Odisha Patrika

ଦରବୃଦ୍ଧି ନିୟନ୍ତ୍ରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡ଼ି; ପ୍ରମିଳା ମଲ୍ଲିକ

ଭୁବନେଶ୍ୱର : ବୁଧବାର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ପକ୍ଷରୁ  ପ୍ରମିଳା ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର ଦରଦାମ୍ ବୃଦ୍ଧିକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି। ଶଙ୍ଖ ଭବନରେ  ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରମିଳା କହିଛନ୍ତି ପରିବର୍ତନ ଓ ସୁଶାସନର ନାର ଦେଇ ଦରଦାମ ଆକାଶଛୁଆଁ କରିଛନ୍ତି ବିଜେପି ସରକାର। ଏହି ବୃଦ୍ଧି ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଦରଦାମ୍ ପାଇଁ ଲୋକେ…

Read More

ଜିମ୍ବାୱେ ଗସ୍ତରୁ ବାଦ୍ ପଡ଼ିଲେ ଏହି ୩ ଖେଳାଳି…

ଜୁଲାଇ ୬ରୁ ଜିମ୍ବାୱେରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ ପାଇଁ। ଦଳ ଘୋଷଣା କରଯାଇଥିଲା କିନ୍ତୁ ଏବେ ଏଥିରେ ଦେଖାଦେଇଛି ପରିବର୍ତ୍ତନ । ପୂର୍ବରୁ ଜିମ୍ବାୱେ ଟି-୨୦ ସିରିଜ ପାଈଁ ଦଳରେ ଦୁବେ, ସାମସନ ଓ ଜୈସୱାଲ ଦଳରେ ରଖାଯାଇଥିଲା। କିନ୍ତୁ ଏବେ ଏହି ୩କ୍ରିକେଟର ବାଦ୍ ପଡ଼ିଛନ୍ତି। ଭାରତୀୟ କ୍ରିକେଟ୍ ଦଳର ଜିମ୍ବାୱେ ଗସ୍ତ ପୂର୍ବରୁ ୩ଟି ପ୍ରମୁଖ ପରିବର୍ତ୍ତନ କରାଯାଇଛି। ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ସାଇ ସୁଦର୍ଶନ, ଜିତେଶ ଶର୍ମା…

Read More

ରଥଯାତ୍ରା ପାଇଁ ୨ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପୁରୀ;ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାର ଶେଷ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଦୁଇ ଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ସରକାରୀ ଭାବେ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୁଲାଇ ୭ ଓ ୮ ତାରିଖରେ ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ବିରଳ ରଥଯାତ୍ରା  ଏହାକୁ ସଫଳ କରିବା…

Read More

କେନିଆର ସରକାର ବିରୋଧୀ ଆନ୍ଦୋଳନ ନେଲାଣିି ୩୯ ଜଣଙ୍କ ଜୀବନ

ନୂଆଦିଲ୍ଲୀ: କେନିଆରେ ବିଦ୍ରୋହ, ୩୯ ମୃତ। ନୂତନ ଆୟକରକୁ ବିରୋଧ କରି କେନିଆରେ ବିଦ୍ରୋହ ଦେଖିବାକୁ ମିଳିଛି। ସରକାର ବିରୋଧୀ ଆନ୍ଦୋଳନରେ ୩୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୬୦ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଘଟଣାରେ ୬୨୭ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରାଗଲାଣି। ସେପଟେ ଭାରତୀୟ ନାଗରିକଙ୍କ  ପାଇଁ ଭାରତ ଆଡଭାଇଜରୀ ଜାରି କରିଛି। ନାଇରୋବିରେ ସଂସଦ ପରିସରରେ ଭଙ୍ଗାରୁଜା ଓ ଆଂଶିକ ଅଗ୍ନିକାଣ୍ଡ ହେବାପରେ ବିକ୍ଷୋଭକାରୀମାନେ ସୁରକ୍ଷା ବାହିନୀ ସହ ମୁହାଁମୁହିଁ ହୋଇଥିଲା ।…

