ବୋକାରୋରେ ଅଳ୍ପକେ ବର୍ତ୍ତିଲା ରାଜଧାନୀ, ଆଜିଠୁ ଗଡ଼ିବ କରମଣ୍ଡଳ

ଭୁବନେଶ୍ୱର : ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲା ଅନ୍ତର୍ଗତ ଗୋଟାଏ ରେଳ କ୍ରସିଂ ଟ୍ରାକ୍ଟର୍‌ଟିଏ ଫସି ଯାଇଥିବା ଗତ ମଙ୍ଗଳବାର ଅପରାହ୍ଣରେ ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍‌ର ଡ୍ରାଇଭର୍‌ ଜରୁରୀକାଳୀନ ବ୍ରେକ୍‌ ମାରିଥିଲା। ଏହା ଦ୍ୱାରା ଏକ ନିଶ୍ଚିତ ଦୁର୍ଘଟଣା ଏଡ଼ାଇ ଦିଆଯାଇ ପାରିଥିବା କଥା ଖୋଦ୍ ଦକ୍ଷିଣପୂର୍ବ ରେଳବାଇ ସ୍ୱୀକାର କରିଛି।

ଜାତୀୟସ୍ତରୀୟ ଖବର ସରବରାହ ସଂସ୍ଥା  ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୪.୪୫ରେ ବୋକାରୋ ଜିଲ୍ଲା ଅନ୍ତର୍ଗତ ଭୋଜୁଡିହ ରେଳ ଷ୍ଟେସନ୍‌ ଅନ୍ତର୍ଗତ ସାନ୍ତଳଡିହ ରେଲ୍‌ୱେ କ୍ରସିଂ ନିକଟରେ ଏହି ଘଟଣାଟି ଘଟିଛି।  ଟ୍ରଲି ଲାଗିଥିବା ଟ୍ରାକ୍ଟର୍‌ଟି ରେଲ୍‌ୱେ କ୍ରସିଙ୍ଗ୍‌ର ଦୁଇଟିଯାକ ଫାଟକରେ ଫସିଯାଇଥିବା ଜଣାପଡିଛି। ରେଲ୍‌ ଟ୍ରାକ୍‌ ଉପରକୁ ଟ୍ରାକ୍ଟର୍‌ ନେଇ ଯିବା ପରେ କ୍ରସିଂ ଆରପଟ ଗେଟ୍‌ ବନ୍ଦ ଥିବା ଦେଖି ଡ୍ରାଇଭର୍‌ ଦେଖିଲେ  ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ।  ଟ୍ରାକ୍ଟରକୁ ଦେଖି ଠିକଣା ସମୟରେ ଟ୍ରେନ୍‌ ଡ୍ରାଇଭର୍‌ ଜରୁରୀକାଳୀନ ବ୍ରେକ୍‌ ମାରିବାରୁ ଟ୍ରେନ୍‌ ଅଟକି ଯାଇଥିଲା। ଘଟଣା ପରେ ଦାୟିତ୍ୱରେ ଥିବା ଗେଟ୍‌ମ୍ୟାନ୍‌ଙ୍କୁ ତୁରନ୍ତ ନିଲମ୍ବନ କରାଯାଇ ତଦନ୍ତ ହେଉଛି।  ଅପରପକ୍ଷରେ  ବୁଧବାରଠାରୁ ପୁଣି ସେବା ଆରମ୍ଭ କରିବା ପାଇଁ କରମଣ୍ଡଳ ଏକ୍ସ୍‌ପ୍ରେସ୍‌ ପ୍ରସ୍ତୁତ ବୋଲି ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଆଦିତ୍ୟ କୁମାର ଚୌଧୁରୀ କହିଛନ୍ତି।

Leave a Reply

Your email address will not be published. Required fields are marked *