ଆମେରିକାର ଆଉ ଏକ ବ୍ୟାଙ୍କରେ ତାଲା

ସାନ୍ ଫ୍ରାନସିସକୋ : ଆମେରିକାର ଗୋଟିକ ପରେ ଗୋଟିଏ ବ୍ୟାଙ୍କ ବିଫଳ ହେବାରେ ଲାଗିଛି । ଫାଷ୍ଟ ରିପବ୍ଲିକ ନାମକ ବ୍ୟାଙ୍କ ଦେବାଳିଆ ହୋଇଛି । ଏହା ପରେ ଆମେରିକାର ଆର୍ଥିକ କର୍ତ୍ତୃପକ୍ଷ କାଲିଫର୍ଣ୍ଣିଆର ଏହି ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ବ୍ୟାଙ୍କିଙ୍ଗ୍ କାର୍ଯ୍ୟରେ ବିଫଳ ହେବା ପରେ ବ୍ୟାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜେପି ମୋର୍ଗାନ ଚେଜ୍ ବ୍ୟାଙ୍କ ଏହି ବ୍ୟାଙ୍କକୁ ଅଧିଗ୍ରହଣ କରିବ। ଫେଡେରାଲ ଡିପୋଜିଟ ଇନସ୍ୟୁରାନ୍ସ କର୍ପୋରେସନ ଏକ ବିବୃତିରେ କହିଛି ଯେ ଜମାକାରୀଙ୍କ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ଏଫଡିଆଇସି ବ୍ୟାଙ୍କ ଜେପି ମୋର୍ଗାନ ଚେଜ୍ ବ୍ୟାଙ୍କ, ନ୍ୟାସନାଲ ଆସୋସିଏସନ୍, କଲମ୍ବସ, ଓହିଓ ସହିତ ଏକ କ୍ରୟ ଚୁକ୍ତି ଉପରେ କଥା ହୋଇଛି । ଏବେ ଫାଷ୍ଟ ରିପବ୍ଲିକ ବ୍ୟାଙ୍କର ଜମା ଓ ସବୁ ସମ୍ପତ୍ତି ସେମାନଙ୍କ ନିକଟକୁ ହସ୍ତାନ୍ତର କରାଯିବ।