Odisha Patrika

ପୁଣି ରିଲିଜ୍ ହେବ ଏମ୍‌ଏସ୍‌ ଧୋନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ‌ମହେନ୍ଦ୍ର ସିଂ ଧୋନିଙ୍କ ଜୀବନୀ ଉପରେ ଆଧାରିତ ବଲିଉଡ୍‌ ସିନେମା ‘ଏମ୍‌ଏସ୍‌ ଧୋନି: ଦ ଅନ୍‌ଟୋଲ୍ଡ ଷ୍ଟୋରି’ ପୁଣି ଥରେ ମୁକ୍ତିଲାଭ କରିବ। ଆସନ୍ତା ୧୨ ତାରିଖରେ ହିନ୍ଦୀ, ତାମିଲ, ତେଲୁଗୁ ଭାଷାରେ ଏହି ସିନେମା ପୁନଃ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ଷ୍ଟାର୍‌ ଷ୍ଟୁ‌ଡିଓସ୍‌ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ପୁନଃ ମୁକ୍ତିଲାଭ ଦ୍ବାରା ପ୍ରଶଂସକମାନେ ପୁଣି ଥରେ ବଡ଼ ପରଦାରେ କ୍ରିକେଟ୍‌ର ସେହି ଅଭୂଲା…

Read More

ଜି-ମେଲ୍ ରେ ଯୋଡିହେବ ବ୍ଲୁ-ଟିକ୍

ନୂଆଦିଲ୍ଲୀ : ଲୋକପ୍ରିୟ ଇ-ମେଲ୍‌ ସେବା ଜି-ମେଲ୍‌ ଆଇଡିକୁ ଖୁବ୍‌ଶୀଘ୍ର ଟ୍ବିଟର ଭଳି ବ୍ଲୁ-ଟିକ୍ କରିବା ପାଇଁ ଯାଉଛି ।  ଏହି ଆକାଉଣ୍ଟ୍‌ଗୁଡ଼ିକୁ ବ୍ଲୁ-ଟିକ୍ ମିଳିବ। ଫଳରେ ଲୋକମାନେ କେଉଁ ଆଇଡି ଅସଲି ଓ କେଉଁଟି ନକଲି ତାହା ସହଜରେ ଜାଣିପାରିବେ । ଗୁଗୁଲ୍ ଖୁବ୍‌ଶୀଘ୍ର ଏହି ସୁବିଧା ପ୍ରଦାନ କରିବ। ନେଇ କଂପାନି ଏହାର ଅଫିସିଆଲ ବ୍ଲଗ୍‌ ପୋଷ୍ଟ୍‌ରେ  ସୂଚନା ଦେଇଛି। ଏହି ସୁବିଧା ଦ୍ବାରା ‌ବ୍ୟବହାରକାରୀମାନେ ସ୍ପାମ୍ ଇ-ମେଲ୍‌ଗୁଡ଼ିକୁ ସହଜରେ ଚିହ୍ନଟ କରିପାରିବେ ଏବଂ…

Read More

ମଣିପୁର ହିଂସାକାଣ୍ଡ : ଦଙ୍ଗାକରୀଙ୍କୁ ଗୁଳି ଆଦେଶ

ଇମ୍ଫାଲ: ମଣିପୁର ହିଂସାକାଣ୍ଡ ମଧ୍ୟରେ ସରକାର ଦଙ୍ଗାକାରୀଙ୍କୁ ଦେଖିବା କ୍ଷଣି ଗୁଳି ମାରିବାକୁ ଆଦେଶ ଦେଇଛନ୍ତି। ମଣିପୁର ରାଜ୍ୟପାଳ ଗୁରୁବାର ରାଜ୍ୟ ଗୃହ ବିଭାଗକୁ ଏହି ଗୁଳି ଆଦେଶକୁ ଅନୁମୋଦନ କରିଛନ୍ତି। ସରକାରଙ୍କ ତରଫରୁ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଜାରି କରାଯାଇଛି। ୮ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଇମ୍ଫାଲ, ଚୁରାଚାନ୍ଦପୁର ଓ କାଙ୍ଗପୋକପିରେ ସ୍ଥିତି ଅତି ଉତ୍ତେଜନାପ୍ରବଣ ରହିଛି । ସାରା ରାଜ୍ୟରେ…

