ଅଷ୍ଟ୍ରେଲିଆ ଦଳର ବିରଳ ବିଜୟ , ମାତ୍ର ସାତ ଓଭରରେ ସାରିଦେଲା ଦିନିକିଆ ମ୍ୟାଚ୍ …

ୱେଷ୍ଟଇଣ୍ଡିଜ୍ ଦଳ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ I ଏବଂ ତିନୋଟି ଟି -20 ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଦୁଇଟି ଟେଷ୍ଟ ମ୍ୟାଚ୍ ସିରିଜ୍ ୧-୧ ବରାବର ରହିଥିଲା ବେଳେ ଏକଦିବସୀୟ ସିରିଜରେ ଏକ ବଡ଼ ପରାଜୟର ସମ୍ମୁଖୀନ ହୋଇଛି କ୍ୟାରିବିୟନ୍ ଦଳ । ଦିନିକିଆ ଏହି ଶୃଙ୍ଖଳାକୁ ୩-୦ ରେ ଜିତିନେଇଛି । କାନବେରାଠାରେ ଖେଳାଯାଇଥିବା ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ କଙ୍ଗାରୁ ଦଳ ରଚିଛି ଇତିହାସ । କାନବେରା ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇଥିଲା । କିନ୍ତୁ ଦଳ ୨୫ ଓଭରରେ ୮୬ ରନ୍ କରି ଅଲଆଉଟର ସିକାର ହୋଇଥିଲା ।ଏହି ଲକ୍ଷକୁ ପିଛା କରୁଥିବା ବିଶ୍ବ ବିଜୟି ଅଷ୍ଟ୍ରେଲିଆ ଦଳ ମାତ୍ର ୬.୫ ଟି ବଲରେ ଏହି ଟାର୍ଗେଟକୁ ପୂରଣ କରିବାରେ ସଫଳ ହୋଇଛି । ଯାହା ଦିନିକିଆ କ୍ରିକେଟ ଇତିହାସରେ ବିରଳ । ତେବେ ଏହାପୂର୍ବରୁ ସେପ୍ଟେମ୍ବର ୨୦୦୪ ରେ ଅଷ୍ଟ୍ରେଲିଆ ୨୫୩ ବଲ ବାକି ରହି ଆମେରିକାକୁ ପରାସ୍ତ କରିଥିଲା। ସେହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ମାତ୍ର ୭.୫ ଓଭରରେ ୬୬ ରନ୍ର ଟାର୍ଗେଟକୁ ପିଛା କରିଥିଲା । ସେହିପରି ୧୯୭୯ ମସିହାରେ ଇଂଲଣ୍ଡ ୨୭୭ ବଲ ବାକି ଥାଇ ଏକ ମ୍ୟାଚ ଜିତିଥିଲା । ଆମେ କହିରଖୁଛୁ ଯେ ପୂର୍ବରୁ ଦିନିକିଆ କ୍ରିକେଟ ୬୦ ଓଭର ଖେଳାଯାଉଥିଲା । କିନ୍ତୁ ଏବେର ଦିନିକିଆ କ୍ରିକେଟକୁ ଲକ୍ଷ୍ୟ ଦେଲେ ଅଷ୍ଟ୍ରେଲିଆର ଏହା ହେଉଛି ସର୍ବବୃହତ ବିଜୟ ।