ସ୍ୱାଧୀନତା ଦିବସ ପୂର୍ବରୁ ଆତଙ୍କୀ ଗୁଳିରେ କ୍ୟାପଟେନ ଦୀପକ ସିଂ ଶହୀଦ…

ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ଆର୍ମି କ୍ୟାପଟେନଙ୍କ ମୃତ୍ୟୁ ହୋଇଛି। ବୁଧବାର ଡୋଡା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ୪୮ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନଙ୍କ ଦୀପକ ସିଂ ଙ୍କର ମୃତ୍ୟୁ ହୋଇଛି। ସ୍ବାଧୀନତା ଦିବସ ପୂର୍ବରୁ ଏଭଳି ଆକ୍ରମଣ କରି ଆତଙ୍କବାଦୀମାନେ ଭାରତକୁ ଚ୍ୟାଲେଞ୍ଜ ଦେଇଛନ୍ତି ।

ଆତଙ୍କବାଦୀମାନେ ଉଦମପୁର ଅଞ୍ଚଳରେ ଲୁଚିରହିଥିବା ନେଇ ଗତକାଲି ସନ୍ଧ୍ୟା ୬ଟାରେ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପ୍ରାୟ ଅଧ ଘଣ୍ଟା ଧରି ଗୁଳି ବିନିୟମରେ ଆର୍ମି କ୍ୟାପଟେନଙ୍କ ମୃତ୍ୟୁ ହୋଇଛି । ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି

Leave a Reply

Your email address will not be published. Required fields are marked *