ୍ଦର ନିୟନ୍ତ୍ରଣ ଚୁକ୍ତିନାମାକୁ ମଧ୍ୟ ବାତିଲ ଘୋଷଣା କରିଛନ୍ତି । ଏହି ସ୍କିମ ଅନୁଯାୟୀ ଆଦାନୀ ଗୋଷ୍ଠୀ Jomo Kenyatta International Airport ରେ ଦ୍ୱିତୀୟ ରନୱେ ନିର୍ମାଣ କରିଥାନ୍ତେ ଓ ପାସେଞ୍ଜର ଟର୍ମିନାଲକୁ ଅପଗ୍ରେଡ କରି 30 ବର୍ଷ ଲିଜ ନେଇଥାନ୍ତେ । ଏହା $2 ବିଲିୟନ ପ୍ରୋଜେକ୍ଟ ଥିଲା ।
WhistleBlower Hero –
ନେଲସନ ଆମେନ୍ୟା ହେଉଛନ୍ତି କେନିଆରେ ଆଦାନୀ ସ୍କାମକୁ ଲୋକ ଲୋଚନକୁ ଆଣିଥିବା ନାୟକ ।କେନିଆ ସରକାର ଓ ଆଦାନୀ ଗୋଷ୍ଠୀ ମଧ୍ୟରେ ହେଇଥିବା Secretive dealକୁ ଖୋଲି ଦେଇଛନ୍ତି । ସେ ବର୍ତ୍ତମାନ ବିଶ୍ଵବ୍ୟାପୀ ସୋସିଆଲ ମିଡ଼ିଆରେ ଜଣେ ନାୟକ । କେନିଆର ବିବାଦିତ ଏୟାର ପୋର୍ଟ (JKIA ) ଚୁକ୍ତିନାମା ନେଇ ତାଙ୍କର ଖୁଲାସା ପରେ ଏବର୍ଷ କେନିଆରେ ପବ୍ଲିକ ଭିତରେ ଗଭୀର ଆଲୋଡନ ସୃଷ୍ଟି କରିଥିଲା । ତାଙ୍କ ଯୋଗୁଁ ରାଷ୍ଟ୍ରପତି ବାଧ୍ୟ ହୋଇ ଏହି ପ୍ରୋଜେକ୍ଟ ବାତିଲ କରିଛନ୍ତି । ସୋଲାର ଏନର୍ଜୀ କଣ୍ଟ୍ରାକ୍ଟ ସମ୍ପର୍କରେ ତାଙ୍କର ଅଭିଯୋଗ ମଧ୍ୟ ଆମେରିକା କୋର୍ଟ ଦ୍ଵାରା ଗ୍ରହଣୀୟ ହେଇଛି । ତେଣୁ ତାଙ୍କୁ କେନିଆ ବାସୀ ଦେଶପ୍ରେମୀ ନାୟକ ଭାବରେ ସମ୍ବର୍ଦ୍ଧିତ କରୁଛନ୍ତି ।
କେନିଆ ପରେ ଗୋଟିଏ ଗୋଟିଏ ଦେଶ ଆଦାନୀ ଗୋଷ୍ଠୀ ସହ ହେଇଥିବା ବିଭିନ୍ନ ଚୁକ୍ତିନାମାକୁ ବାତିଲ କରୁଛନ୍ତି ।
ଏଭଳି ସ୍ଥିତିରେ ଆମେରିକା ପ୍ରେସିଡେଣ୍ଟ ଟ୍ରମ୍ଫ ଯଦି ଆଦାନୀ ସପକ୍ଷରେ କିଛି କାର୍ଯ୍ୟ କରନ୍ତି ତାହେଲେ କେବଳ ଦେଶ ଭିତରେ ନୁହେଁ, ବିଦେଶରେ ମଧ୍ୟ ଅର୍ଥଲଗାଣକାରୀ ସଂସ୍ଥା ଓ ସେୟାର ହୋଲ୍ଡରମାନଙ୍କ କୋପର ଶିକାର ହେବେ । ତେଣୁ ଆଦାନୀ କିଭଳି ଏହି ସଙ୍କଟରୁ ଉଦ୍ଧାର ପାଉଛନ୍ତି ତାହା ଭବିଷ୍ୟତ କହିବ ।।