Anshupa lake Tourism ପର୍ଯ୍ୟଟକଙ୍କ ତିକ୍ତ ଅନୁଭୂତି
ଅଂଶୁପା :(ଇପ୍ସିତା ପ୍ରଧାନ )- ଗତ ୨୨ ତାରିଖରେ ପିକ୍ନିକ୍ ଉଦ୍ଦେଶ୍ୟରେ ଅ°ଶୁପା ହ୍ରଦ ଯାଇଥିଲୁ। ଭୋଜି ପାଇଁ ସେଠି ପିଣ୍ଡିରେ ବ୍ୟବସ୍ଥା ରହିଛି। କିନ୍ତୁ ସେଠି ଏତେ ଅବ୍ୟବସ୍ଥା ଦେଖି ମନ ନିଶ୍ଚୟ ଉଣା ହେଲା। ଟିକେଟ୍ କାଉଣ୍ଟର ପାଖରେ ହିଁ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା ରହିଛି। ଯେହେତୁ ପିକ୍ନିକ୍ ଉଦ୍ଦେଶ୍ୟରେ ଯାଇଥିଲୁ ତେଣୁ ପିଣ୍ଡି ସହ ଉଦ୍ୟାନ ପ୍ରବେଶ ଟିକଟ ଏକାଥରେ ଆଗୁଆ କରାଯାଇଥାଏ। ପହଞ୍ଚିବା ପରେ ଯେତେବେଳେ ଆମେ ଶୌଚାଳୟ ବ୍ୟବହାର ପାଇଁ ଗଲୁ, ସେଠୁ ବାହାରିବା ବେଳକୁ ଫାଟକ ପାଖରେ ଜଣେ ମଉସା ପାର୍କିଂ ଟିକେଟ୍ କାଟିବା ପାଇଁ ବସିଥାନ୍ତି, ସେ ଆମକୁ ରୋକି କହିଲେ “ଶୌଚାଳୟ ବ୍ୟବହାର କଲେ ଜଣକା ୧୦ଟଙ୍କା ଲେଖା।” କିନ୍ତୁ ମୋର ମନେ ପଡୁଥାଏ ଯେ ମୁଁ ପୂର୍ବରୁ ଯେବେ ଯାଇଥିଲି ସେମିତି କିଛି ଟଙ୍କା ଦେବାକୁ ପଡିବ ନଥିଲା। ମୁଁ ଟିକେଟ୍ କାଉଣ୍ଟରଠୁ ଆରମ୍ଭ କରି ଲାଗିଥିବା ପ୍ରତ୍ୟେକ ଫଳକ ଦେଖି, ଫଟୋ ନେଲି, ଖୋଜିବା ପାଇଁ ଚେଷ୍ଟା କଲି କେଉଁଠି ଏ ବିଷୟରେ ନୋଟିଫାଏଡ୍ ହୋଇଛି। କିନ୍ତୁ ବିଭିନ୍ନ ବାବଦରେ କେତେ କେତେ ଟଙ୍କା ଟିକଟ ପରିମାଣ ଲେଖା ହୋଇଥିବା ସତ୍ତ୍ଵେ କୌଣସି ଗୋଟିଏ ବି ସ୍ଥାନରେ ଶୌଚାଳୟ ବାବଦ ଟିକେଟ୍ ବିଷୟରେ ଲେଖା ଯାଇ ନଥିଲା। ମୋବାଇଲ୍ରେ ଫଟୋ ଏବଂ ଭିଡିଓ ନେଉଥିବା ଦେଖି ମଉସାବି ଆଉ ଟଙ୍କା ମାଗିଲେ ନାହିଁ। ଏପଟେ ରୋଷେଇ ଚାଲିଥିବା ସମୟରେ ଆମ ପୁରା ଗ୍ରୁପ୍ ହ୍ରଦ ନିକଟରେ ଥିବା ଉଦ୍ୟାନ ଭ୍ରମଣ ସହ ହ୍ରଦରେ ବୋଟି° କରିବା ଉଦ୍ଦେଶ୍ୟରେ ବାହାରିଲୁ। ଉଦ୍ୟାନ, ଟିକେଟ କାଉଣ୍ଟର ଏବଂ ବୋଟି°ର ଦାୟିତ୍ଵ ସେଠି ଗୋଟିଏ ସ୍ବୟଂ ସହାୟିକା ଗୋଷ୍ଠୀକୁ ଦିଆ ଯାଇଛି। ପ୍ରଥମେତ ସେମାନେ ଖୁବ୍ କଷ୍ଟରେ ବୋଟି° ପାଇଁ ରାଜି ହେଲେ। କିନ୍ତୁ ଅସଲ ଅସୁବିଧା ହେଲା ଆମର ଯେତୋଟି ପେଡାଲ୍ ବୋଟ୍ ଯାଇଥିଲା ସେଥିରୁ ଅଧିକାଂଶରେ ପେଡାଲ୍ ଠିକ୍ରେ କାମ କରୁନଥିଲା ଏବଂ ଗୋଟିଏ ବୋଟ୍ ମଝିରେ ଅଟକି ଯାଇ ଆଉ ପେଡାଲ୍ ମାରି ହେଲା ନାହିଁ। ଓଲଟା ଜଣେ ସ୍ବୟଂ ସହାୟିକା ସେଠି ଆମକୁ ଗାଳି କରିବା ଆରମ୍ଭ କରିଦେଲେ ଯେ, “ସେ ପିଲାଙ୍କର ତ ଫେରିବାକୁ ଇଚ୍ଛା ନାଈଁ…..ବୋଟ୍ କାଇଁ କାମ କରିବନି”। ତା’ପରେ ଗ୍ରହଣ ହୋଇ ଦୁଇଜଣ ମାଉସୀ ଅନ୍ୟ ଗୋଟିଏ ବୋଟ୍ ନେଇ ଆମର ସେଇ ବହି ଯାଇଥିବା ବୋଟ୍ ଉଦ୍ଧାର କରିବା ପାଇଁ ଗଲେ। ସେଇ ହ୍ରଦ ମଝିରୁ ମାଉସୀ ଆମକୁ କହିଲେ, “ଦେଖିବା ବୋଟ୍ ପେଡାଲ୍ କେମିତି କାମ କରୁନି?” କିନ୍ତୁ ସେମାନେ ଦୁଇଜଣ ତା’ପରେ ଯେତେ ଚେଷ୍ଟା କଲେ ମଧ୍ୟ ସେଇ ବୋଟ୍କୁ ଟାଣି କୂଳ ଯାଏ ଆଣି ପାରିଲେନି। ଶେଷରେ ଆମ ଗ୍ରୁପ୍ ପିଲାଙ୍କୁ ନିଜେ ନେଇଥିବା ଦ୍ଵିତୀୟ ବୋଟ୍ରେ ବସେଇ କୂଳକୁ ପଠେଇଲେ ଏବଂ ନିଜେ ବହି ଯାଇଥିବା ବୋଟ୍କୁ କୂଳକୁ ଆଣିବା ପାଇଁ ଚେଷ୍ଟା କଲେ। ହେଲେ ସେ ବୋଟ୍ର ପେଡାଲ୍ କାଇଁ କାମ କରନ୍ତା! ଆପଣ ଭିଡ଼ିଓରେ ଲକ୍ଷ କରିବେ କିଛି ସମୟ ପେଡାଲ୍ ମାରି ବିଫଳ ହେଲାପରେ ଜଣେ ମାଉସୀ ତାଙ୍କ ହାତରେ ଆହୁଲାର ମାରିବା ପାଇଁ ଚେଷ୍ଟା କରୁଛନ୍ତି (ସିଏ ହିଁ ଗାଳି ଦେଉଥିଲେ😂)! ଏଠି ପ୍ରଶ୍ନ ଆମକୁ ଗାଳି ଦେବା କିମ୍ବା ମାଉସୀଙ୍କ ହାତରେ ଆହୁଲାର ମାରିବାରେ ନୁହେଁ, ଏଠି ପ୍ରଶ୍ନ ହେଉଛି ପର୍ଯ୍ୟଟକଙ୍କ ସୁରକ୍ଷାର। ଯେତେବେଳେ ସରକାର ଏସବୁ ପାଇଁ ପର୍ଯ୍ୟଟକଙ୍କ ଠାରୁ ଟିକେଟ୍ ଏବଂ ଟିକସ ନେଉଛନ୍ତି ଏହାର smooth functioning ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାର ଦାୟିତ୍ଵ କାହାର? ନା’ ଏଠି ବି କୁହାଯିବ ଯେ “ତମକୁ ବୋଟି° କରିବା ପାଇଁ କିଏ କହିଥିଲା?”
