Odisha Patrika

ମାଗଣାରେ ଜିଓ ଦେବ ୱାଇଫାଇ ସେବା

ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କମ୍ପାନୀ ନିଜ ନିଜର ୟୁଜର ମାନଙ୍କ ପାଇଁ ଅଫର୍ ଆଣିଥାନ୍ତି। ସେହିପରି ଜିଓ ମଧ୍ୟ ତାର ଗ୍ରାହକ ମାନଙ୍କ ପାଇଁ ଦଏକ ନୂତନ ଅଫର ଲଂଚ କରିଛି। ବର୍ତ୍ତମାନ ଜିଓ ବ୍ୟବହାରକାରୀଙ୍କୁ ମାଗଣାରେ ୱାଇଫାଇ ବ୍ୟବହାର କରିବାର ସୁଯୋଗ ମିଳିବ ବୋଲି ଶୁଣିବାକୁ ମିଳୁଛି। ଆପଣ ମଧ୍ୟ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ! ତେଣୁ ଏହି ସ୍କିମ୍ କମ୍ପାନି ଦ୍ୱାରା ଏକ ଅଫର୍ ଅଧୀନରେ ଅଣାଯାଇଛି ଏବଂ କେବଳ…

Read More

ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀକୁ ଫାଶୀ ଦଣ୍ଡ ଦେବା ପାଇଁ ଦାବି କଲେ ଫିଲ୍ମ ଷ୍ଟାର ଅନୁପମ ଖେର…

କୋଲକାତାର ଆରଜି କର ମେଡିକାଲ କଲେଜ ଓ  ହସପିଟାଲରେ ପ୍ରଶିକ୍ଷକ ଡାକ୍ତରଙ୍କ ‘ବଳାତ୍କାର ଓ ହତ୍ୟା’ ଘଟଣାକୁ ପୁରା ଦେଶ ବିରୋଧ କରୁଛି। ସେହିପରି ଫିଲ୍ମ କଳାକାର ମାନେ ମଧ୍ୟ ଏହି ଘଟଣା ଉପରେ ନିଜ ନିଜର ମତ ରଖୁଛନ୍ତି। ଭେଟେରାନ ଅଭିନେତା ଅନୁପମ ଖେର ଏହି ତାଲିକାରେ ଯୋଗ ଦେଇ ପ୍ରତ୍ୟେକ ପରିସ୍ଥିତିରେ ଲୋକଙ୍କୁ ଏହି ଘଟଣାରେ ସ୍ୱର ଉତ୍ତୋଳନ କରିବାକୁ ଅନୁରୋଧ କରିଛନ୍ତି । ତାଙ୍କ ଭାବନା ଏବଂ ଏହି ପରିସ୍ଥିତି ତାଙ୍କୁ କିପରି…

Read More

ସାଟେଲାଇଟ EOS-8ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ଗୃହ ମନ୍ତ୍ରୀ ଅମିତ୍ ଶାହା …

ମହାକାଶ ଗବେଷଣା କ୍ଷେତ୍ରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେଶ ସେଣ୍ଟରରୁ SSLV-D3ରକେଟ ଜରିଆରେ ଆର୍ଥ ଅବଜରବେସନ ସାଟେଲାଇଟ EOS-8ର ସଫଳ ଉତକ୍ଷେପଣ ହୋଇଛି । ଯାହା ପୃଥିବୀ ଚାରି ପଟେ ବୁଲି ଭବିଷ୍ୟତର ପାଣିପାଗ ତଥ୍ୟ ପ୍ରଦାନ କରିବ । ଆଜି ସକାଳ ୯ଟା ୧୭ମିନିଟ ସମୟରେ ଏହାର ସଫଳ ଉତକ୍ଷେପଣ ହୋଇଛି । ଇସ୍ରୋର ଏହି ପଦକ୍ଷେପ ସହିତ…

