Odisha Patrika

ଭୀଷଣ ହେବ ବାତ୍ୟା ” ମୋକା ” ; ୧୪ ତାରିଖରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର : ବାତ୍ୟା ମୋକା ଆଜି ସକାଳ ୫.୩୦ ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତ 6ଘଣ୍ଟାରେ ଘଣ୍ଟାପ୍ରତି ବେଗ ୯କିମି ହାରରେ ଉତ୍ତରଆଡକୁ ଗତିକରୁଛି ତଥା ୧୩.୨ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୮.୧ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ରହିବା ସହ ପୋର୍ଟବ୍ଲେୟାର ଠାରୁ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ୫୨୦ କିମି , ବଙ୍ଗଳଦେଶ ର କକ୍ସ ବଜ଼ାର ଠାରୁ ଦକ୍ଷିଣଦକ୍ଷିଣ ପଶ୍ଚିମ ଦିଗରେ ୧୦୧୦ କିମି, ଏବଂ ମିଆଁମାର ର ସ୍ୱଇଟେ ଠାରୁ…

Read More

ଭରସାଯୋଗ୍ୟ ବିଜୁଳି ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ଭ୍ରାମ୍ୟମାଣ ସବଷ୍ଟେସନ ମୂତୟନ

ବ୍ରହ୍ମପୁର: ଗ୍ରାହକମାନଙ୍କ ପାଇଁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ସମସ୍ତ ସର୍କଲରେ ଏବେ ଭ୍ରାମ୍ୟମାଣ ସବଷ୍ଟେସନ ମୂତୟନ କରାଯାଇଛି । ଏହା ଫଳରେ ବିଭ୍ରାଟ ସମୟରେ ବିଜୁଳି ଯୋଗାଣ ସୁଗମ ହେବ। ଛଅଟି ସର୍କଲ୍ ଯଥା ବ୍ରହ୍ମପୁର ସର୍କଲ୍, ସିଟି ସର୍କଲ, ରାୟଗଡ଼ା ସର୍କଲ, ଜୟପୁର ସର୍କଲ୍, ଆସ୍କା ସର୍କଲ୍ ଓ ଭଞ୍ଜନଗର ସର୍କଲରେ ୧୧/୦.୪ କେଭିର ଗୋଟିଏ ଲେଖାଏଁ ଭ୍ରାମ୍ୟମାଣ ସବଷ୍ଟେସନ…

Read More

ମୋଦିଙ୍କ ସହ ରାଜନୈତିକ ଆଲୋଚନା ହୋଇନି ବୋଲି କହିଲେ ନବୀନ

ଭୁବନେଶ୍ୱର,୧୧/୬ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସିବା ଦିନଠାରୁ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଗତିବିଧି ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଆନୁଷ୍ଠାନିକ ଭାବେ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପକ୍ଷରୁ ଯାହା ମନ୍ତବ୍ୟ ଦିଆଯାଉଛି, ତାହା ଉପରେ ସନ୍ଦେହ ପ୍ରକାଶ ପାଉଛି। ଏହି କ୍ରମରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ 4ଟା 30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ଭେଟ-ଘାଟ ପରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବୈଠକରେ କୌଣସି…

Read More

ଇମ୍ରାନ ଖାନଙ୍କ ଗିରଫକୁ ବେଆଇନ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ପାକିସ୍ତାନ ସୁପ୍ରିମକୋର୍ଟ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ,କ୍ରିକେଟର ତଥା ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା  ଇମ୍ରାନ ଖାନଙ୍କ ଗିରଫକୁ ବେଆଇନ ଘୋଷଣା କଲେ ପାକିସ୍ତାନ ସୁପ୍ରିମକୋର୍ଟ। ପାକିସ୍ତାନର ସୁପ୍ରିମକୋର୍ଟ ଆଜି ଏଭଳି ରାୟ ଶୁଣାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମଙ୍ଗଳବାରଦିନ ଗିରଫ କରାଯାଇଥିଲା । ତାଙ୍କୁ ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଥିଲା । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଗୁରୁବାର ସୁପ୍ରିମକୋର୍ଟ ଇମ୍ରାନଙ୍କ ଗିରଫଦାରୀକୁ ବେଆଇନ…

