Odisha Patrika

ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାର ଅବଧିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ୫ ବର୍ଷକୁ ବୃଦ୍ଧି କରିଛନ୍ତି।  ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି। ସେମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି ଲେଖାଏ ଚାଉଳ ପାଉଛନ୍ତି। ଯୋଜନାର ଅବଧି ଆଉ ୫ ବର୍ଷ ବଢିବା ଦ୍ୱାରା ଏହି ହିତାଧିକାରୀମାନେ ୨୦୨୪ ଜାନୁଆରୀ ୧ ଠାରୁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ।…

Read More

ବର୍ତ୍ତମାନ ପିସିସି ସଭାପତିଙ୍କୁ ବଦଳାଇ ବହୁଜନ ବର୍ଗରୁ ପ୍ରତିନିଧିତ୍ୱ ଦେବା ପାଇଁ ଉଠିଲା ସ୍ୱର, ଏଆଇସିସି ନେତାଙ୍କୁ ଚିଠି ଲେଖିଲେ ପୂର୍ବତନ ପିସିସି ସଭାପତି

ଭୁବନେଶ୍ୱର :  ରାଜନୀତି ବହୁତ ବଦଳି ଗଲାଣି। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଫଳାଫଳ ଆମ ସପକ୍ଷରେ ଗଲାନାହିଁ। କୌଣସି ବର୍ଗର ଭୋଟ କଂଗ୍ରେସ ରଖିପାରିଲା ନାହିଁ। ବିଶେଷ କରି ଆଦିବାସୀ ଭୋଟ୍ ମଧ୍ୟ ଦଳ ବିରୋଧରେ ଗଲା। ଆଗାମୀ ଦିନରେ ଅନୁସୂଚିତ ଜାତି ଭୋଟ ରଖିବା ଦଳ ପାଇଁ କଷ୍ଟକର ହୋଇ ପଡିବ। ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ ୪୦ % ଆଦିବାସୀ ଏବଂ ଅନୁସୂଚିତ ଜାତି। ଏହି ବର୍ଗ ହିଁ କଂଗ୍ରେସର ମୁଖ୍ୟ ଭୋଟର।…

Read More

ରଣନୀତି ବଦଳାଇବ କି ରାଜ୍ୟ ବିଜେପି, ମଧ୍ୟପ୍ରଦେଶ ଓ ଛତିଶଗଡରୁ ନେଲା ଶିକ୍ଷା

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିମ୍ବା ପ୍ରଚାର କମିଟି ଅଧ୍ୟକ୍ଷ ଘୋଷଣା ନ କରି ନିର୍ବାଚନ ଜିତି ହୁଏ। ସେହିପରି କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକପ୍ରିୟ ଥିଲେ ବି ବିଧାୟକ ଏବଂ ଅନ୍ୟ ନେତାଙ୍କ ବିରୋଧରେ ଜନମତ ଥାଏ। ଉପଯୁକ୍ତ ରଣନୀତି ଦ୍ୱାରା ଏହି ପରିସ୍ଥିତିରେ ନିର୍ବାଚନ ଜିତିହୁଏ। ଯାହା ବିଜେପିର ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଜୟରୁ ଜଣାପଡିଛି। ଅନୁରୂପ ଭାବେ ଲୋକପ୍ରିୟ ଥିବା ମାଣିକ ସରକାର ତ୍ରିପୁରାରେ ମଧ୍ୟ ଦୁଇଥର…

Read More

ଟି- ୨୦ରେ ସମସ୍ତଙ୍କୁ ପଛରେ ପକାଇଦେଲେ ରବି ବିଷ୍ଣୋଇ

ନୂଆଦିଲ୍ଲୀ : ଲେଗ୍ ସ୍ପିନର୍‌ ରବି ବିଷ୍ଣୋଇ ତାଙ୍କ କ୍ରିକେଟ୍ କ୍ୟାରିୟରର  ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ‌ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଶ୍ରେଷ୍ଠ ଖେଳାଳି ହୋଇଥିବା ବିଷ୍ଣୋଇ ସଦ୍ୟ ପ୍ରକାଶିତ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଆଫଗାନିସ୍ତାନର ଅଭିଜ୍ଞ ସ୍ପିନର୍‌ ରସିଦ୍ ଖାନ୍‌ଙ୍କୁ ଗାଦିଚ୍ୟୁତ କରି ସେ ଏହି ସଫଳତା ହାସଲ କରିଛନ୍ତି। ବର୍ତ୍ତମାନ ରେଟିଂ ପଏଣ୍ଟରେ ରସିଦ୍‌ ୬୯୨ରେ ଥିବାବେଳେ ବିଷ୍ଣୋଇ ୬୯୯ରେ ପହଞ୍ଚିଯାଇଛନ୍ତି। ୫ଟି ସ୍ଥାନ ଉପରକୁ ଉଠି ବିଷ୍ଣୋଇ…