Read More

ମୋହନ ମାଝୀ-ମମତା ବାନାର୍ଜୀ ବାର୍ତ୍ତାଳାପର ସତ୍ୟତା କଣ- ଆଳୁ ନା ଯେସାକୁ ତେସା ନୀତି

ଭୁବନେଶ୍ୱର ଓ କୋଲକତା  :  ବାଲାଂଦେଶର ଶାସକ ପଳାୟନ ହେବା, ସହ ନୂଆ ଅନ୍ତରୀଣ ସରକାର ଗଠିତ ହୋଇଛି। କେତେକ ଏହାକୁ ଇସଲାମିକ କ୍ରାନ୍ତି ବୋଲି ଅଭିହିତ କରିଛନ୍ତି। ବଙ୍ଗାଳୀ କହୁଥିବା ମୁସଲମାନଙ୍କ ଦେଶ ବାଲାଂଦେଶ। ତାକୁ ଲାଗିଛି ଆମ ପଶ୍ଚିମବଙ୍ଗ। ଯେଉଁ ଠାରେ ପ୍ରାୟ ୨୭ ପ୍ରତିଶତ ମୁସଲିମ୍ ରହିଛନ୍ତି। ସେମାନେ ବିଭିନ୍ନ କାମରେ ଓଡ଼ିଶା ଆସନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ବାଲାଂଦେଶୀ ସନ୍ଦେହରେ ଗାଁ, ଗଣ୍ଡାକେ ମାଡ ହେଲା। ଏହାର ପ୍ରତିବାଦରେ ମେଦିନାପୁରରେ ଓଡ଼ିଆ…

Read More

ସ୍ୱାଧୀନତା ଦିବସ ପୂର୍ବରୁ ଆତଙ୍କୀ ଗୁଳିରେ କ୍ୟାପଟେନ ଦୀପକ ସିଂ ଶହୀଦ…

ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ଆର୍ମି କ୍ୟାପଟେନଙ୍କ ମୃତ୍ୟୁ ହୋଇଛି। ବୁଧବାର ଡୋଡା ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ୪୮ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନଙ୍କ ଦୀପକ ସିଂ ଙ୍କର ମୃତ୍ୟୁ ହୋଇଛି। ସ୍ବାଧୀନତା ଦିବସ ପୂର୍ବରୁ ଏଭଳି ଆକ୍ରମଣ କରି ଆତଙ୍କବାଦୀମାନେ ଭାରତକୁ ଚ୍ୟାଲେଞ୍ଜ ଦେଇଛନ୍ତି । ଆତଙ୍କବାଦୀମାନେ ଉଦମପୁର ଅଞ୍ଚଳରେ ଲୁଚିରହିଥିବା ନେଇ ଗତକାଲି ସନ୍ଧ୍ୟା ୬ଟାରେ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପ୍ରାୟ…

Read More

‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରରେ ଆୟୋଜିତ ‘ହର ଘର ତ୍ରିରଙ୍ଗା’ ରାଲିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ବିଏମସି କମିଶନର ଏବଂ ମେୟର ପ୍ରମୁଖ ଯୋଗ ଦେଇଛନ୍ତି। ତେବେ ପ୍ରଥମେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରି ତ୍ରିରଙ୍ଗା ଯାତ୍ରାରେ ବାହାରିଥିଲେ। ଏହି ଯାତ୍ରା ଲିଙ୍ଗରାଜ ମନ୍ଦିର ଠାରୁ…

Read More

ରାଜ୍ୟସଭା ଉପନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି …

ପ୍ରକାଶ ପାଇଲା ରାଜ୍ୟସଭା ଉପନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି। ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଜିଠୁ ଅଗଷ୍ଟ ୨୧ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ। ଅଗଷ୍ଟ ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ପରେ ୨୭ରେ ପ୍ରତ୍ୟାହାର କରିବାର ଶେଷ ତାରିଖ ଧାର୍ଯ୍ୟ ହୋଇଛି। ସେହିପରି ସେପ୍ଟେମ୍ବର ୩ରେ ମତଦାନ ଗ୍ରହଣ କରାଯାଇ  ଫଳାଫଳ ଘୋଷଣା କରାଯିବ। ଓଡ଼ିଶାର ଗୋଟିଏ ଆସନ ଖାଲି ଥିବା ବେଳେ  ୯ଟି ରାଜ୍ୟର ମୋଟ ୧୨ଟି ଆସନ…

