Odisha Patrika

ଚଣ୍ଡୀଗଡ-ଦିବ୍ରୁଗଡ ଏକ୍ସପ୍ରେସ ଲାଇନଚ୍ୟୁତ, ୪ ମୃତ ୨୭ ଆହତ…

ତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାରେ ବଡ ରେଳ ଦୁର୍ଘଟଣା । ଅପରାହ୍ନ ୨ ଟା ୩୫ ମିନିଟରେ ଚଣ୍ଡୀଗଡ-ଦିବ୍ରୁଗଡ ଏକ୍ସପ୍ରେସ(୧୫୯୦୪) ଲାଇନଚ୍ୟୁତ ହେବାରୁ ୧୨ଟି ବଗି ଟ୍ରାକରୁ ବାହାରି ଯାଇ ଓଲଟି ପଡ଼ିଛି। ଦୁର୍ଘଟଣା ଝିଲାହୀ ଏବଂ ମୋତିଗଞ୍ଜ ରେଳ ଷ୍ଟେସନ ଠାରୁ ୩ କିମି ଦୂରରେ ହୋଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରାଥମିକ ସୂଚନା ଅନୁଯାୟୀ ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଗୁରୁତର ଆହତ ହୋଇଛନ୍ତି…

Read More

ପ୍ୟାରିସ ଅଲମ୍ପିକ୍ସରେ କିଟରୁ ଭାଗ ନେବେ ୧୨ ଖେଳାଳି…

୨୬ ଜୁଲାଇରୁ ପ୍ୟାରିସଠାରେ ଆରମ୍ଭ ହେବାକୁ ଥିବା ଅଲମ୍ପିକ୍ସରେ କିଟ୍‌ ଶିକ୍ଷାନୁଷ୍ଠାନର ୧୨ ଛାତ୍ରଛାତ୍ରୀ  ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠାନ ପକ୍ଷରୁ ଗୁରୁବାର ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇ କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନଙ୍କ ମନୋବଳ ବୃଦ୍ଧି ଲାଗି ପ୍ରତି ଖେଳାଳିଙ୍କୁ ୭ ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ପ୍ୟାରିସ ଅଲିମ୍ପିକ୍ସରେ ଭାଗନେବାକୁ ଥିବା  ଖେଳାଳି – ଅମିତ ରୋହିଦାସ(ପୁରୁଷ ହକି), କିଶୋର କୁମାର ଜେନା (ଜାଭେଲିନ…

Read More

ଅନନ୍ତ ଓ ରାଧିକାଙ୍କୁ ୬୪୦ କୋଟିର ଉପହାର ଦେଲେ ମୁକେଶ ଓ ନୀତା ଅମ୍ବାନୀ…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନି ଓ ତାଙ୍କ ପତ୍ନୀ ନୀତା ଅମ୍ବାନି ସେମାନଙ୍କ ନବବିବାହିତ ସାନ ପୁଅ-ବୋହୂଙ୍କୁ ୬୪୦ କୋଟି ଟଙ୍କାର ଏକ ଘର ଉପହାର ଦେଇଛନ୍ତି। ଦୁବାଇର ପାମ୍ ଜୁମେରିଆ ଦ୍ବୀପରେ ଅବସ୍ଥିତ ଏହି ଘରଟିର ଆକାର ୩୦୦୦ ବର୍ଗଫୁଟ। ଏଥିରେ ୧୦ଟି ବେଡ ରୁମ୍ ରହିଛି।  ଏହା ସହିତ ନୀତା ତାଙ୍କ ସାନ ବୋହୂ ରାଧିକାଙ୍କୁ ଏକ ହୀରା ଓ ମୋତିର ହାର ପ୍ରଦାନ କରିଛନ୍ତି ଯାହାର ମୂଲ୍ୟ ୧୦୮ କୋଟି ଟଙ୍କା।…

Read More

ଖୋଲିଲା ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର …

ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୫୧ ମିନିଟ୍ରେ ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର । ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର କରାଯାଇ ଗଣତି ମଣତି କରାଯିବା । ଭିତର ରତ୍ନ ଭଣ୍ଡାର ଖୋଲିବା ନିମନ୍ତେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକନିକାଲ୍ ଟିମ୍ ଶ୍ରୀମନ୍ଦିର ଭିତରେ ରହିଛନ୍ତି।

Read More

ହେମନ୍ତ ହେବେ କି ରାଜସାକ୍ଷୀ….ଦାୟିତ୍ୱ ବଢିଲା ସିନା କମିଲାନି…

ଭୁବନେଶ୍ୱର: ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ପ୍ରାୟ ଏକ ମାସ ପରେ ଆଇଏଏସ୍ ସ୍ତରରେ ଏକ ଅଦଳବଦଳ କରିଥିଲେ। ନୂତନ ମୁଖ୍ୟ ଶାସନ ସଚିବ ନିଯୁକ୍ତ ପରେ ଏହି ଅଦଳବଦଳ ମଧ୍ୟମ ଧରଣର ଥିଲା। ବହୁ ଚର୍ଚ୍ଚିତ ଅଫିସର ଜି.ମାଥିଭାଥନନ୍ ଏବଂ ଭିନିଲ୍ କ୍ରିଷ୍ଣାଙ୍କୁ ଯଥାକ୍ରମେ ଦୁଇ ପ୍ରମୁଖ ବିଭାଗରୁ ଅପସାରଣ କରାଯାଇଥିଲା। ହେଲେ ବିଜେଡି ସରକାରରେ ଥିବା ଜଣେ ଆଇଏଏସଙ୍କୁ ବିଜେପି ଟାର୍ଗେଟ କରୁଥିଲା। ଏପରିକି କୋଭିଡ ସମୟରେ ହୋଇଥିବା ଜିନିଷ ପତ୍ର…

