Odisha Patrika

ରାହୁଲ ସେଠି ସିନା କହିଦେଲେ, ହେଲେ ଏଠି କଣ କହିପାରିବେ….?

ଭୁବନେଶ୍ୱର : ଏଆଇସିସି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଚାଲୁଥାଏ। ସେଠାରେ ବସିଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ରାହୁଲ ଗାନ୍ଧୀ ପ୍ରଶ୍ନ ପଚାରିଲେ, କେତେ ଜଣ ଦଳିତ ଅଛନ୍ତି। ସମସ୍ତେ ଚୁପ୍ ରହିଲେ। ପୁଣି ପଚାରିଲେ , କେତେ ଜଣ ଆଦିବାସୀ ଅଛନ୍ତି। ସମସ୍ତେ ଚୁପ୍ ରହିଲେ। ଏହା ପରେ ପୁଣି ପଚାରିଲେ କେତେ ଜଣ ଓବିସି ଅଛନ୍ତି। କେହି ଗଣମାଧ୍ୟମ ପ୍ରତିନିଧି ହାତ ଟେକିଲେନି। ଜଣେ ମାତ୍ର କ୍ୟାମେରାମ୍ୟାନ ହାତ ଟେକିଲେ। ଏହା ପରେ ରାହୁଲ…

Read More

ସୁନା ପୁଅ ଅମିତ ରୋହିଦାସଙ୍କୁ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଗତକାଲି ଭାରତୀୟ ପୁରୁଷ ହକି ଟିମ୍ ଏସୀୟ କ୍ରୀଡ଼ାରେ ବହୁ ପ୍ରତୀକ୍ଷିତ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଭାରତୀୟ ଦଳରେ ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପ୍ରଦର୍ଶ ମଧ୍ୟ ଉଚ୍ଚକୋଟୀର ଥିଲା।  ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅମିତ ରୋହିଦାସଙ୍କ ପାଇଁ  ଦେଢ଼ କୋଟି ଟଙ୍କାର ପୁରସ୍କାର  ରାଶି ଘୋଷଣା କରିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଗଣମାଧ୍ୟମକୁ ଅବଗତ କରାଯାଇଛି। ତୃଣମୂଳରୁ ଆରମ୍ଭ କରି  ଅନ୍ତର୍ଜାତୀୟ ହକି ଟର୍ଫରେ ଖେଳୁଥିବା ଅମିତ ରୋହିଦାସଙ୍କ…

Read More

ଭାରତ ଏବଂ ଏସିଆ ମହାଦେଶର ସବୁଠୁ ଧନୀ ମହିଳା କିଏ….ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଆମ ଦେଶରେ ଧନୀମାନଙ୍କ କଥା ପଡ଼ିଲେ ଆଖି ଆଗକୁ  ଅମ୍ବାନୀ ଓ ଆଦାନୀ ପରିବାରଙ୍କ ନାମ ଆଗକୁ ଚାଲିଆସେ।  ହେଲେ ଆମ ଦେଶର ମହିଳା ଉଦ୍ୟୋଗପତି ଧନୀ ଅଛନ୍ତି। ସେମାନେ ଅଦାନୀ ଏବଂ ଅମ୍ବାନୀଙ୍କୁ ସିଧା ଟକ୍କର ଦେଉଛନ୍ତି।  ଦେଶର ଯେତେ ମହିଳା ଉଦ୍ୟୋଗୀ ଅଛନ୍ତି, ତାଙ୍କ ମଧ୍ୟରେ ସବୁଠୁ ଧନୀ ହେଉଛନ୍ତି  ସାବିତ୍ରୀ ଜିନ୍ଦଲଙ୍କ । ସେ  ବର୍ତ୍ତମାନ ଜିନ୍ଦଲଙ୍କ ଗ୍ରୁପ୍‌କୁ ସମ୍ଭାଳୁଛନ୍ତି। ଦେଶର ଧନୀ ତ‌ାଲିକା ମଧ୍ୟରେ ୭୩ ବର୍ଷୀୟା ଏହି…