Read More

ମୋଦୀ ଷ୍ଟାଡିୟମରେ ହୋଇପାରେ ଭାରତ – ପାକିସ୍ତାନ ଲଢେଇ

ନୂଆଦିଲ୍ଲୀ:ବିସିସିଆଇ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଛି। ଆଇପିଏଲ ଶେଷ ହେବା  ପରେ ବିଶ୍ୱକପ ପ୍ରସ୍ତୁତି ଆରମ୍ଭ ହୋଇଯିବ । ରିପୋର୍ଟ ଅନୁଯାୟୀ ଅକ୍ଟୋବର ୫ରୁ ୧୯ ପର୍ଯ୍ୟନ୍ତ କ୍ରିକେଟର ମହାକୁମ୍ଭ ଆରମ୍ଭ ହୋଇଯିବ  । ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ୫ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।   ସେହିପରି ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଅକ୍ଟୋବର ୧୫ରେ ଖେଳା ଯାଇପାରେ ବୋଲି ପୂର୍ବାନୁମାନ କରାଯାଉଛି…

Read More

ୱାଟ୍ସଆପ୍ ପରି ଟ୍ବିଟରରେ ମିଳିବ ଭିଡିଓ ଓ ଅଡିଓ କଲିଂ ସୁବିଧା

ନୂଆଦିଲ୍ଲୀ: ବିଶ୍ବର ଦ୍ବିତୀୟ ବଡ଼ ଧନୀ ଏଲନ୍‌ ମସ୍କଙ୍କ ଅଧୀନରେ ପରିଚାଳିତ ହେଉଥିବା ଟ୍ବିଟର୍‌ରେ ଖୁବ୍‌ଶୀଘ୍ର ଭଏସ୍‌ ଓ ଭିଡିଓ କଲ୍‌ କରିବା ସୁବିଧା ମିଳିବା ନେଇ ମସ୍କ କହିଛନ୍ତି । ଟ୍ବିଟରକୁ ୪୪୦୦ କୋଟି ଡଲାରରେ କିଣିବା ପରଠାରୁ ସେଥିରେ ନିୟମିତ ପରିବର୍ତ୍ତନ କରୁଥିବା ମସ୍କ ଏଥର ବ୍ୟବହାରକାରୀମାନଙ୍କୁ କଲିଂ ସୁବିଧା ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକମାନେ ହ୍ବାଟସ୍‌ଆପ୍‌ରେ କଲ୍ କରୁଥିବା ଭଳି ଟ୍ବିଟର୍‌ ଆପ୍‌ରେ ଭଏସ୍ ଓ ଭିଡିଓ କଲ୍ କରିପାରି‌ବେ। ବ୍ୟବହାରକାରୀମାନେ…

Read More

ଓଡିଶାକୁ ବିପଦ ଖରାଦିନିଆ ବାତ୍ୟା

ଭୂବନେଶ୍ବର ; ଓଡିଶା ଏବଂ ବାତ୍ୟାର ସମ୍ପର୍କ କାହିଁ କେଉଁ ଦିନରୁ । ପ୍ରତିବର୍ଷ ଓଡିଶାକୁ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟ ଗ୍ରାସ କରିଥାଏ । କିନ୍ତୁ  ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଓଡିଶାକୁ  ବାତ୍ୟା ସବୁଠୁ ଅଧିକ ପ୍ରଭାବିତ କରିଛି । ସେ ୧୯୯୯ର ମହାବାତ୍ୟା ହେଉ ଅବା ୨୦୧୯ର ଫନି, ରାଜ୍ୟର କରୁଣ ଚିତ୍ରରେ ଓଦା ହୋଇଛି ଓଡିଶାର ମାଟି । ୨୦୧୩ରୁ ୨୦୨୦ ଭିତରେ ୫ଟି ବାତ୍ୟାରେ ପ୍ରଭାବିତ ହୋଇଛି ଏହି ରାଜ୍ୟ…

