ବନ୍ଦ ହୋଇଯାଇଥିଲା ରକ୍ତ ସଞ୍ଚାଳନ, ଫେରାଇ ଦେଇଥିଲେ ବହୁ ହସ୍ପିଟାଲ, ହେଲେ ଏମ୍ସ ଡାକ୍ତର କରି ଦେଖାଇଲେ କରିସ୍ମା

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ରାଜନୈତିକ ନେତା ଅଶ୍ୱିନୀ ସାହୁ ଗତ ଡିସେମ୍ବର ଦୁଇ ତାରିଖରେ ସ୍କୁଟିରୁ ପଡ଼ି ଦୁର୍ଘଟଣା ଗସ୍ତ ହୋଇଥିଲେ। ଏହି ଦୁର୍ଘଟଣା ଦ୍ୱାରା ତାଙ୍କ ଅଣ୍ଟା ଏବଂ ଜାନୁ ହାଡ଼ ଭାଙ୍ଗି ଦେଇଥିଲା। ସେଥିରେ THR replacment ଏବଂ ସଠିକ ଭାବରେ ରକ୍ତ ସଞ୍ଚାଳନ କୁ ଠିକ କରିବାପାଇଁ ଦୁର୍ଘଟଣା ପରେ ତାଙ୍କୁ ଆପୋଲେରେ ଭର୍ତ୍ତି କରାଯାଇଥିଲା। ସାଧାରଣ ଚିକିତ୍ସା କରାଯାଇ ଅଶ୍ୱିନୀଙ୍କୁ ହସ୍ପିଟାଲରେ ରଖାଗଲା। ମାତ୍ର ରକ୍ତ ସଞ୍ଚାଳନରେ ଅସୁବିଧା ଥିବାରୁ ବୃହତ ଅସ୍ତ୍ରୋପଚାର କରିବାକୁ ଡାକ୍ତରମାନେ ମନା କରି ଦେଇଥିଲେ। ଅପରେସନ୍ ଦ୍ୱାରା ଅଶ୍ୱିନୀଙ୍କ ଜୀବନ ପ୍ରତି ବିପଦ ଥିବ ବୋଲି କୁହାଯାଇଥିଲା। ଏହା ପରେ ଅଶ୍ୱିନୀଙ୍କ ପରିବାର ବର୍ଗ ଅନ୍ୟ ଘରୋଇ ଏବଂ ସରକାରୀ ହସ୍ପିଟାଲ ଆଦିରେ ଚିକିତ୍ସା ପାଇଁ ଚେଷ୍ଟା କରିଥିଲେ। ମାତ୍ର କୌଣସି ସୁଫଳ ମିଳି ନ ଥିଲା। ଶେଷରେ ଅଶ୍ୱିନୀ ଏମ୍ସ ଯାଇଥିଲେ। ସେଠାରେ HOD orthpedic DR BISHNU P PATRO,JR Dr abhijith Jen ଏବଂ ସମସ୍ତ ଟିମ୍ ଅଶ୍ୱିନୀଙ୍କ ଅସ୍ତ୍ରୋପଚାରକୁ ଏକ ଆହ୍ୱାନ ଭାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଡାକ୍ତର ତରୁଣ,ଡାକ୍ତର ଆଲୋକ ସାହୁ ଏବଂ ସାମାଜିକ କର୍ମୀ ରଞ୍ଜନ ଜେନା ସହଯୋଗର ହାତ ବଢାଇଥିଲେ। ଅସ୍ତ୍ରୋପଚାର ଦୀର୍ଘଦିନ ପରେ ଅଶ୍ୱିନୀ ସାହୁ ସମସ୍ତ ଡାକ୍ତରୀ ଟିମ୍ କୁ ସାଧୁବାଦ୍ ଜଣାଇଥିଲେ। ଶ୍ରୀ ସାହୁ କହିଥିଲେ ଯେ, ଓଟିରୁ ବାରମ୍ବାର ଫେରିବା ପରେ ମନ କଷ୍ଟ ହେଉଥାଏ। ମାତ୍ର ରକ୍ତ ସଞ୍ଚାଳନ ଠିକ୍ ନ ଥିବା ସତ୍ତ୍ୱେ ଏମ୍ସ ଡାକ୍ତରୀ ଟିମ୍ ପାରିବାପଣିଆ ମୋତେ ନୂଆ ଜୀବନ ଦେଲା।ଏହା ଏକ ବିରଳ ଅସ୍ତ୍ରୋପଚାର କରା ଯାଇଥିଲା।