ଡ଼ବଲ୍ୟୁଟିସି ଫାଇନାଲ; ଅଷ୍ଟ୍ରେଲିଆ ୨୯୬ ରନରେ ଆଗୁଆ

ଲଣ୍ଡନ : ଓଭାଲରେ ଖେଳାଯାଉଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ଫାଇନାଲ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ରହିଛି। ଟ୍ରାଭିସ ହେଡ ଓ ଷ୍ଟିଭେନ ସ୍ମିଥଙ୍କ ଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୪୬୯ ରନ୍‌‌ କରିଥିଲା। ଆଉ ଏହାର ଯବାବରେ ଭାରତ ଭଲ ପଦର୍ଶନ କରିପାରିନାହିଁ। ଭାରତ ନିଜର ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ ହୋଇଯାଇଛି । କେବଳ ଅଜିଙ୍କ୍ୟା ରହାନେ (୮୯) ଓ ସାର୍ଦୁଲ ଠାକୁର (୫୧) ଭଲ ପଦର୍ଶନ କରି ଦଳକୁ ସମ୍ମାନ ଜନକ ସ୍ଥିତିକୁ ନେଇଥିଲେ । ସେହିପରି ଦ୍ୱିତୀୟ ପାଳିରେ ଅଷ୍ଟ୍ରେଲିଆ ୪ ୱିକେଟ୍ ହାରାଇ ତୃତୀୟ ଦିନ ଖେଳ ଶେଷସୁଦ୍ଧା ୧୨୩ ରନ୍ ସଂଗ୍ରହ କରିଛି ଯାହା ଦ୍ଵାର ତାର ଲିଡ୍ ଏବେ ୨୯୬ ରନରେ ପହଞ୍ଚିଛି । ତବେ ଭରତକୁ ଏହି ଜିତିବାକୁ ହେଲେ ଆଜି ଅଷ୍ଟ୍ରେଲିଆକୁ ୩୫୦ ରନ୍ ଭିତରେ ରୋକିବାକୁ ପଡ଼ିବ। ଅନ୍ୟଥା ପୁଣି ଏକ ଆଇସିସି ଟ୍ରଫି ଜିତିବାର ସ୍ଵପ୍ନ , ସ୍ଵପ୍ନରେ ହିଁ ରହିଯିବ।

Leave a Reply

Your email address will not be published. Required fields are marked *