ଅଟକି ରହିଥିବା ତାଳଧ୍ବଜ ପୁଣି ଗଡ଼ିଲା
ପୁରୀ: ଆଜି ପୁଣି ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ଭକ୍ତମାନେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଟାଣୁଛନ୍ତି। ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବ। ସୂଚନାଯୋଗ୍ୟ, ଗତକାଲି ଦୁଇ ଘଣ୍ଟା ଆଗରୁ ପହଣ୍ଡି ଓ ଅନ୍ୟାନ୍ୟ ନୀତି ବି ଶେଷ ହୋଇ ସାରିଥିଲା। ଏଣୁ ଚତୁର୍ଦ୍ଧା ବିଗ୍ରହ ରଥାରୂଢ଼ ହେବା ପରେ ସଅଳ ରଥଟଣା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ସଅଳ ନୀତିକାନ୍ତି ହୋଇଥିଲେ ବି…
