ASIA CUP 2023 ; ବର୍ଷା ହେଲେ ପାକିସ୍ତାନ ଖେଳିବ ଫାଇନାଲ ସେପଟେ ଜମା ନଖେଳି ଟାଇଟଲ ଦୌଡରୁ ବାଦ୍ ପଡିବ ଶ୍ରୀଲଙ୍କା କେମିତି ଜାଣନ୍ତୁ …

ଚଳିତ ଏସିଆ କପରେ ସୁପର ୪ ମ୍ୟାଚ୍ ଆରମ୍ଭ ହୋଇଯାଇଛି । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ବଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି । ସୁପର- ୪ ର ଆଉ ବାକି ଥିବା ୫ଟି ମ୍ୟାଚ୍ ଶ୍ରୀଲଙ୍କାର କଲୋମ୍ବରେ ଅନୁଷ୍ଚିତ ହେବାର ଯୋଜନା ରହିଛି । କିନ୍ତୁ ସେହି ସ୍ଥାନରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ବର୍ଷାର ଆଶଙ୍କା ଦେଖାଦେଉଛି । ସେହିପରି ୧୦ ସେପ୍ଚେମ୍ବରେ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ମହାମୁକାବିଲା ହେବାକୁ ଯାଉଛି । ଏସିଆ କପର ଲିଗ ମ୍ୟାଚ୍‌ରେ ଏହି ଚିର- ପ୍ରତିଦ୍ବନ୍ଦୀ ଭିତରେ ହୋଇଥିବା ମ୍ୟାଚ୍‌ର ବର୍ଷା କାରଣରୁ କୌଣସି ଫଳାଫଳ ମିଳିନଥିଲା । ତେବେ ଏହି ମ୍ୟାଚ୍‌ର ବିବାଦରୁ ବଞ୍ଚିବା ପାଇଁ ଆୟୋଜକମାନେ କେବଳ ଏହି ମ୍ୟାଚ୍ ପାଇଁ ରିଜର୍ଭ ଡେ ରଖିଛନ୍ତି । ଯଦି ପ୍ରଥମ ଦିନ ବର୍ଷା ହୁଏ ତେବେ ତା ଆଗ ଦିନ ମ୍ୟାଚ୍ ପୁଣି ଆରମ୍ଭ କରାଯିବ । ଏହାପୂର୍ବରୁ ଗ୍ରୁପ ରାଉଣ୍ଡରେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମ୍ୟାଚ୍‌ରେ ଆୟୋଜକଙ୍କ ଭୁଲ ଉପରେ ପ୍ରଶ୍ନ ଉଠିଥିଲା। ଏ ସମ୍ପର୍କରେ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଏସୀୟ କ୍ରିକେଟ୍ ପରିଷଦ ସହ ଜଡିତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ପ୍ରତ୍ୟେକ ଦଳକୁ ସୁପର -୪ ରେ ୩ ଟି ମ୍ୟାଚ୍ ଖେଳିବାକୁ ପଡିବ । ଗୋଟିଏ ମ୍ୟାଚ୍ ଜିତିବା ପରେ ପାକିସ୍ତାନ ୨ ପଏଣ୍ଟ ପାଇଥିବାବେଳେ ବାଂଲାଦେଶ ପ୍ରଥମ ମ୍ୟାଚ୍ ହାରିଯାଇଛି । ଏଭଳି ପରିସ୍ଥିତିରେ ଯଦି ପାକିସ୍ତାନ ଦଳ ଭାରତୀୟ ଦଳକୁ ପରାସ୍ତ କରେ ତେବେ ପାକିସ୍ତାନର ଫାଇନାଲ ଟିକେଟ୍ ପ୍ରାୟ ନିଶ୍ଚିତ ହେଇଯିବ । ଅନ୍ୟପକ୍ଷରେ ଯଦି ଭାରତୀୟ ଦଳ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରେ ଏବଂ ସୁପର- ୪ର ଅବଶିଷ୍ଟ ମ୍ୟାଚ୍ ଗୁଡିକ ବାତିଲ ହୁଏ ତେବେ ଭାରତ ଫାଇନାଲରେ ପ୍ରବେଶ କରିଯିବ । ତେବେ ଯଦି ଏମିତି କିଛି ହୁଏ ତେବେ ଶ୍ରୀଲଙ୍କା ଦଳ ସୁପର-୪ରେ କୌଣସି ମ୍ୟାଚ୍ ନହାରି ଟାଇଟଲ୍ ଦୌଡ଼ରୁ ବାଦ୍ ପଡିବ । ତେବେ ୧୭ ସେପ୍ଟେମ୍ବରରେ ହେବାକୁ ଥିବା ଫାଇନାଲ ପାଇଁ ରିଜର୍ଭ-ଡେ ଆୟୋଜକମାନଙ୍କ ଦ୍ୱାରା ରଖାଯାଇଛି ।

Leave a Reply

Your email address will not be published. Required fields are marked *