ଆତଙ୍କବାଦୀ ଗୁଳିରେ ପୁଣି ୫ ଯବାନ ସହିଦ

ନୂଆଦିଲ୍ଲୀ : ଦେଶରେ ଜାରିରହିଛି ଆତଙ୍କବାଦ ହମଲା । କିଛିଦିନ ତଳେ ପୁଂଜିରେ ଆତଙ୍କବାଦୀ ବିସ୍ପୋରଣରେ ପାଞ୍ଚ ଜଣ  ଯବାନଙ୍କୁ ସହିଦ୍ ହୋଇଥିଲେ  ।  ଗତକାଲି ସକାଳେ ପୁଣି ଜମ୍ମୁ-କଶ୍ମୀରର ରଜୌରୀରେ ସେନା ପକ୍ଷରୁ କରାଯାଇଥିବା ସର୍ଚ୍ଚ ଅପରେସନ ବେଳେ ଗୁଳି ମାଡ଼ ସହ ବିସ୍ଫୋରଣ କରିଛନ୍ତି ଆତଙ୍କବାଦୀ। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଲିବିନିମୟରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଆଉ ଜଣେ ଯବାନ ଏବେ ଦାକ୍ତରଖାନାରେ  ଚିକିତ୍ସିତ ହେଉଛନ୍ତି ।ସହିଦ ଯବାନମାନେ ପାରା ସ୍ପେଶାଲ ଫୋର୍ସର କମାଣ୍ଡୋ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ ଶୁକ୍ରବାର ସକାଳେ ରାଜୌରିର କାଣ୍ଡି ଜଙ୍ଗଲରେ ସେନା ପକ୍ଷରୁ ଏକ ଅପରେସନ କରାଯାଉଥିବାବେଳେ ଆତଙ୍କବାଦୀମାନେ ଏକ ବିସ୍ଫୋରଣ କରିଥିଲେ । ଏଥିରେ ୨ ଯବାନ ସହିଦ ହୋଇଥିବାବେ​ଳେ ଆଉ ୪ ଜଣ ଆହତ ହୋଇଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣ ବୀର ଯବାନ ଆଖି ବୁଜିଛନ୍ତି। ୩ ଜଣ ମୃତ୍ୟୁବରଣ କରିବା ପରେ ମୋଟ ସହିଦ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।ଏହାକୁ ମିଶାଇ ଜମ୍ମୁ-କଶ୍ମୀରରେ ଗଲା ୩ ଦିନରେ ତୃତୀୟ ଥର ପାଇଁ ଏପରି ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି।

Leave a Reply

Your email address will not be published. Required fields are marked *