
ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଲେ ରତନ ଟାଟା
ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ରାଷ୍ଟ୍ରଦୂତ ବେରି ଓ’ ଫାରେଲ୍ ଟ୍ୱିଟର ମାଧ୍ୟମରେ ପୋଷ୍ଟ କରିଛନ୍ତି । ଶ୍ରୀ ଟାଟାଙ୍କୁ ଅଷ୍ଟ୍ରେଲିଆ ସରକାର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ପ୍ରଦାନ କରିଛନ୍ତି। ଏହାସହିତ ଫାରେଲ୍ କହିଛନ୍ତି ଯେ, ରତନ ଟାଟାଙ୍କ ଅବଦାନ ଅଷ୍ଟ୍ରେଲିଆ ଉପରେ ଏକ ମହତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଅଷ୍ଟ୍ରେଲିଆ-ଭାରତ ଦ୍ୱିପାକ୍ଷିକ ସମ୍ପର୍କ, ବିଶେଷ କରି ବାଣିଜ୍ୟ, ପୁଞ୍ଜି…