Read More

୧୧,୭୦୩ କୋଟି ଟଙ୍କା ଲାଭ ଦେଇଛି ପୂର୍ବତଟ ରେଳବାଇ ଜୋନ୍  

ଭୁବନେଶ୍ୱର : ସାରା ଦେଶରେ ପୂର୍ବତଟ ରେଳପଥ ସର୍ବାଧିକ ଲାଭ କରୁଥିବା ରେଳ ଜୋନ୍‌। ଗତ ଆର୍ଥିକ ବର୍ଷ ତଥା -୨୦୨୨-୨୩ ରେ ଏହି ଜୋନ୍ ୧୧,୭୦୩ କୋଟି ଟଙ୍କା ଲାଭ କରିଛି। ରେଳବାଇର ସାତଟି ଜୋନ୍‌କୁ ବାଦ ଦେଲେ ଅନ୍ୟ ସମସ୍ତ ଜୋନ୍  କ୍ଷତିରେ ଚାଲୁଛି। ପୂର୍ବ ରେଳପଥ ସର୍ବାଧିକ ୬୮୦୩ ‌କୋଟି ଟଙ୍କାର କ୍ଷତି କରୁଛି। ଏହି ରିପୋର୍ଟ ୱିଣ୍ଟୱେଲ୍‌ଥ ପକ୍ଷରୁ ପ୍ରଦାନ କରାଯାଇଛି। ମୋଟ ରାଜସ୍ୱରେ ମାଲ ପରିବହନର ଭାଗ ସର୍ବାଧିକ ୬୮%…

Read More

ଗୁଜରାଟ୍ ଟାଇଟାନ୍ସର ଅଧିନାୟକ ହେଲେ ଶୁଭମନ୍ ଗିଲ୍, ମୁମ୍ବାଇ ଫେରିଲେ ପାଣ୍ଡ୍ୟା

ଭୁବନେଶ୍ୱର : ଦୁନିଆର ସବୁଠୁ ବ୍ୟୟବହୁଳ କ୍ରିକେଟ୍ ଲିଗ୍ ଆଇପିଏଲ୍ ରେ ଏକ ବିରାଟ ଅଦଳବଦଳ ବା କାରବାର ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର  ଅଧିନାୟକ ପଦ ଛାଡ଼ି ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି। ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ପରେ ଗୁଜରାଟ ଟାଇଟନ୍ସ ଶୁଭମନ ଗିଲଙ୍କୁ ଅଧିନାୟକ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଦିନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ…

Read More

ଉପ-ମୁଖ୍ୟମନ୍ତ୍ରୀ ହେବ ଭି.କେ ପାଣ୍ଡିଆନ୍ , ସିଏମଓ ଅଧିକାରୀସ୍ତରରେ ଅଦଳବଦଳ

ଭୁବନେଶ୍ୱର: କେବଳ ଦଳ  ନୁହେଁ। ରାଜ୍ୟ ସରକାରରେ ରାଜନୈତିକ ପଦରେ ଭି.କେ ପାଣ୍ଡିଆନ୍ ଅବସ୍ଥାପିତ ହୋଇ ପାରନ୍ତି। ଏନେଇ ଦଳୀୟ ମହଲରେ ଆଲୋଚନା ଜୋର ଧରିଛି। ଆସନ୍ତା ଜନରାଜ୍ୟ ଦିବସ ପୂର୍ବରୁ ଭି.କେ ପାଣ୍ଡିଆନ୍ ରାଜ୍ୟ ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ପାରନ୍ତି। ଆଗାମୀ ପ୍ରତିଷ୍ଠା ଦିବସ ପୂର୍ବରୁ ଦଳୀୟ ଦାୟିତ୍ୱ ପରେ ଏହି ଦାୟିତ୍ୱ ପ୍ରଦାନ ଉତ୍ସବ ନିରାଡମ୍ବର ଢଙ୍ଗରେ ପାଳନ କରାଯିବ। ଭି.କେଙ୍କ ରାଜନୈତିକ ଦାୟିତ୍ୱ ପରେ ସିଏମଓ ପ୍ରଶାସନରେ ଏକ ଅଦଳବଦଳ…