Read More

କେନ୍ଦୁପତ୍ର ହିତାଧିକାରୀ ପାଇବେ ୧୧୧ କୋଟି ଟଙ୍କା ସହୟତା,ଦ୍ବିତୀୟ ପର୍ଯ୍ୟାୟରେ ଉପକୃତ ହେବେ ୮ ଲକ୍ଷରୁ ଅଧିକ ହିତାଧିକାରୀ

ଭୁବନେଶ୍ବର: କେନ୍ଦୁପତ୍ର ହିତାଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି । ଦୁଇଟି ପର୍ଯ୍ୟାୟକୁ ମିଶାଇ କେନ୍ଦୁପତ୍ର ହିତାଧିକାରୀମାନେ ୧୯୪ କୋଟି ଟଙ୍କାର ସହାୟତା ପାଇବେ, ଯାହା କି ଗୋଟିଏ ବର୍ଷରେ ଏକ ସର୍ବକାଳୀନ…

Read More

ଗୋପାଳପୁରରେ ସିଦ୍ଧାନ୍ତଙ୍କ ଅନୁପ୍ରବେଶକୁ ନେଇ ଦ୍ୱନ୍ଦ୍ୱରେ ବିଜେଡ଼ି କର୍ମୀ

ବ୍ରହ୍ମପୁର: ବ୍ରହ୍ମପୁର ଲୋକସଭା ଆଶନରୁ ଦୁଇ ଥର ସାଂସଦ ଥିଲେ ମଧ୍ୟ ୨୦୧୯ ମସିହାରେ ଟିକେଟ୍ କଟିବା ପରେ ଗାଏବ ହୋଇଯାଇଥିବା ସିଦ୍ଧାନ୍ତ ମହାପାତ୍ର ଏବେ ପୁଣି ଥରେ ସକ୍ରୀୟ ହେବାରେ ଲାଗିଛନ୍ତି । ଏକଦା ତାଙ୍କ ଘନିଷ୍ଠ ନିକଟତର ଥିବା ବିଜେଡ଼ିର ନେତା ଓ କର୍ମୀଙ୍କୁ ନେଇ ତୁହାକୁ ତୁହା ବୈଠକ ଡାକୁଛନ୍ତି । ଅଞ୍ଚଳ ଭ୍ରମଣ କରୁଛନ୍ତି । ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଛତ୍ରପୁର, ଗୋପାଳପୁର, ଚିକିଟି ଏବଂ ବ୍ରହ୍ମପୁର ବିଧାନସଭା ଅଞ୍ଚଳରେ…

Read More

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ସର୍ବଜନ ବିଦିତ। ପଣ୍ଡିତ ମୁର୍ମୁ ଅଲଚିକି ଲିପି ଉଦ୍‌ଭାବନ କରି ସାନ୍ତାଳି ସମାଜର ସାଂସ୍କୃତିକ ପରିଚୟକୁ ସୁଦୃଢ କରିଯାଇଛନ୍ତି । ସାନ୍ତାଳି ଲିପି ଏକ ବିଜ୍ଞାନ ସମ୍ମତ ଲିପି ଭାବରେ ମଧ୍ୟ ସ୍ବୀକୃତି ପାଇଛି। ସାନ୍ତାଳି ଭାଷାରେ ଅଲିଚିକି ଲିପିରେ ସେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି କରିଛନ୍ତି । ତାଙ୍କର କାଳଜୟୀ କୃତୀ ପାଇଁ ସେ…

Read More

ଓଡ଼ିଶା ଏଫସି ଖେଳାଳିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର :ସୁପର କପ୍ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଓଡ଼ିଶା ଏଫସି ଖେଳାଳି । ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶା ଏଫସି ସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କୋଚ ଓ ଖେଳାଳିମାନେ ଆମକୁ ଗର୍ବିତ କରିଛନ୍ତି । ଓଡିଶା ଏଫସି ସେମାନଙ୍କର ବିଜୟ ଫର୍ମ ଜାରି ରଖିବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର ଏକ ନୂତନ ପିଢ଼ିଙ୍କୁ ଫୁଟବଲ ପ୍ରେରଣା ଦେବ । ସେମାନଙ୍କର ସଫଳତା ହେଉଛି…

