Odisha Patrika

ଦେଶରେ କୋଭିଡ ସଂକ୍ରମଣ ୯,୦୦୦କୁ ବୃଦ୍ଧି

ନୂଆଦିଲ୍ଲୀ: ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇ ବି ୯,୦୦୦ ଉପରେ ରହିଛି, କିନ୍ତୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୮,୦୦୦ ତଳକୁ ଖସି ଆସିଥିବା  କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୩୫୫ ନୂତନ କରୋନା ସଂକ୍ରମଣ ରେକର୍ଡ କରାଯାଇଛି।ଆଜି ଚିହ୍ନଟ ହୋଇଥିବା ୯,୩୫୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ…

Read More

ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ୧୨ ବର୍ଷର ନାବାଳକ ନିଖୋଜ

ଆଳି: ଆଜି ସକାଳୁ ବ୍ରାହ୍ମଣୀ ନଦୀର ଏକମାଣିଆ-ଦକ୍ଷିଣଡିହା ନଦୀଘାଟରେ ଡଙ୍ଗା ଦୁର୍ଘଟଣା ଘଟି ଘାଟିଆ ସମେତ ଜଣେ ୧୨ ବର୍ଷର ନାବାଳକ ନିଖୋଜ ସ୍ଥାନିୟ ଲୋକଙ୍କୁ ମର୍ମହାତ କରିଛି ।ସକାଳ ୬ଟା ରେ  କେରଡାଗଡରୁ କଟକ ଯାଉଥିବା ଥିବା ଏକ ବସ୍ ଧରିବା ପାଇଁ ଏକମାଣିଆ, ନଳପାହି,ଦକ୍ଷିଣଡିହା ଗ୍ରାମର ପ୍ରାୟ ୪୦ ଯାତ୍ରୀ ଦକ୍ଷିଣଡିହା ନଦୀଘାଟରୁ ଏକ ଯନ୍ତ୍ରଚାଳିତ ଡଙ୍ଗାରେ ବସିଥିଲେ। ବସ୍ ଧରିବା ପାଇଁ ତରବର ହେଉଥିବା ଯାତ୍ରୀମାନେ ନଦୀପଠାରେ ଲାଗିଥିବା ଡଙ୍ଗାକୁ ଦକ୍ଷିଣ ଡିହା…

Read More

ପିସିସି କମିଟି ଘୋଷଣା କର୍ମୀଙ୍କ ମନରେ ଉତ୍ସାହ ଭରି ପାରିଲା ନାହିଁ …..ସମଭାବାପନ୍ନ ଦଳକୁ ସାଥିରେ ନେବ କିଏ…

ଭୁବନେଶ୍ୱର,୨୬/୪(ବ୍ୟୁରୋ): ମାସକ ପରେ ପିସିସି ସଭାପତି ଭାବେ ଦାୟିତ୍ୱ ନେବାର ଶରତ ପଟ୍ଟନାୟକ ବର୍ଷ ପୂର୍ତ୍ତି ପାଳନ କରିଥାନ୍ତେ। ପିସିସି ସଭାପତି ଦାୟିତ୍ୱ ନେବାର ପରେ କମିଟି ଟିଏ କରିବା ପାଇଁ ତାଙ୍କୁ ୧୧ ମାସ ଲାଗିଗଲା। କମିଟି ଜୁମ୍ବୋ ହୋଇଛି, ହେଲେ କେତେକ ଦୃଷ୍ଟିରୁ ଶରତଙ୍କ ପାଇଁ ନିରାପଦ। କାରଣ ପୂର୍ବରୁ ନିରଞ୍ଜନ ଏବଂ କେ.ପି ସିଂଦେଓଙ୍କ ପରି ୩ ଜଣିଆ କାର୍ଯ୍ୟକାରୀ ସଭାପତି ଘୋଷଣା କରାଯାଇନାହିଁ। ମାତ୍ର କମିଟି ଘୋଷଣା ପରେ ତାରା, ଅଧିରାଜଙ୍କ…

