ଅଗରକରଙ୍କୁ ମିଳିଲା ମୁଖ୍ୟ ଚୟନକର୍ତ୍ତା ଦାୟିତ୍ବ

 ମୁମ୍ବାଇ:  ପୂର୍ବତନ ମିଡିୟମ ପେସ୍ ବୋଲର ତଥା ୨୦୦୭ ଟି -୨୦ ବିଶ୍ବକପର ସଦସ୍ୟ ଥିବା ଅଜିତ୍ ଅଗରକର ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଛନ୍ତି। ବିସିସିଆଇର କ୍ରିକେଟ୍‌ ପରାମର୍ଶଦାତା ସମିତି ସୁପାରିସକ୍ରମେ ଅଗରକରଙ୍କୁ ଏହି ନିଯୁକ୍ତି ଦିଆଯାଇଛି। ଏହାଫଳରେ ନୂତନ ଚୟନ ସମିତିରେ ଅଗରକରଙ୍କ ସହିତ ଶିବସୁନ୍ଦର ଦାସ, ସୁବ୍ରତ ବାନାର୍ଜୀ, ସଲିଲ ଅଙ୍କୋଲା ଓ ଶ୍ରୀଧରନ୍‌ ଶରତ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଅଗରକର ୨୬ ଟେଷ୍ଟ, ୧୯୧ ଦିନିକିଆ ଓ ୪ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ରେ ଭାରତ ପକ୍ଷରୁ ତିନିଧିତ୍ବ କରିଥିଲେ। ଭାରତର ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟୀ ଦଳରେ ଅଗରକର ସଦସ୍ୟ ଥିଲେ।  କ୍ରିକେଟ୍‌ରୁ ଅବସର ନେବା ପରଠୁ ସେ ମୁମ୍ବାଇ କ୍ରିକେଟ୍‌ ସଂଘର ମୁଖ୍ୟ ଚୟନକର୍ତ୍ତା ଓ ପରେ ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ପ୍ରଶିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। ଏବେ ତେଖିବାର କଥା ରହିଲା କି କିପରି ଅଗରକର ନିଜ ମୁଖ୍ୟ ଚୟନକର୍ତ୍ତା ଭାବେ ନିଜର କର୍ଯ୍ୟ ତୁଲାଉଛନ୍ତି ।

Leave a Reply

Your email address will not be published. Required fields are marked *