Odisha Patrika

ତଥାକଥିତ ହିନ୍ଦୁ ଉଗ୍ରବାଦୀ ସମାଜ ହାତରେ ହତ୍ୟା ହେଉଛି ବେଦ

ଭୁବନେଶ୍ୱର  : (ଯୋଗାଚାର୍ଯ୍ୟ ପ୍ରମୋଦ କୁମାର)- ହୟଗ୍ରୀବର କାମ ବେଦ/ଜ୍ଞାନକୁ ନଷ୍ଟ କରିବା, ବେଦର ପ୍ରକୃତ ମାର୍ଗକୁ ପଥ ଭ୍ରଷ୍ଟ କରିବା। କିନ୍ତୁ ଯେତେବେଳେ ବି ସନାତନୀ ବେଦ ଜ୍ଞାନକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇ ସ୍ୱାର୍ଥରେ ବ୍ୟବହାର କରାଯାଇଛି, ତାହା ରାଜନୀତି ହେଉ, ସମାଜ ବ୍ୟବସ୍ଥା ହେଉ କି ଅର୍ଥନୀତି ହେଉ ସେତେବେଳେ ବରାହ, କୃଷ୍ଣ, ବୁଦ୍ଧ, ଦୟାନନ୍ଦ ସରସ୍ୱତୀ, ଗାନ୍ଧୀ ଆଦି ମହାପୁରୁଷମାନେ ଆସିଛନ୍ତି ଆଉ ବେଦର ପ୍ରକୃତ ମାର୍ଗକୁ ଉଦ୍ଧାର କରିଛନ୍ତି। କିନ୍ତୁ…

Read More

ସ୍ଥାୟୀ ଏସପିଙ୍କୁ ଅପେକ୍ଷା କରି ରହିଛି ବ୍ରହ୍ମପୁର ପୁଲିସ୍, ଟ୍ରାଫିକ ବ୍ୟବସ୍ଥା ଅସମ୍ଭାଳ..ଆସୁଛି ପାର୍ବଣ.. ହଣା ଖାଇବା ଭୟରେ ସୁନା ଦୋକାନୀ… ଜୁନିୟର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଯାଉନାହାନ୍ତି ସିନିୟର ଆଇପିଏସ୍ ….

ବ୍ରହ୍ମପୁର: (ବ୍ୟୁରୋ)- ରାଜ୍ୟରେ ଥିବା ପାଞ୍ଚୋଟି ମହାନଗର ନିଗମ ମଧ୍ୟରେ ବ୍ରହ୍ମପୁର ଟିକେ ସ୍ୱତନ୍ତ୍ର। ଆପରାଧିକ କାର୍ଯ୍ୟକଳାପ, ଗୋଷ୍ଠୀ ସଂଘର୍ଷ ଓ ପାର୍ବଣକୁ ନେଇ ଅପରାଧରେ ଏହା ଅନ୍ୟ ଚାରି ମହାନଗର ଠାରୁ ଢେର ଆଗରେ। ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାର ହୃଦୟ। ବ୍ରହ୍ମପୁରରେ ବିବାଦ, ଗଣ୍ଡଗୋଳ ତୁରନ୍ତ ଏହାର ଆଖପାଖ ଅଞ୍ଚଳକୁ ବ୍ୟାପିଥାଏ। ଦୁଇରୁ ତିନିମାସ ହେବ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଭ୍ରାଟ ସୃଷ୍ଟି ହୋଇଛି। ଏହା ଏକ ପ୍ରଶାସନିକ…

Read More

ଅତନୁ ନିଜ ବହିରେ କାହା ବିଷୟରେ ଲେଖିଛନ୍ତି….. କଣ ରହିଛି ତୃତୀୟ ଅଧ୍ୟାୟରେ…

ଭୁବନେଶ୍ୱର : ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକଙ୍କ ପୁସ୍ତକ ଆସୁଛି। ତାହା ପୁଣି ଖୁବ୍ ଅଳ୍ପଦିନ ଭିତରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଲୋକର୍ପଣ ହେବାକୁ ଯାଉଛି। ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ୱଲା ମଧ୍ୟ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାର ନିମନ୍ତ୍ରଣ ପତ୍ର ଗଣମାଧ୍ୟମ ପ୍ରତିନିଧି, ରାଜନୈତିକ ବ୍ୟକ୍ତି ବିଶେଷ ଏବଂ ଅତନୁ ସବ୍ୟସାଚୀଙ୍କ ବନ୍ଧୁ ମଣ୍ଡଳୀ ନିକଟରେ ପହଞ୍ଚି ଗଲାଣି।…

Read More

ପୁଣି ଲୋକହସା ହେଲେ ନୀତିଶଙ୍କ ସହଯୋଗୀ ଲଲନ ସିଂ, ନିଜ ମନ୍ତ୍ରାଳୟ କାର୍ଯ୍ୟକ୍ରମରେ ଦେଖିବାକୁ ପାଇଲେନି ନିଜ ଫଟୋ