Read More

ବଜେଟ ପୂର୍ବରୁ ହେଉଥିବା ହାଲୱା ସମାରୋହ କ’ଣ ଜାଣନ୍ତୁ…

ଜୁଲାଇ ୨୩ରେ ୟୁନିୟନ ବଜେଟ୍ ୨୦୨୪ ଉପସ୍ଥାପିତ ହେବାକୁ ଯାଉଛି | ସେପଟେ ଏହା ପୂର୍ବରୁ ମଙ୍ଗଳବାର ଦିନ ହାଲୱା ସମାରୋହ ଶେଷ ହୋଇଛି। ପ୍ରତ୍ୟେକ ଥର ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ଏହି ସମାରୋହ ଆୟୋଜିତ ହୋଇଥାଏ | ବଜେଟ୍ (କେନ୍ଦ୍ର ବଜେଟ୍ ୨୦୨୪) ଉପସ୍ଥାପନ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ହାଲୱା ସହିତ ସମସ୍ତଙ୍କ ପାଟିକୁ ମିଠା କରନ୍ତି | ମଙ୍ଗଳବାର ଦିନ ଉତ୍ତର ବ୍ଲକରେ କେନ୍ଦ୍ର ଅର୍ଥ  ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ହାଲୱା…

Read More

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆର ଅଧିନାୟକ ହୋଇପାରନ୍ତି ଏହି ଷ୍ଟାର ବ୍ୟାଟର…

ଶ୍ରୀଲଙ୍କା ଗସ୍ତକୁ ନେଇ ଆଜି ଟିମ ଇଣ୍ଡିଆର ଖେଳାଳି ମାନଙ୍କ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି । ଏହି ଶୃଙ୍ଖଳା ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା କିମ୍ବା ସୁର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ପଦ ଦିଆଯିବାର ଚର୍ଚ୍ଚା ହେଉଛି। ଏହି ସିରିଜ ୨୭ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ତିନେଟି ଟି-୨୦ ଓ ୩ଟି ଦିନିକିଆ ଖେଳାଯିବ । ସୂର୍ଯ୍ୟକୁମାର ଘରୋଇ କ୍ରିକେଟରେ ମୁମ୍ବାଇ ପାଇଁ ଅଧିନାୟକ ରହି ସାରିଛନ୍ତି । ସେହିପରି ପୂର୍ବ ବର୍ଷ ଅଷ୍ଟ୍ରେଲିଆ…

Read More

ଏନସିପିରୁ ୪ ନେତା ଦଳ ଛାଡି, ଅଜିତ ପାୱାରଙ୍କୁ ଦେଲେ ଝଟକା…

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କୁ ଲାଗିଛି ବଡ଼ ଝଟକା । ତାଙ୍କ ଦଳର ୪ ତୁଙ୍ଗ ନେତା ଇସ୍ତଫା ଦେଇଦେଇଛନ୍ତି ସେମାନେ ଖୁବ୍‌ ଶୀଘ୍ର ଶରଦ ପାୱାରଙ୍କ ଏନସିପିରେ ମିଶିବେ ବୋଲି ଚର୍ଚ୍ଚା ହେବାରେ ଲାଗିଛି । ଇସ୍ତଫା ଦେଇଥିବା ୪ ନେତା ହେଲେ ଏନସିପିର ପିମ୍ପରି- ଚିଞ୍ଚୱାଡ ୟୁନିଟ ମୁଖ୍ୟ ଅଜିତ ଗହ୍ୱାନେ, ଛାତ୍ର ୱିଙ୍ଗ ପ୍ରମୁଖ ୟଶ ସାନେ, ପୂର୍ବତନ କର୍ପୋରେଟର ରାହୁଲ ଭୋନସଲେ ଓ ପଙ୍କଜ ଭାଲେକର ।ସୂଚନାଯୋଗ୍ୟ,…

Read More

ନବୀନଙ୍କ ଅଧ୍ୟକ୍ଷତାରେ ୨୦ରେ ବସିବ ବିଜେଡ଼ି ବିଧାୟକ ଦଳ ବୈଠକ…

ଶଙ୍ଖ ଭବନରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୦ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ। । ଆଗକୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏଥିରେ ଦଳର ଭୂମିକା କଣ ରହିବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ଦରଦାମ ବୃଦ୍ଧି, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅର ଆକ୍ରମଣ ଘଟଣା ସାଙ୍ଗକୁ ଅନେକ ପ୍ରସଙ୍ଗ ରହିଛି। ସେସବୁକୁ ନେଇ ବିଜେଡି ଶାସକ ଦଳକୁ ବିଧାନସଭାରେ ଘେରିପାରେ। ବୈଠକରେ…

Read More

ଟି -୨୦ ରେ ରୋହିତଙ୍କ ପରେ ଭାରତର ମଙ୍ଗ ସମ୍ଭାଳିବେ ପାଣ୍ଡ୍ୟା…

ଜୁଲାଇ ୨୭ରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ଭାରତ ମଙ୍ଗ ସମ୍ଭାଳିବେ ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । କିନ୍ତୁ ଟି-୨୦ ବିଶ୍ୱକପର ହିରୋ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ୩ ଟିକିଆ ଦିନିକିଆ ସିରିଜରେ ନଜର ଆସିବେ ନାହିଁ। ସେ ଅଗଷ୍ଟ ମାସରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ରେ ବ୍ୟକ୍ତିଗତ କାରଣ ପାଇଁ ଅନୁପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ରୋହିତ ଶର୍ମା ବିଶ୍ୱକପ ଜିଟି ସାରିବା ପରେ ଆନ୍ତର୍ଜାତୀୟ ଟି -୨୦ ରୁ ଅବସର ନେଇଥିଲେ।…

Read More