Read More

ହିଣ୍ଡେନ୍‌ବର୍ଗ ମାମଲାରେ ହସ୍ତକ୍ଷେପ କରିବେନି କେନ୍ଦ୍ର ସରକାର…

ନୂଆଦିଲ୍ଲୀ: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କୁ ଟାର୍ଗେଟ୍‌ କରି ଆମେରିକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଯେଉଁ ରିପୋର୍ଟ ଜାରି କରିଛି ସେଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବେ ନାହିଁ। ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍‌ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲାରେ ସରକାରଙ୍କୁ କିଛି ବି କରିବାର ନାହିଁ। ସେବି ତରଫରୁ ପ୍ରତିକ୍ରିୟା ଦିଆଯାଇଛି। ସେବି ମୁଖ୍ୟ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି ବୋଲି ସେ କହିଛନ୍ତି। ହିଣ୍ଡେନ୍‌ବର୍ଗ କରିଥିବା ନିର୍ଦ୍ଦିଷ୍ଟ…

Read More

କହିବା ସହଜ…..ବୁଝିବା କଷ୍ଟ…….

ଭୁବନେଶ୍ୱର: (ହରିହର ତ୍ରିପାଠୀ)-ବୟସ୍କ ଲୋକମାନେ କହନ୍ତି ସେମାନେ କୁଆଡ଼ ସଂଘର୍ଷ କରି ମଣିଷ ହୋଇଛନ୍ତି | ମାତ୍ର ଏହା ଭୁଲ | ସେମାନେ ଆଦୌ ସଂଘର୍ଷ କରିନାହାନ୍ତି | ବରଂ  ଏକ ସ୍ବାଭାବିକ ଜୀବନ ବଞ୍ଚିଛନ୍ତି | ଆଜିକାଲିର ପିଲା ସଂଘର୍ଷ କରୁଛନ୍ତି ସ୍ବାଭାବିକ ଜୀବନଟିଏ ବଞ୍ଚିବାକୁ | ୨୪ ଘଣ୍ଟା ମୋବାଇଲ ସହ ବଞ୍ଚୁଥିବା ପିଲାଟିକୁ ମିଳୁନି ସ୍ବଚ୍ଛ ପବନ, ପ୍ରାକୃତିକ ଉପାୟରେ ବିଶୁଦ୍ଧ ଜଳଟୋପାଏ କିମ୍ବା ପ୍ରକୃତି ସହ ମିଶିବାର ସୁଯୋଗ | ସେମାନେ…

Read More

ମୟୂରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ପରିଚାଳନା ପାଇଁ ଜିଲ୍ଲା ସର୍ଭେ ରିପୋର୍ଟ DSRକୁ ତ୍ରୁଟିପୁର୍ଣ୍ଣ ଦର୍ଶାଇ ଖଣିଜ ଦ୍ରବ୍ୟ ଉତ୍ତୋଳନ ଉପରେ ରୋକ  ଲଗାଇଲେ  NGT

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ତହସିଲ ଅନ୍ତର୍ଗତ ବୁଢାବଳଙ୍ଗ ବାଲିଶଯ୍ୟା-୧ର ଉତ୍ସକୁ ୫ବର୍ଷ ଲିଜ୍ ଦେବାପାଇଁ ପ୍ରକାଶିତ ୨୦ଜୁନ ୨୦୨୪ ର ବିଜ୍ଞପ୍ତିକୁ ବିରୋଧ କରି ପରିବେଶବିତ ବିବେକାନନ୍ଦ ପଟନାୟକଙ୍କ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲ (ଏନଜିଟି) ରେ ମାମଲା ଦାୟର କରିଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ୪.୯୮ହେକ୍ଟର ଅଞ୍ଚଳ ବିଶିଷ୍ଟ ବୁଢାବଳଙ୍ଗ ବାଲିଶଯ୍ୟା-୧ ବେତନଟୀ ତହସିଲ ଅନ୍ତର୍ଗତ ବେଲାଣପୁରା , ମଧୁଦଣ୍ଡା ଓ ଡେଁଫୌଦା ବାଲି ସୌରାତ କୁ ୫ବର୍ଷ ପାଇଁ ନିଲାମ ଲାଗି…

Read More