ଭାରତୀୟ ହକି ଦଳକୁ ଝଟକା, ସେମିଫାଇନାଲରୁ ବାଦ୍ ପଡିଲେ ଓଡ଼ିଶାର ଅମିତ୍ ରୋହିଦାସ…

ପ୍ୟାରିସ୍‌‌ ଅଲିମ୍ପିକ୍ସରେ ଭାରତୀୟ ହକି ଦଳକୁ ଲାଗିଛି ବଡ ଝଟକା। ଗୋଟିଏ ମ୍ୟାଚ ଅର୍ଥାତ୍ ସେମିଫାଇନାଲରୁ ବାଦ୍ ପଡିଛନ୍ତି ଦଳର ଦିଫେଣ୍ଡର ଅମିତ ରୋହିଦାସ । ଆସନ୍ତାକାଲି ହେବାକୁ ଥିବା ଜର୍ମାନୀ ବିପକ୍ଷ ମ୍ୟାଚରେ ସେମି ଫାଇନାଲ ମ୍ୟାଚ ଖେଳିପାରିବେନି ଭାରତୀୟ ଦଳର ପ୍ରମୁଖ ଖେଳାଳୀ ଅମିତ ରୋହିଦାସ। ରବିବାର ଖେଳାଯାଇଥିବା ଗ୍ରେଟ୍ ବ୍ରିଟେନ ବିପକ୍ଷ ମ୍ୟାଚରେ ଅମିତଙ୍କୁ ରେଡ୍‌‌ କାର୍ଡ ମିଳିବା ପରେ ପ୍ରତିବନ୍ଧକ ଲଗାଇଛି ଅନ୍ତର୍ଜାତୀୟ ହକି ଫେଡେରେସନ। ଗ୍ରେଟ୍‌‌ ବ୍ରିଟେନ-ଭାରତ ମ୍ୟାଚରେ ଅମିତଙ୍କ ଷ୍ଟିକ୍‌‌ ବ୍ରିଟେନର ଜଣେ ଖେଳାଳୀଙ୍କ ମଥାରେ ବାଜିଥିଲା। ଫାଉଲ୍ ଲାଗି ଅମିତଙ୍କୁ ରେଡ କାର୍ଡ ମିଳିଥିଲା।। ଅନ୍ତର୍ଜାତୀୟ ହକି ଫେଡେରେସନ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ ଅଗଷ୍ଟ-୪ତାରିଖରେ ଭାରତ- ଗ୍ରେଟ୍‌‌ ବ୍ରିଟେନ ମ୍ୟାଚ ବେଳେ ଏଫଆଇଏଚ୍‌‌ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ଅମିତ ରୋହିଦାସଙ୍କୁ ଗୋଟିଏ ମ୍ୟାଚ ପାଇଁ ପ୍ରତିବନ୍ଧକ ଲଗାଯାଇଛି।

Leave a Reply

Your email address will not be published. Required fields are marked *