Read More

ପଛୁଆବର୍ଗଙ୍କ ଅବସ୍ଥା ଖରାପ, ଘରକୁ ଘରକୁ ବୁଲି ସର୍ଭେ କରିନାହାନ୍ତି ସରକାରୀ କର୍ମଚାରୀ

ଭୁବନେଶ୍ୱର- ପାଇକ ବୀରଙ୍କ ମାଟି ଓଡ଼ିଶା। ଇଂରେଜ ହୁଅନ୍ତୁ ଅନ୍ୟ କୌଣସି ବାହ୍ୟ ଶତ୍ରୁ। ସେମାନଙ୍କୁ ମୁକାବିଲା କରିବା ପାଇଁ ଆଗେଇ ଆସିଥାନ୍ତି ପାଇକ। ପାଇକ କହିଲେ ଚଷା, ଖଣ୍ଡାୟତ, ବିଭିନ୍ନ କୌଳିକ ବୃତ୍ତିଧାରୀ ମେହନତୀ ମଣିଷ, ଦଳିତ ଓ ଆଦିବାସୀ। ଏ ଜଙ୍ଗଲ ପାଇକର, ଜମି ସେମାନଙ୍କର। ମାଟି ତଳେ ଥିବା ରତ୍ନ ଭଣ୍ଡାର ସେମାନଙ୍କର। ହେଲେ ସେମାନଙ୍କ ଅବସ୍ଥା ଶୋଚନୀୟ। ଏକଥା ଆମେ କହୁନାହୁଁ, ବିଭିନ୍ନ ଗଣମାଧ୍ୟମ ପ୍ରକାଶ ପାଇଥିବା ରିପୋର୍ଟରେ ଏହା ଉଲ୍ଲେଖ…

Read More

କାହା ନିର୍ଦ୍ଦେଶ ଆଉ ଏଜେଣ୍ଡାରେ କାମ କରୁଛି ଓଡ଼ିଶା କଂଗ୍ରେସ, ଖଡ଼ଗେ ଏବଂ ରାହୁଲଙ୍କ କଥାକୁ କାହିଁକି ନାକ ଟେକୁଛି ପିସିସି!

ଭୁବନେଶ୍ୱର-  ଆମର ଚାରି ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣ ଓବିସି। କଂଗ୍ରେସ କିମ୍ବା ଏନଡିଏ କ୍ଷମତାକୁ ଆସିଲେ ନିଶ୍ଚିତ ଜାତିଭିତ୍ତିକ ଜନଗଣନା ହେବ। ଦେଶର ସରକାରୀ ପଦବୀରେ ଓବିସିଙ୍କ ସଂଖ୍ୟା ବୃଦ୍ଧି କରାଯିବ। ଏହିପରି କେତୋଟି ଲାଇନ୍  ରାହୁଲ ଗାନ୍ଧୀ ବର୍ତ୍ତମାନ ଘୋଷି ହେଉଛନ୍ତି। ହେଲେ ଜନସଂଖ୍ୟାର ଅଧା ଓବିସି ଥିବା ଓଡ଼ିଶାରେ ସଭାପତି, ବିଧାୟକ ଦଳ ନେତା, ପ୍ରଚାର କମିଟି ଅଧ୍ୟକ୍ଷ, ଇସ୍ତାହାର କମିଟି ଅଧ୍ୟକ୍ଷ ସାଧାରଣ ବର୍ଗର। ତେଣୁ ସାଙ୍ଗଠନିକ…

Read More

ଅଧିକ ଲୁଣ ଖାଉଛନ୍ତି କି….. ସାବଧାନ…

ନୂଆଦିଲ୍ଲୀ : ଭାରତୀୟ ମାନେ ଆବ୍ଶ୍ୟକତା ଠାରୁ ଅଧିକ ଲୁଣ ଖାଉଛନ୍ତି। ହଁ ପାଠକେ ବନ୍ଧୁ ଯେତିକି ଦରକାର, ସେତିକି ଅଧିକା ଖାଉଛନ୍ତି। ଏକଥା ଆମେ ଆମ ମନରୁ କହୁନାହୁଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା ହୁ ପକ୍ଷରୁ କୁହାଯାଇଛି। ଜଣେ ଭାରତୀୟ ପ୍ରତିଦିନ ହାରାହାରି ଆଠ ଗ୍ରାମ ଲୁଣ ଖାଉଛି। ଜଣେ ଭାରତୀୟ ପୁରୁଷ 8.9 ଗ୍ରାମ ଖାଉଥିବା ବେଳେ, ଜଣେ ମହିଳା 7.1 ଗ୍ରାମ ଲୁଣ ଖାଉଛନ୍ତି। ମାତ୍ର ହୁ ପକ୍ଷରୁ ଦିନକୁମାତ୍ର ପାଞ୍ଚ…

Read More

ଖଡଗେଙ୍କୁ ଅସମ୍ମାନ ମାନସିକତା ଆସୁଛି କେଉଁଠୁ ? ନିଷ୍ପେସିତ ଓ ପଛୁଆବର୍ଗର ନେତୃତ୍ୱକୁ କାହିଁକି ସହିପାରୁନାହାନ୍ତି ପଟ୍ଟନାୟକ ଏଣ୍ଡ କୋ !