Read More

ଛତିଶଗଡ଼ର ଦନ୍ତେୱାଡାରେ ନକ୍ସଲବାଦୀଙ୍କ ଆକ୍ରମଣରେ ୧୧ ଯବାନ ସହିଦ

ଛତିଶଗଡ : ଛତିଶଗଡ଼ର ଦନ୍ତେୱାଡାରେ ନକ୍ସଲବାଦୀଙ୍କ ଆକ୍ରମଣରେ ୧୧ ଯବାନ ସହିଦ ହୋଇଛନ୍ତି। ସୂଚନା ଅନୁଯାୟୀ, ଦନ୍ତେୱାଡାର ଅରଣପୁର ଜଙ୍ଗଲରେ ଏହି ଆକ୍ରମଣ ଘଟିଛି। ଜିଲ୍ଲା ରିଜର୍ଭ ଗାର୍ଡର ଯବାନମାନଙ୍କୁ ନେଇ ଯାଉଥିବା ଏକ ଗାଡି ଉପରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରାଇଛନ୍ତି। ସେଠାରେ ପୂର୍ବରୁ ନକ୍ସଲବାଦୀଙ୍କ ପକ୍ଷରୁ ଆଇଇଡି ରଖାଯାଇଥିଲା। ଏହି ଆକ୍ରମଣରେ ଡ୍ରାଇଭର ସମେତ ୧୦ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଉପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ୱାଗଲ କହିଛନ୍ତି ଯେ…

Read More

ଚିନ୍ନାସ୍ବାମୀରେ ହେବ କୋଲକାତା-ବାଙ୍ଗାଲୋର ଲଢେଇ

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ରେ ବିଜୟ ଲାଗି ସଂଘର୍ଷ କରୁଥିବା ଦୁଇ ଥରର ବିଜେତା କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ‌ଚିନ୍ନାସ୍ବାମୀରେ ଭେଟିବ। କେକେଆର୍‌ ଏବେ ସୁଦ୍ଧା ୭ ମ୍ୟାଚ୍‌ ଖେଳି ୨ ବିଜୟରୁ ୪ ପଏଣ୍ଟ ପାଇ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଆର୍‌ସିବି ୭ରୁ ୪ ଜିତି ପଞ୍ଚମରେ ରହିଛି। କେକେଆର୍‌ ପାଇଁ ବଡ଼ ଚିନ୍ତା ହେଉଛି ଦଳ ଗତ ୪ ଟି ମ୍ୟାଚ୍‌ରେ ପରାଜୟକୁ ଭେଟିଛି ।…

Read More

ଟାଟାଙ୍କୁ ଅଳି କଲେ ଏୟାର ଇଂଣ୍ଡିଆ ପାଇଲଟ

ମୁମ୍ବାଇ: ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବେତନ ସଂଶୋଧନ କରିବା ପରେ ଆରମ୍ଭ ହୋଇଥିବା ପାଇଲଟ୍‌ ବିଦ୍ରୋହ ଏବେ ଟାଟା ଗ୍ରୁପ୍‌ର ସେବା ଅଧ୍ୟକ୍ଷ ରତନ ଟାଟାଙ୍କ ପାଖରେ ପହଞ୍ଚିଛି। କଂପାନିର ୧୫୦୦ ପାଇଲଟ୍‌ ରତନ ଟାଟାଙ୍କୁ ଏକ ଭାବପୂର୍ଣ୍ଣ ଚିଠି ଲେଖି ନିଜ ମନର ଦୁଃଖ ପ୍ରକାଶ କରିଛନ୍ତି। ସେମାନେ ଜଣାଇଛନ୍ତି ଯେ ଆମକୁ ସମ୍ମାନ ମିଳୁନାହିଁ। ଆମ ମନୋବଳ ଦୁର୍ବଳ ରହିଛି। ଆମେ ଭାବୁଛୁ ଯେ ଯଦି ଏଭଳି ସ୍ଥିତି ଲାଗିରହିବ ତାହା ଆମ କାର୍ଯ୍ୟ…