Read More

ଆଖିରେ ଆଙ୍ଗୁଠି ଗେଞ୍ଜି ଓଡ଼ିଶାର ରତ୍ନଭଣ୍ଡାର ଲୁଟିବ JSW

ଭୁବନେଶ୍ୱର : ଜେଏସଡବ୍ଲୁ ଷ୍ଟିଲ ଓଡ଼ିଶାର ଜାଜାଙ୍ଗ ଲୁହାପଥର ଖଣି ହସ୍ତାନ୍ତର ପାଇଁ ଆବେଦନ ପ୍ରତ୍ୟାହାର କରିନେବାକୁ କିଛିଦିନ ବିତିଗଲାଣି। ମାତ୍ର ଏହି ସାମଗ୍ରିକ ପ୍ରକ୍ରିୟାରେ କେନ୍ଦ୍ର ଓ ରାଜ୍ୟ ସରକାର କିଭଳି ଜେଏସଡବବ୍ଲ୍ୟୁକୁ ଫାଇଦା ଦେବାକୁ ଗଳାବାଟ ଖୋଲିଛନ୍ତି। ତାହା ପଦାରେ ପଡିଛି।ନିକଟରେ ଜଙ୍ଗଲ ସଂରକ୍ଷଣ ଆଇନରେ ସଂଶୋଧନ ପରେ ‘ସାବିକ୍’ ଜଙ୍ଗଲ ଭାବରେ ଚିହ୍ନିତ ଅଞ୍ଚଳରେ ଉପସ୍ଥିତ ଥିବା ଅଧା ସାମଗ୍ରୀକୁ JSW ପାଇବାକୁ ଯାଉଛି। ନିକଟରେ ନିଆଯାଇଥିବା ପ୍ରଶାସନିକ ନିଷ୍ପତ୍ତି ବିଭିନ୍ନ ଅନାଲୋଚିତ…

Read More

ବୟସ୍କଙ୍କୁ ବଡ଼ ଦେଉଳ ଭ୍ରମଣ କଟକଣା ପରେ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା

ପୁରୀ : ‘ ବୟସ୍କ ଓ ଅସୁସ୍ଥ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁନି। ଅଯଥା ଭିଡ଼ରେ ଯନ୍ତ୍ରଣା ପାଆନ୍ତୁନି’। ବୋଲି ଦିନକ ପୂର୍ବରୁ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ସାର୍ବଜନୀନ ନିବେଦନ କରିଥିଲେ। ବିଶେଷ ଭାବେ କାର୍ତ୍ତିକ ମାସ ଓ ପଞ୍ଚୁକ ଯୋଗୁ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ବଢ଼ିଛି। ଶ୍ରୀମନ୍ଦିରରେ ଗହଳି ରହୁଛି। ତଥାପି ଭିଡ଼ ନିୟନ୍ତ୍ରଣ ପାଇଁ କାରଣ ଓ ତା’ର ନିରାକରଣର ବିଭିନ୍ନ ଦିଗକୁ ଅନୁଧ୍ୟାନ…

Read More

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ କି କଥା ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ନୂଆ ରାଜ୍ୟପାଳ ରଘୁବର ଦାସଙ୍କ ଶପଥ ଉତ୍ସବ ରହିଥିଲା। ମୋତେ ଆନୁଷ୍ଠାନିକ ଭାବେ ରାଜଭବନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ମୁଁ ପହଞ୍ଚିବା ପରେ ସେଠାରେ ଖାଲି ଥିବା ଆସନ ଦେଖି ବସି ପଡିଲା। ମୋ ଡାହାଣ ପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିଲେ। ଅନୁରୂପ ଭାବେ ବାମ ପଟେ ବାଚସ୍ପତି ପ୍ରମିଳା ମଲ୍ଲିକ ଥିଲେ। ଆମ ମାନଙ୍କର ଫଟୋ ପରବର୍ତ୍ତୀ ସମୟରେ ଭାଇରାଲ ହେବାରେ ଲାଗିଲା। ମାତ୍ର ଏହା ଏକ ସଂଯୋଗ ଥିଲା।…

Read More