Odisha Patrika

ଏଥର ଜମିବ ପ୍ରଚାର..ଆରମ୍ଭ କରିବେ ନବୀନ..ଆଗପଛ ହୋଇ ଆସିବେ ଶାହା, ରାହୁଲ, ମୋଦି, ପ୍ରିୟଙ୍କା…

ଭୁବନେଶ୍ୱର : ସାଧାରଣ ନିର୍ବାଚନ ନେଇ ଓଡ଼ିଶା ରାଜନୈତିକ ପାଣିପାଗ ଆହୁରି ଗରମ ହେବାକୁ ଯାଉଛି। ଆଉ ଦୁଇ ଦିନ ପରେ ଦେଶ ଓ ରାଜ୍ୟର ଶୀର୍ଷ ନେତାମାନେ ବିଭିନ୍ନ ଅଞ୍ଚଳରେ ଆନୁଷ୍ଠାନିକ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ। ଏହି କ୍ରମରେ ବିଜେଡିରୁ  ନବୀନ ପଟ୍ଟନାୟକ, ବିଜେପିରୁ ନରେନ୍ଦ୍ର ମୋଦି ଓ ଅମିତ ଶାହା , କଂଗ୍ରେସରୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରଚାର ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ସିପିଏମରୁ…

Read More

ବିଶ୍ୱ ସ୍ବାସ୍ଥ୍ୟ ଦିବସରେ ଗୋଷ୍ଠୀ ସ୍ୱାସ୍ଥ୍ୟର ବିକାଶ ପାଇଁ ଟିପିଏସ୍ଓଡିଏଲର ପ୍ରୟାସ

ବ୍ରହ୍ମପୁର, ଏପ୍ରିଲ: ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଅବସରରେ ସ୍ଥାନୀୟ ଗୋଷ୍ଠୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ (ଟିପିଏସ୍ଓଡିଏଲ୍) ପ୍ରୟାସ ଜାରି ରଖିଛି। ଚଳିତ ବର୍ଷର ଥିମ୍ “ମାଇଁ ହେଲଥ, ମାଇଁ ରାଇଟ୍” (ମୋ ସ୍ବାସ୍ଥ୍ୟ, ମୋ ଅଧିକାର) ଆଧାରରେ ଦକ୍ଷିଣ ଓଡ଼ିଶାର ଲୋକଙ୍କ ତଥା କମ୍ପାନୀର କର୍ମଚାରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରଚେଷ୍ଟା କରୁଛି। କର୍ପୋରେଟ ସାମାଜିକ ଦାୟିତ୍ଵ (ସିଏସଆର୍) ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ଗ୍ରାମୀଣ…

Read More

ନବୀନ ଜିନ୍ଦଲଙ୍କ ଜନ୍ମଦିନ ଫିଟନେସ ଦିବସ ଭାବରେ ପାଳନ

ମାର୍ଚ୍ଚ ୯ ତାରିଖ ଦିନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଜେଏସପିର କର୍ମଚାରୀମାନେ ଫିଟନେସ ଦିବସ ଭାବରେ ପାଳନ କରିଛନ୍ତି  । ଏହି ଅବସରରେ ଏହାର ବିଭିନ୍ନ ବ୍ୟବସାୟ ସ୍ଥାନଗୁଡିକରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।  ଅନୁଗୁଳ, ବଡବିଲ, କାସିଆ ଏବଂ ଟେନ୍ସାରେ, କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ଫିଟନେସକୁ ପ୍ରାଥମିକତା ଦେବା ପାଇଁ ପ୍ରେରଣା ଯୋଗାଇବା ପାଇଁ…

Read More

ଖୁବଶୀଘ୍ର ବିଜେପିରେ ସାମିଲ ହେବେ ପୂର୍ବତନ ମନ୍ତ୍ରୀ, କଥାବାର୍ତ୍ତା ଜାରି ରଖିଛନ୍ତି ଆଉ ଜଣେ ମନ୍ତ୍ରୀ

ଭୁବନେଶ୍ୱର,୬।୩ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ ବିଜେଡି ଟିକେଟ୍ ରେ ବିଜୟୀ ହୋଇଥିଲେ। ମାତ୍ର ତିନି ଜଣେ ନେତା ବର୍ତ୍ତମାନ ବିଜେପିରେ ଯୋଗଦାନ କରିସାରିଲେଣି। ଆଗକୁ ଏହି ତାଲିକା ବଢିବାରେ ଲାଗିବ ବୋଲି ଆଶା କରାଯାଉଛି। ଏହି କ୍ରମରେ ରାଜ୍ୟର ଜଣେ ପୁରୁଣା ଏବଂ ଅଭିଜ୍ଞ ରାଜନେତା ଖୁବଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛି। ସେ ଜନତା ଦଳ ସମୟରୁ ରାଜନୀତି କରି ଆସୁଛନ୍ତି।…

Read More

ନିର୍ବାଚନୀ ବଣ୍ଡ(Electoral Bond) ସମ୍ପର୍କରେ ଆମେ କାହିଁକି ଜାଣିବା ଉଚିତ୍……….

ନୂଆଦିଲ୍ଲୀ : ବଣ୍ଡ କହିଲେ ସରଳ ଭାଷାରେ ପ୍ରତିଜ୍ଞା ପତ୍ର ( Prommissory Note ) । ଯେବେଠାରୁ ବିନିମୟ ମାଧ୍ୟମ ଭାଵରେ ମୁଦ୍ରା ଆସିଲାଣି ତାର ବହୁ ପୂର୍ବରୁ ପ୍ରତିଜ୍ଞା ପତ୍ର ଆସିଲାଣି । ପ୍ରଥମେ ସପ୍ତମ -ଅଷ୍ଟମ ଶତାବ୍ଦୀରେ ଚୀନର ଟାଙ୍ଗବଂଶ ଶାସନରେ ଚା ବାଣିଜ୍ୟ ପାଇଁ ପ୍ରତିଜ୍ଞା ପତ୍ର ଜାରୀ କରିଥିଲେ । ଏହା Privately issued currency । ଆମ ଦେଶରେ ମହାଜନୀ କାରବାର ପାଇଁ ମଧ୍ୟ କାଗଜ ଖଣ୍ଡରେ ପ୍ରତିଜ୍ଞା…

Read More

ସଞ୍ଜୀବ ନୁହେଁ କି ଅସିତ୍ ନୁହେଁ…ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ମନ ବଳାଇଲାଣି ବିଜେଡି …….

ଭଦ୍ରକ :  ବର୍ତ୍ତମାନ ବିଧାୟକ ଥିବା ସଞ୍ଜୀବ ମଲ୍ଲିକଙ୍କୁ ପୁନର୍ବାର ପ୍ରାର୍ଥୀ କରିବା ସପକ୍ଷରେ ନାହାନ୍ତି ବିଜେଡି ସୁପ୍ରିମୋ। ଶ୍ରୀ ମଲ୍ଲିକଙ୍କ ପ୍ରାର୍ଥିତ୍ୱକୁ ଅସିତ ପଟ୍ଟନାୟକଙ୍କ ଗୋଷ୍ଠୀ ଠାରୁ ପ୍ରବଳ ବିରୋଧର ସମ୍ମୁଖିନ ହେବାକୁ ପଡୁଛି। ଅନୁରୂପ ଭାବେ ଅସିତ ପଟ୍ଟନାୟକଙ୍କ ସପକ୍ଷରେ ମଧ୍ୟ ସର୍ବ ସହମତି ଯୋଗାଡ଼ ହୋଇପାରୁନାହିଁ। ଇତି ମଧ୍ୟ ଭଦ୍ରକ ବିଧାନସଭା ପାଇଁ ନୂଆ ମୁହଁ ଖୋଜିବା ଓ ଅନ୍ୟ ଆଶାୟୀଙ୍କ ମଧ୍ୟରେ କାହାକୁ ପ୍ରାର୍ଥୀ କଲେ ଦଳ ଫାଇଦାରେ ରହିବ, ସେ…

Read More

ନିଲମ୍ବନ ଉଠିଲା ପରେ ଭକୁଆ ହେବେନି ତ ଚିରଞ୍ଜୀବ ଓ ମୋକ୍କିମ୍….

ଭୁବନେଶ୍ୱର :  କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି। ଗତ ମାସରେ ନୂଆ ପ୍ରଭାରୀ ଅଜୟ କୁମାର ଦାୟିତ୍ୱ ନେଇ ସାରିଥିଲେ। କୁମାର ମଧ୍ୟ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ରହିଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେ ଗସ୍ତ ପୂର୍ବରୁ ଅଜୟ କୁମାର ଦୀର୍ଘଦିନ ଓଡ଼ିଶାରେ ରହିବେ। ଏହି ସମୟରେ ନିଲମ୍ବିତ ହୋଇଥିବା ଏକାଧିକ ନେତାଙ୍କ ଉପରୁ ନିଲମ୍ବନ ହଟିବ ବୋଲି ଆଲୋଚନା ହେଉଛି। ଏହା ମଧ୍ୟରେ ଦୁଇ…

Read More

ଅଜୟ ଆସିବା ପୂର୍ବରୁ ସବୁ ବରିଷ୍ଠଙ୍କ ସହ କ’ଣ କଥା ହେଉଛନ୍ତି, ଜାନୁୟାରୀ ୬ ପୂର୍ବରୁ କଂଗ୍ରେସ ନୂଆ ଘୋଷଣା କରିବ କି ?

ନୂଆଦିଲ୍ଲୀ :  ଆସନ୍ତା ଜାନୁଆରୀ ୧୪ ତାରିଖରୁ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ୱିତୀୟ ସଂସ୍କରଣ ‘ଭାରତ ନ୍ୟାୟ ଯାତ୍ରା’ରେ ବାହାରିବେ ବୋଲି ଜଣାପଡିଛି। ଜାନୁଆରି ୧୪ ତାରିଖ ଦିନ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ ମଣିପୁରରେ ଏହି ‘ଭାରତ ନ୍ୟାୟ ଯାତ୍ରା’ର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି। ଅନୁରୂପ ଭାବରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରର ମୁମ୍ବାଇରେ ଏହି ଯାତ୍ରା ଶେଷ ହେବ। ୧୪ଟି ରାଜ୍ୟର ପ୍ରାୟ ୮୫ଟି…

Read More

କାହିଁକି ଇଏ  ବିଜେଡିର ତୃତୀୟ କ୍ଷମତାଶାଳୀ  ବ୍ୟକ୍ତି, ଆଗୁଆ ପ୍ରାର୍ଥୀତ୍ୱ ଘୋଷଣା କରି ସଙ୍କେତ ଦେଲା କି ବିଜେଡି…

ଭୁବନେଶ୍ୱର : ବିଜେଡିରେ ମୁଖ୍ୟ କ୍ଷମତା କେନ୍ଦ୍ର ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ। ସେ ଦଳର ଏକ ନମ୍ବର ବ୍ୟକ୍ତି। ବିଜେଡିରେ କିଏ ଦୁଇ ନମ୍ବର, ତାହା ଜଣା ପଡେ ନାହିଁ। କେତେବେଳେ ବିଜୟ ମହାପାତ୍ର ତ ପୁଣି କେତେବେଳେ ପ୍ୟାରୀମୋହନ ମହାପାତ୍ର । ମାତ୍ର ପ୍ରଶାସନିକ ସେବାକୁ ଅବସର ନେଇଥିବା ଭି.କେ ପାଣ୍ଡିଆନ୍ ବିଜେଡିରେ ଯୋଗଦାନ କରିବା ପରେ ଦଳର ଦୁଇ ନମ୍ବର କିଏ, ତାହା ପ୍ରମାଣିତ ହୋଇଯାଇଛି। ନବୀନ ପଟ୍ଟନାୟକ ଦଳର…

Read More

ବିଜେପିର ଛତିଶଗଡ଼ ବିଜୟ କାହିଁକି ବିଜେଡି ନିଦ ହଜାଇଛି ?

ବିଜେଡି ସବୁ ବେଳେ ବିରୋଧିଙ୍କୁ ପ୍ରଶ୍ନ କରିଥାଏ ଯେ, ନବୀନ ପଟ୍ଟନାୟକଙ୍କ ବିକଳ୍ପ କିଏ ? ସାମାଜିକ ସମୀକରଣ ଅପେକ୍ଷା ବିକାଶ ରାଜନୀତିର ପ୍ରଚାରପ୍ରସାରକୁ ଗୁରୁତ୍ୱ ଦେଇଥାଏ। ମାତ୍ର ନିକଟରେ ପ୍ରକାଶ ପାଇଥିବା ଛତିଶଗଡ଼ ବିଧାନସଭା ନିର୍ବାଚନ ଫଳାଫଳ ସବୁ ଅଙ୍କ ବିଗାଡ଼ି ଦେଇଛି। ଏହା ରାଜ୍ୟରେ ବିଜେପି ନିଜର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନ ଥିଲା। ସେହିପରି କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ଥିବା ଭୂପେଶ ବାଘେଲ ନିଜ କାମ ଏବଂ ଯୋଜନାକୁ ଅଧିକ ପ୍ରଚାର କରୁଥିଲେ।…

Read More