ଭୁବନେଶ୍ୱର – କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଲଲନ ସିଂ। ଏକଦା ଜନତା ଦଳ ୟୁନାଇଟେଡର ଜାତୀୟ ସଭାପତି ରହିଥିଲେ। ହେଲେ ତାଙ୍କର ଶେଷ ଦୁଇଟି ଓଡ଼ିଶା ଗସ୍ତ ଅତ୍ୟନ୍ତ ଅରୁଚିକର ରହିଛି। ଏହି ଦୁଇ ଗସ୍ତର ଅଭିଜ୍ଞତାକୁ ସେ ନିଜ ମନରୁ ଲିଭାଇବା ପାଇଁ ଚାହିଁବେ। ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ନୀତିଶ କୁମାର ଯେତେବେଳେ ଓଡ଼ିଶା ଗସ୍ତରେ ଆସିଥିଲେ। ସାଥିରେ ଲଲନ ସିଂ ଆସିଥିଲେ। ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟାହ୍ନ ଭୋଜନ…

Read More

ପ୍ରଦେଶ କଂଗ୍ରେସ ଦାବିକୁ ସମର୍ଥନ କଲେ ମୋଦିଙ୍କ ମନ୍ତ୍ରୀ ଅଠାଓ୍ୱାଲେ

ଭୁବନେଶ୍ୱର:  ଓଡ଼ିଶା ଜନସଂଖ୍ୟାର ପଛୁଆବର୍ଗ-ଓବିସି ଓ ଏସଇବିସିଙ୍କ ସଂଖ୍ୟା ପ୍ରାୟ ୫୪ ପ୍ରତିଶତ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଜନସଂଖ୍ୟା ଯଥାକ୍ରମେ ୨୩ପ୍ରତିଶତ ଓ ୧୬ପ୍ରତିଶତ। ଭାରତବର୍ଷର ସବୁ ରାଜ୍ୟରେ ଉଚ୍ଚଶିକ୍ଷାରେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ ସେମାନଙ୍କ ସଂଖ୍ୟାନୁପାତରେ ଡାକ୍ତରୀ ଓ ଇଂଜିନିୟରିଂରେ ସଂରକ୍ଷଣ ପାଇଥାଆନ୍ତି। ସେହିପରି ପଛୁଆବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିଥାଏ। ହେଲେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଆଦିବାସୀ ଓ ଦଳିତଙ୍କୁ ସଂଖ୍ୟାନୁପାତରେ ସଂରକ୍ଷଣ ମିଳୁନାହିଁ। ଏହାକୁ ନେଇ…

Read More

ଝାଡଖଣ୍ଡ ଫେରି ରାଜନୀତି କରିବାକୁ ରାଜ୍ୟପାଳ ରଘୁବରଙ୍କ ମନ …

ଭୁବନେଶ୍ୱର:  ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଗତବର୍ଷ ଠାରୁ ତାଙ୍କ ନିଯୁକ୍ତି ହେବା ଠାରୁ ସେ ଲଗାତର ଖବରରେ ରହି ଆସିଛନ୍ତି। ତାଙ୍କ ପୁଅ ଓଡ଼ିଶା ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ। ନିର୍ବାଚନ ପୂର୍ବରୁ ଓଡ଼ିଶା ସାରା ଭ୍ରମଣ କରି ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଏକ ନକରାତ୍ମକ ଛବି ତୋଳିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ବିଜେପିର ବିଜୟ ପଛରେ ଅତ୍ୟନ୍ତ ଛୋଟ ହେଲେ ବି ରଘୁବରଙ୍କ ସାମାନ୍ୟ…

Read More

ରାଜ୍ୟ ପୁଲିସ୍ ପ୍ରଶାସନରେ ବଡ଼ ଧରଣର ଅଦଳବଦଳକୁ ଅପେକ୍ଷା …

ଭୁବନେଶ୍ୱର : ବିଧାନସଭା ଅଧିବେଶନ ସରିଛି। ସମସ୍ତଙ୍କ ନଜର ପୁଣି ପ୍ରଶାସନ ମୁହାଁ ହୋଇଛି। ଆଇଏଏସ୍ ଅଦଳବଦଳ ପରେ ଏବେ ରାଜ୍ୟ ପ୍ରଶାସନରେ ଆଇପିଏସ୍ ଅଦଳବଦଳ ଉପରେ ସମସ୍ତଙ୍କ ନଜର ରହିଛି। ଖୁରାନିଆ ମହୋଦୟ ଡିଜି ଦାୟିତ୍ୱ ନେବା ପରେ ପୂର୍ବ ଡିଜି ଅରୁଣ ଷଡଙ୍ଗୀ ସ୍ୱେଚ୍ଛାକୃତ ଅବସର କଥା ଚିନ୍ତା କରୁଥିବା ପୁଲିସ୍ କରିଡରରେ ଚର୍ଚ୍ଚା ହେଉଛି। ସେହିପରି ସଞ୍ଜୀବ ପଣ୍ଡାଙ୍କୁ ଦ୍ୱୈତ ନଗର କମିଶନରରୁ ଅପସାରିତ କରି ଅନ୍ୟ ଏକ ରାଜ୍ୟସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

Read More

ଭଲକିନି ଚୂନା ଲଗେଇଥିଲେ ସର୍ଭେ ସଂସ୍ଥା, ଅତି ଚାଲାକିରୁ ବାଉଳା ହେଲେ ନବୀନ-ପାଣ୍ଡିଆନ୍

ଭୁବନେଶ୍ୱର : ଧାମନଗର ଉପନିର୍ବାଚନକୁ ହାଲୁକା ଭାବେ ନେଇଥିବା ବିଜେଡି ପଦ୍ମପୁର ଉପନିର୍ବାଚନରୁ ସକ୍ରିୟ ହୋଇଥିଲା। ଏହି କ୍ରମରେ ବିଜେଡି ଦେଶର ଜଣାଶୁଣା ନିର୍ବାଚନ ପ୍ରକ୍ରିୟା ପରିଚାଳନା ସହଯୋଗୀ ପ୍ରଶାନ୍ତ ପାଣ୍ଡେ ଓରଫ୍ ପ୍ରଶାନ୍ତ କିଶୋରଙ୍କ ସହ ଯୋଗାଯୋଗ କରିଥିଲା। ବିଜେଡିର ନମ୍ବର ଦୁଇ କୁହାଯାଉଥିବା ତତ୍କାଳୀନ ଅଧିକାରୀ ତଥା ଭି.କେ ପାଣ୍ଡିଆନ ଏବଂ କେତେକ ବାବୁ ପ୍ରଶାନ୍ତଙ୍କ ସହ ଆଲୋଚନା କରୁଥିଲେ। ବିଜେଡି ପ୍ରଶାନ୍ତଙ୍କ ସହ ଯୋଗାଯୋଗ କରୁଥିବା ଖବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଲିଟିକାଲ୍…

Read More

ନିର୍ବାଚନୀ ଭେଳା ବୁଡିବା ପରେ ବିଜେଡିର ମନେ ପଡିଲେ ଆମ୍ବେଦକର …

ଭୁବନେଶ୍ୱର- ଦିନ ଥିଲା ନବୀନ ପଟ୍ଟନାୟକଙ୍କ କଥା ଛାଡନ୍ତୁ। ପାଣ୍ଡିଆନ୍ ଛିଙ୍କିଦେଲେ ଗଣମାଧ୍ୟମରେ ଖବର ହେଉଥିଲା। ହେଲେ ଏବେ ସେପରି ହେଉନାହିଁ। କେତେକ ଗୁରୁତ୍ୱପୂର୍ଣ୍ଣ ଖବର ଏବେ ଲୁଚି ଯାଉଛି। ଗତ ସ୍ୱାଧୀନତା ଦିବସରେ ରାଜ୍ୟପାଳଙ୍କ ପକ୍ଷରୁ ଡକାଯାଇଥିବା ନୈଶ୍ୟ ଭୋଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯାଇ ନ ଥିଲେ। ଏହା ରଘୁବର ଦାସଙ୍କ ପୁତ୍ର ଓ ସହଯୋଗୀଙ୍କ ଦ୍ୱାରା ଓଡ଼ିଆ ଏଏସଓ ମାଡ ଘଟଣାର ପ୍ରତିବାଦ ଥିଲା। ମାତ୍ର କେହି ଏହାକୁ ଖବରଟିଏ…

Read More

ସାମାଜିକ ନ୍ୟାୟର କାର୍ଯ୍ୟସୂଚୀ ହିଁ ବିଜୟର ଚାବିକାଠି, ବିଜେଡି ଛାତ୍ର ସାମ୍ମୁଖ୍ୟ ମାନସମନ୍ଥନରେ ମନଖୋଲି କହିଲେ ସଭିଏଁ

ଭୁବନେଶ୍ୱର : ଓଡ଼ିଶାର ଜନସଂଖ୍ୟାର ଅଧା ପଛୁଆବର୍ଗ। ପ୍ରାୟ 40 ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର। ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କ ଉନ୍ନତି ହିୱ ରାଜ୍ୟର ଭବିଷ୍ୟତକୁ ସୁଦୃଢ କରିବ। ଅତୀତରେ କଣ ହୋଇଛି ବା କଣ ନ ହୋଇଛି, ତାହା ପର କଥା। ଭବିଷ୍ୟତର ରଣନୀତି ନିର୍ଦ୍ଦାରଣ କରାଯିବା ଦରକାର। ପଛୁଆବର୍ଗଙ୍କ ପାଇଁ ଶିକ୍ଷାରେ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ପଡିବ। ଅନୁରୂପ ଭାବେ ଏସସି,ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ…

Read More