ପୁଷ୍ପା -୨ ର ସୁଟିଂ ପାଇଁ ତରାବୁରେ ପହଞ୍ଚିଲେ ଆଲୁ ଅର୍ଜୁନ

ମାଲକାନଗିରି; ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାଖକୁ ଲାଗିଥିବା ତଥା ଅନ୍ଧ୍ରପ୍ରଦେଶ ସୀମାରେ ଥିବା ତରାବୁରେ ପୁଷ୍ପା ଚଳଚ୍ଚିତ୍ରର ପାର୍ଟ-୨ ସୁଟିଂ ଆରମ୍ଭ ହୋଇଛି। ଗତକାଲି ଏହି ଚଳଚ୍ଚିତ୍ରର ନିର୍ମାତା ସଂସ୍ଥାର ପୂରା ଟିମ୍ ତରାବୁ ଜଳ ପ୍ରପାତରେ ପହଞ୍ଚି ସୁଟିଂ କରିଛନ୍ତି।
ଜଙ୍ଗଲରେ ସୁପର ଷ୍ଟାର ଆଲୁ ଅର୍ଜୁନଙ୍କ ସମେତ ସହ ଅଭିନେତା, ଅଭିନେତ୍ରୀମାନେ ପହଞ୍ଚି ଫିଲ୍ମ ସୁଟିଂ ଆରମ୍ଭ କରିଛନ୍ତି । ସ୍ଥାନୀୟ କିଛି ଲୋକେ ଏହି ସୁଟିଂ ସେଟ୍‌ ରେ ପହଞ୍ଚି ଏହାର ଦୃଶ୍ୟ ଦେଖିବାକୁ ଭିଡ଼ ଲଗାଇଥିଲେ। ଆସନ୍ତା ମାସରେ ସ୍ୱାଭିମାନ ଅଞ୍ଚଳରେ ଏହି ଫିଲ୍ମର ସୁଟିଙ୍ଗ ହେବାର ଅଛି ବୋଲି ଜଣାପଡ଼ିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ସାହ ବଢ଼ିବାରେ ଲାଗିଛି। ନକ୍ସଲ ଦମନ ପରେ ପ୍ରକୃତିର ଏହି ସୁନ୍ଦର ସ୍ଥାନରେ ଫିଲ୍ମ କରାଯିବା ନେଇ ଚର୍ଚ୍ଚା ବଢ଼ାଇଛି।
ସୂଚନା ଅନୁଯାୟୀ ପ୍ରାୟ ୩୫୦ କୋଟି ଟଙ୍କା ବଜେଟ୍ ଖର୍ଚ୍ଚରେ ଏହି ଫିଲ୍ମ ନିର୍ମାଣ ହେଉଛି। ଫିଲ୍ମ ପାଇଁ ଆଲୁ ଅର୍ଜୁନ ପ୍ରାୟ ଶହେ କୋଟି ଟଙ୍କା ନେଉଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *