୨୦୨୩ ଦିନିକିଆ ବିଶ୍ବକପ୍ରେ ପ୍ରଥମଥର ସବୁଦଳରେ ନୂଆ ଅଧିନାୟକ ।

ନୂଆଦିଲ୍ଲୀ,୧୫/୪: ଦିନିକିଆ ବିଶ୍ବକପ୍ ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ଦଳରେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ। ଚଳିତ ବର୍ଷ ଅକ୍ଟୋବର ୫ରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଭାରତରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ବକପ୍ରେ କୌଣସି ଗୋଟିଏ ବି ଦଳରେ ପୂର୍ବ ସଂସ୍କରଣ ଅଧିନାୟକ ନାହାନ୍ତି। ଯଦି ଆସନ୍ତା କିଛି ମାସ ମଧ୍ୟରେ ବିଶେଷ କିଛି ପରିବର୍ତନ ନଘଟେ ତାହାଲେ ଏହା ଦିନିକିଆ ବିଶ୍ବକପ୍ରେ ପ୍ରଥମ ଘଟଣା ହେବ। ପୂର୍ବ ସଂସ୍କରଣର କୌଣସି ଜଣେ ହେଲେ ଅଧିନାୟକ ଏଥର ଦଳଗୁଡ଼ିକରେ ନେତୃତ୍ବ ନେଉଥିବାର ଦେଖିବାକୁ ମିଳିବନି। ମୁଖ୍ୟତଃ ଅଧିକାଂଶ ଖେଳାଳିଙ୍କ ଅବସର ଏବଂ କେତେକ ଖେଳାଳିଙ୍କୁ ପରିବର୍ତନ କରାଯିବା ଯୋଗୁଁ ୪ ବର୍ଷର ବ୍ୟବଧାନ ମଧ୍ୟରେ ନୂଆ ନେତୃତ୍ବରେ ଦଳ ବିଶ୍ବକପ୍ ଖେଳିବାକୁ ସଜବାଜ ହୋଇଛନ୍ତି। ଏକମାତ୍ର ଦଳ ଭାବେ ନ୍ୟୁଜିଲାଣ୍ଡ ତା’ର ପୂର୍ବ ସଂସ୍କରଣର ଅଧିନାୟକ କେନ୍ ୱିଲିୟମ୍ସନ୍ଙ୍କୁ ବଜାୟ ରଖିଥିଲା। ହେଲେ ଚଳିତ ଆଇପିଏଲ୍ ଅବସରରେ ଆହତ ଯୋଗୁଁ ସେ ବିଶ୍ବକପ୍ ଖେଳିବାରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ସେଥିପାଇଁ ସବୁ ଦଳରେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବା ନିଶ୍ଚିତ ହୋଇଛି।