ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ’ ଅନଲାଇନରେ ହେଲା ଲିକ୍ …

ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ’ ଡିସେମ୍ବର ୧ ତାରିଖ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମର ଆରମ୍ଭ ଦିନରେ ଦର୍ଶକଙ୍କ ଠାରୁ ବହୁତ ଭଲ ରେସପନ୍ସ ମିଳିଥିଲା ଏବଂ ଏହା ସହିତ ରିଲିଜର ପ୍ରଥମ ଦିନରେ ଏହା ବମ୍ପର କଲେକ୍ସନ ମଧ୍ୟ କରିଥିଲା ।ଏହି ଖୁସି ଭିତରେ ଚଳଚ୍ଚିତ୍ର ନିର୍ମାତାଙ୍କୁ ଲାଗଛି ଜୋରଦାର ଝଟକା । ରିଲିଜ୍ ହେବାର ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅନଲାଇନରେ ଲିକ୍ ହୋଇଛି। ଏଭଳି ପରିସ୍ଥିତିରେ ଏବେ ଏହାର ରୋଜଗାର ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଆଶା କରାଯାଉଛି । ଇ-ଟାଇମ୍ସ ରିପୋର୍ଟ ଅନୁଯାୟୀ, ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଆନିମଲ’ ରିଲିଜ୍ ହେବାର ମାତ୍ର କିଛି ଘଣ୍ଟା ପରେ ପୂରା ଏଚଡି ପ୍ରିଣ୍ଟରେ ଅନଲାଇନରେ ଲିକ୍ ହୋଇଥିଲା। ଟେଲିଗ୍ରାମ, ତାମିଲରକର୍ସ, ମୁଭିରୁଲଜ, ତାମିଲଏମଭି, ଫିଲ୍ମିଜିଲା, ଇବୋମ୍ମା ଭଳି ଟରେଣ୍ଟ ୱେବସାଇଟରେ ଏହି ଫିଲ୍ମ ମାଗଣାରେ ଡାଉନଲୋଡ କରିବା ପାଇଁ ଉପଲବ୍ଧ ଥିବା ଏଣ୍ଟରଟେନମେଂଟ ପୋର୍ଟାଲ ଦାବି କରିଛି ଯେ ଫିଲ୍ମକୁ ନିୟମିତ ଫରୱାର୍ଡ ଓ  ହ୍ୱାଟସଆପରେ ସେୟାର କରାଯାଉଛି । ତେବେ କେବଳ ଆନିମଲ ନୁହେଁ ବରଂ ଭିକି କୌଶଲଙ୍କ ସାମ ବାହାଦୁର ମଧ୍ୟ ରିଲିଜ ହେବାର କିଛି ଘଣ୍ଟା ପରେ ଅନଲାଇନରେ ଲିକ୍ ହୋଇଥିଲା । ସେହିପରି ଏହି ଆନିମଲ୍ ଫିଲ୍ମ୍ ତାର ପ୍ରଥମ ଦିନରେ 61 କୋଟି ଟଙ୍କାର କଲେକ୍ସନ୍ କରିଛି ।

Leave a Reply

Your email address will not be published. Required fields are marked *