Read More

ଜମ୍ମୁ ଓ କଶ୍ମୀରର କିସ୍ତୱାଡ଼ରେ ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

ଶ୍ରୀନଗର: ଜମ୍ମୁ-କଶ୍ମୀରର କିସ୍ତୱର ଜିସ୍ଲାର ଦୂରବର୍ତ୍ତୀ ମଣ୍ଡୱାର ମାଖନା ଜଙ୍ଗଲରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ହେଉଛି ସେନାର ଏଏଲଏଚ ଧ୍ରୁବ ହେଲିକପ୍ଟର। ସେନା ଅଧିକାରୀଙ୍କ ଅନୁଯାୟୀ ଏହି ଦୁର୍ଘଟଣାରେ ପାଇଲଟ ଆହତ ହୋଇଛନ୍ତି। କିନ୍ତୁ ସେ ସୁରକ୍ଷିତ ଅଛନ୍ତି।    କିସ୍ତୱାଡ଼ ଜିଲ୍ଲାର ମାର୍‌ୱା-ଦାଛନ ମଧ୍ୟରେ ପ୍ରବାହିତ ମରୁସୁଦର୍‌ ନଦୀରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍‌ର ଭଗ୍ନାଂଶ ପଡ଼ିଥିବା ଦେଖାଯାଉଛି। ଦୁର୍ଘଟଣା ସ୍ଥାନରେ ଉଦ୍ଧାର କାର୍ଯ୍ୟ ଚାଲିଛି। ସୂଚନାନୁସାରେ…

Read More

ଟିପିଏସ୍ଓଡିଏଲ ପକ୍ଷରୁ ଟ୍ରାନ୍ସଫର୍ମରର କ୍ଷମତା ବୃଦ୍ଧି

ଭଞ୍ଜନଗର : ଗ୍ରୀଷ୍ମ ଋତୁରେ ନିରନ୍ତର ବିଜୁଳି ଯୋଗାଇବା ପାଇଁ ଟିପିଏସ୍ଓଡିଏଲ ପକ୍ଷରୁ ବ୍ୟାପକ କାର୍ଯ୍ୟ ହାତକୁ ନିଆଯାଇଛି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ସେଥିପାଇଁ ଟ୍ରାନ୍ସଫର୍ମରର କ୍ଷମତା ବଢ଼ାଇ ଦିଆଯାଇଛି। ଏହି କ୍ରମରେ ଗମୁଣ୍ଡି ସ୍କୁଲ ନିକଟରେ ଥିବା ଟ୍ରାନ୍ସଫର୍ମରର କ୍ଷମତା 100 କେଭିରୁ 250 କେଭିକୁ ବୃଦ୍ଧି କରାଯାଇଛି। ଏହା ଫଳରେ ସ୍ଥାନୀୟ ଲୋକଙ୍କ ଅସୁବିଧା ଦୂର ହୋଇ ପାରିବ। ସମୁଦାୟ ଦକ୍ଷିଣ ଓଡ଼ିଶାରେ ଏପରି କାର୍ଯ୍ୟ ବର୍ଷ ତମାମ ଚାଲୁଅଛି। ଏହାଦ୍ୱାରା ଗ୍ରାହକ…

Read More

ବାତ୍ୟାକୁ ନେଇ ବିଏମସିର ଆଗୁଆ ପ୍ରସ୍ତୁତି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଏମସିର ଆଗୁଆ ପ୍ରସ୍ତୁତି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ। । କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ସବୁ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି ଦୁଇଦିନ ଭିତରେ ସବୁ ପ୍ରସ୍ତୁତି ସାରିବା ପାଇଁ ମେୟର ସୁଲୋଚନା ଦାସ ନିର୍ଦ୍ଦଶ ଦେଇଛନ୍ତି ।ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଷ୍ଟେସନ ନଛାଡିବାକୁ ସମସ୍ତ ବିଏମସି କର୍ମଚାରୀଙ୍କୁ ନିର୍ଦେଶ ମିଳିବା ସହ ,ଯୋନସ୍ତରରେ ଖୋଲାଯିବ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ…

Read More