Read More

ପିଣ୍ଟୁ ନନ୍ଦଙ୍କ ସ୍ମୃତିରେ ଆୟୋଜିତ ହେଲା ସେଲିବ୍ରେଟି କ୍ରିକେଟ୍ ଲିଗ୍

ଭୁବନେଶ୍ବର: ଆର୍‌ଆର୍‌ ଇଭେଣ୍ଟସ୍ ପକ୍ଷରୁ ଏକ ଦୁଇଦିନିଆ ସେଲିବ୍ରିଟି କ୍ରିକେଟ୍ ଲିଗ୍‌ ସ୍ଥାନୀୟ କେଶୁରା ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ପିଣ୍ଟୁ ନନ୍ଦଙ୍କ ସ୍ମୃତିରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଲିଉଡ୍‌ ଜଗତର ବହୁ ନାମିଦାମି ତାରକାମା‌ନେ ଅଂଶଗ୍ରହଣ କରିଥିଲେ। ଫାଇନାଲରେ ବଲାଙ୍ଗୀର ରାଇଜିଂ ଷ୍ଟାରକୁ ହରାଇ ଭୁବନେଶ୍ବର ବ୍ଳାଷ୍ଟର୍ସ ବିଜେତା ହୋଇଛି। ଗୀତିକାରଙ୍କୁ ନେଇ ଗଠିତ ରାଇଜିଂ ଷ୍ଟାର୍ ଦଳ ୫ ଓଭରରେ ୫୪ ରନ୍‌ କରିଥିଲା। ଅଭିନେତାଙ୍କୁ ନେଇ ଗଠିତ ଭୁବନେଶ୍ବର ବ୍ଳାଷ୍ଟର୍ସ ୩ ୱିକେଟ୍ ହରାଇ…

Read More

୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬ଟି ହାଇସ୍କୁଲ, ଅନୁଗୁଳର ୮୭ଟି, କେନ୍ଦୁଝରର ୫୭ଟି ଓ ଜଗତସିଂହପୁରର ୧୦୭ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ତୃତୀୟ ପର୍ଯ୍ୟାୟରେ ସମୁଦାୟ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବର ଯୋଜନା ରହିଛି । ଗତ…

Read More

ଲଣ୍ଡନରେ ଶୁଭିବ ‘ଜୟ ଜଗନ୍ନାଥ ,ଜୟ ଜଗନ୍ନାଥ’

ଭୁବନେଶ୍ୱର: ଲଣ୍ଡନ୍‌ରେ ଖୁବ ଶୀଘ୍ର ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଏହି ଘୋଷଣା ଗତ କାଲି କରାଯାଇଛି। ଏହି ମନ୍ଦିର ନିର୍ମାଣ ପାଇଁ ଜଣେ ଓଡ଼ିଆ ବ୍ୟବସାୟୀ ୨୫୦ କୋଟି ଟଙ୍କା ଦାନ କରିଛନ୍ତି। ଫିନେଷ୍ଟ ଗ୍ରୁପ ଅଫ୍‌ କମ୍ପାନୀର ଅଧ୍ୟକ୍ଷ ବିଶ୍ୱନାଥ ପଟ୍ଟନାୟକ ଏହି ଟଙ୍କା ଦେଇଛନ୍ତି। ପେସାରେ ଜଣେ ବ୍ୟାଙ୍କର ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିବା ଏହି ବ୍ୟକ୍ତି ଅନେକ ଆର୍ଥିକ…

Read More

ଖରାଦିନ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ବାତ୍ୟା ମୁକାବିଲା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ବସୁଥିବା ବେଳେ ଏଥିରେ ମୁଖ୍ୟତଃ ବୈଷୟିକ ପ୍ରସ୍ତୁତି ଓ ପୁନରୁଦ୍ଧାର ପ୍ରସ୍ତୁତି ନେଇ ଆଲୋଚନା ହେବ। ପ୍ରାକ୍ ମୌସୁମୀ ମାସ ଓ ମୌସୁମୀ ମାସର ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଅଲଗା ଅଲଗା ପ୍ରସ୍ତୁତି ବୈଠକ କରୁଛନ୍ତି । ମାର୍ଚ୍ଚ ମାସରୁ ମେ ମାସ ମଧ୍ୟରେ ହେଉଥିବା ବାତ୍ୟାକୁ ପ୍ରାକ୍ ମୌସୁମୀ ବାତ୍ୟା ବୋଲି କୁହାଯାଉଥିବା ବେଳେ ଏଥିପାଇଁ ବୁଧବାର ମୁଖ୍ୟଶାସନ ସଚିବଙ୍କ…

Read More