ଭୁବନେଶ୍ୱର : ମଲ୍ଲିକାର୍ଜୁନ ଖଡ଼ଗେ। ସର୍ବଭାରତୀୟ କଂଗ୍ରେସ ସଭାପତି। ଦଳର ସବୁଠୁ ବରିଷ୍ଠ ନେତା। କର୍ଣ୍ଣାଟକ ବିଧାନସଭା, ସଂସଦର ଲୋକସଭା ଏବଂ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିସାରିଥିବା ରାଜନେତା। ପାଞ୍ଚ ଦଶନ୍ଧିର ରାଜନୈତିକ ଅଭିଜ୍ଞତା ରଖୁଥିବା ଏହି ରାଜନେତାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛି ଓଡ଼ିଶା କଂଗ୍ରେସ।  କଂଗ୍ରେସ ପକ୍ଷରୁ ଜାରି କରାଇଥିବା ଏକ ପୋଷ୍ଟରରେ ନଗଣ୍ୟ ଭାବେ ଶ୍ରୀ ଖଡ଼ଗେଙ୍କ ଫଟୋ ରଖାଯାଇଛି। ଯାହା ହେବା କଥା ନୁହେଁ। ଦଳର ସଭାପତି ଭାବେ ତାଙ୍କ ଫଟୋ ସବୁଠୁ…

Read More

ବହିଷ୍କାର ପରେ କୁଆଡେ ଯିବେ ସୌମ୍ୟ ରଞ୍ଜନ, ଦୁଇ ଜାତୀୟ ଦଳ ସହ କରୁଛନ୍ତି କି ଯୋଗାଯୋଗ !!!

ନୂଆଦିଲ୍ଲୀ :ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଦଳରୁ ବହିଷ୍କୃତ ହେବା ପରେ ତାଙ୍କ ପରବର୍ତ୍ତୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି। ଶ୍ରୀ ପଟ୍ଟନାୟକ କୁଆଡେ ଯିବେ, ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଇତି ମଧ୍ୟରେ ବିଜେଡି ବହିଷ୍କାର ନିଷ୍ପତ୍ତି ନେବା ପୂର୍ବରୁ ଗୋଟିଏ ଗୁଇନ୍ଦା ସୂଚନା ଆଧାରରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଦା କରିଥିବା ଜଣାପଡିଛି। ତିନି ଦିନ ପୂର୍ବରୁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେପିର ବରିଷ୍ଠ ନେତା ତଥା…

Read More

ମ୍ୟାଚ୍ ଫିକ୍ସିଂ ଘଟଣାର ମୁଖାଖୋଲିଲା ଆଇସିସି, ଯେଉଁଥିରେ ସାମିଲ୍ ଅଛନ୍ତି ୩ ଭାରତୀୟ

ନୂଆଦିଲ୍ଲୀ : ୨୦୨୧ ମସିହାରେ ୟୁଏଇରେ ଖେଳାଯାଇଥିବା ଏମିରେଟ୍ସ ଟି 10 ଲିଗରେ ଆସିଛି ଦୁର୍ନୀତି ଅଭିଯୋଗ । ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ୩ ଜଣ ଭାରତୀୟଙ୍କ ବ୍ୟତୀତ ୮ ଜଣ ବ୍ୟକ୍ତି ଏବଂ କିଛି ଅଧିକାରୀ ଅଭିଯୋଗ ନାମରେ ଏମିତି କିଛି ଅଭିଯୋଗ ଆଣିଛି। ସେମାନଙ୍କ ମଧ୍ୟରେ ୨ ଜଣ ଦଳର ମାଲିକ ଅଟନ୍ତି। ଏହା ବ୍ୟତୀତ ବାଂଲାଦେଶ ଦଳର ପୂର୍ବତନ ଖେଳାଳି ନାସିର ହୁସେନ୍‌ଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି।ଦୁର୍ନୀତି କାର୍ଯ୍ୟକଳାପରେ…

Read More

ଛଅ ବର୍ଷ ପରେ ନବୀନଙ୍କୁ ଭେଟି କ’ଣ କହିଲେ ବୈଜୟନ୍ତ….ପ୍ରେମ ପଟ୍ଟନାୟକଙ୍କ ସହ କି କଥା ହେଲେ ଜୟ ପଣ୍ଡା…

ନୂଆଦିଲ୍ଲୀ : ୨୦୧୯ ନିର୍ବାଚନ। ଲୋକସଭା ପ୍ରାର୍ଥୀ ଘୋଷଣା କରିଚାଲିଥାନ୍ତି ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା ଜିଲ୍ଲାରୁ ଘୋଷଣା କଲେ ଅଭିନେତା ଅନୁଭବ ମହାନ୍ତିଙ୍କ ନାଁ। ଶ୍ରୀ ମହାନ୍ତିଙ୍କ ନାଁ ଘୋଷଣା ପରେ ପୂର୍ବ ସାଂସଦ ବୈଜୟନ୍ତଙ୍କ ମନିଂ ଲଡ୍ରିଂ ଏବଂ ତାଙ୍କ ଉପରେ ଆସିଥିବା କେତେକ ଅଭିଯୋଗକୁ ବଖାଣିଥିଲେ। କହିଥିଲେ ବର୍ତ୍ତମାନର ପ୍ରାର୍ଥୀ ପୂର୍ବ ସାଂସଦ ଭଳି ହେବେ ନାହିଁ। ସମୟ ଚକ୍ରରେ ବୈଜୟନ୍ତ ଓ ଅନୁଭବ ରାଜ୍ୟ ରାଜନୀତିରେ କେଉଁଠି ଅଛନ୍ତି, ତାହା ସମସ୍ତଙ୍କୁ ଜଣା।…

Read More