Read More

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା ‘ମୋକା’ : ଓଡିଶାକୁ ନାହିଁ ବିପଦ

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଅବପାତ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୮ କିଲୋମିଟର୍‌ ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ସାମୁଦ୍ରିକ ବାତ୍ୟା ‘ମୋକା’ ରେ ପରିଣତ ହୋଇସାରିଛି ।  ପରେ ଭୋର୍‌ ୫.୩୦ରେ ସେହି ଅଞ୍ଚଳରେ କେନ୍ଦ୍ରୀଭୂତ ହେବା ନେଇ ସୂଚନା ଦେଇଛି  ଭାରତୀୟ ପାଣିପାଗ ବିଭାଗ । ପୋର୍ଟବ୍ଲେୟାର ଠାରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ୫୧୦କିଲୋମିଟର ଦୂରରେ ରହିଛି। କ୍ରମଶଂ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଆଜି ବିଳମ୍ବିତ…

Read More

ଉତୁଙ୍ଗ ଉଦ୍ୟମ- ପାହାଡ ରେ ସୁଡ଼ଙ୍ଗ କରି ଦିଆଯିବ ପାଣି

ଭୁବନେଶ୍ୱର,୧୦/୬ : ରାଜ୍ୟ ସରକାର ବିଜୁ ଏକ୍ସପ୍ରେସ ୱେ-୨ ର ନିର୍ମାଣ ପାଇଁ ପାହାଡ କାଟି ଟନେଲ ଜରିଆରେ ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି। ଯାହାକି ଦକ୍ଷିଣ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏବେ ଗଞ୍ଜାମ ଓ ଗଜପତିରେ ପାଣି ଯୋଗାଇବା ପାଇଁ ପାହାଡ ଖୋଳି ଟନେଲ ତିଆରି କରି ଛେଳିଗଡ ଜଳସେଚନ ପ୍ରକଳ୍ପ ପାଇଁ ପଦକ୍ଷେପ ସ୍ୱରୂପ ବୁଧବାର ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ତୁରନ୍ତ କାମ ଆରମ୍ଭ…

Read More

ହେଲୋ ଡିଆରଏସ୍ ୟେ ଥୋଡା ଜ୍ୟାଦା ନେହିଁ ହୋ ଗୟା” ରୋହିତଙ୍କ ଆଉଟ ନିଷ୍ପତିରେ ଏମିତି କହିଲେ କେଫ୍

ମୁମ୍ବାଇ : ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ବାଙ୍ଗାଲୋରକୁ ୬ ୱିକେଚରେ ପରାସ୍ତ କରିଛି ଘୋରାଇ ଦଳ ମୁମ୍ବାଇ । ଏହି ମ୍ୟଚରେ ତୃତୀୟ ଅମ୍ପେୟାରଙ୍କ ନିଷ୍ପତିକୁ ନେଇ ଦେଖାଦେଇଛି ବିବାଦ । ବିବାଦ ପୁଣି ମୁମ୍ବାଇ ଦଳର ଅଧିନାୟକଙ୍କ ଆଉଟକୁ ନେଇ ।ଏହି ମ୍ୟାଚର ଦ୍ବୀତିୟ ପାଳିର ଚତୁର୍ଥ ଓଭରରେ ଥାର୍ଡ ଅମ୍ପେୟାରଙ୍କ ପକ୍ଷରୁ ଦେଖାଦେଇଥିଲା ତୃଟି । ବାଙ୍ଗାଲୋର ପକ୍ଷରୁ ଏହି ଓଭରର ୪ର୍ଥ ବଲରେ କିସାନଙ୍କୁ ଆଉଟ କରନ୍ତି ୱନେନ୍ଦୁ ହସରଙ୍ଗା…

Read More