Read More

୩ ହଜାର ଟଙ୍କାକୁ ବଢିବ ସମସ୍ତ ପ୍ରକାରର ଭତ୍ତା…

ଭୁବନେଶ୍ୱର: ବଢିବ ଭତ୍ତା,ରାଜ୍ୟରେ ସମସ୍ତ ଭତ୍ତା ୩ହଜାର ଟଙ୍କା ବୃଦ୍ଧି ନେଇ ନିଷ୍ପତି ହୋଇଛି । ଏନେଇ ପ୍ରସ୍ତୁତି ଚାଲିଥିବା ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ହଜାର ଟଙ୍କା ବୃଦ୍ଧି ହେବ ବୋଲି ପ୍ରସ୍ତୁତି ଚାଲିଛି । ମନ୍ତ୍ରୀ କହିଛନ୍ତି ଯେ ବଜେଟରେ କେତେ ଆସୁଛି ଦେଖିବୁ, ଅର୍ଥ ବିଭାଗର କ୍ଲିୟରାନ୍ସ ନେବୁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରିବୁ ।

Read More

ବନ୍ଦ୍ ହୋଇଥିବା ସ୍କୁଲ ପୁଣି ଖୋଲା ଯିବ; ଗଣଶିକ୍ଷା ମନ୍ତ୍ରୀ…

ପୂର୍ବରୁ ରାଜ୍ୟରେ ବନ୍ଦ ହୋଇଯାଇଥିବା ସ୍କୁଲ ଗୁଡ଼ିକକୁ ପୁଣି ଖୋଲିବା ପାଇଁ ଯୋଜନା କରୁଛନ୍ତି ରାଜ୍ଯ ସରକାର । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସେ କହିଛନ୍ତି ଯେଉଁଠି ପିଲା ମାନଙ୍କୁ ଦୂର ସ୍ଥାନକୁ ଯିବାକୁ ପଡୁଛି ତଥା ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି କିମ୍ୱା ସ୍ଥାନୀୟ ଲୋକଙ୍କର ଦାବିକୁ ଅଣଦେଖା କରାଯାଇଛି, ସେହି ସବୁ ସ୍କୁଲ…

Read More

ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇଲେ ସାଧାରଣ ଜନତା

ଭୁବନେଶ୍ୱର : ଯେଉଁଠି ସରକାର ଲୋକଙ୍କ ସହିତ ଥାଆନ୍ତି, ଲୋକଙ୍କ ସୁଖ ଦୁଃଖ ଶୁଣନ୍ତି, ସେଇଠି ହିଁ ପ୍ରକୃତ ଗଣତନ୍ତ୍ର ଦେଖିବାକୁ ମିଳିଥାଏ। ଆଜି ଜୁଲାଇ ମାସର ପ୍ରଥମ ଦିନ, ପ୍ରଥମ ସୋମବାରରେ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,  ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ  ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ  ପ୍ରଦୀପ ବଳସାମନ୍ତ, ମନ୍ତ୍ରୀ  କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଲୋକଙ୍କ ଅଭିଯୋଗ…

Read More

ଦାୟିତ୍ଵ ନେବା ପରେ ଆହୁଜାଙ୍କ ପ୍ରଥମ ବୈଠକ…

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଲୋକସେବା ଭବନରେ ପ୍ରାରମ୍ଭିକ ବୈଠକରେ ଯୋଗଦାନ କରିଥିଲେ ।              ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ନୂତନ ମୁଖ୍ୟ ଶାସନ ସଚିବଙ୍କ ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ସଂପର୍କରେ ଆଲୋକପାତ କରିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଥିଲେ ଯେ, ଓଡ଼ିଶାରେ ପ୍ରଶାସନିକ ବ୍ୟବସ୍ଥାର…

Read More

ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କଲେ ମନୋଜ ଆହୁଜା

ଭୁବନେଶ୍ୱର: ମନୋଜ ଆହୁଜା ରବିବାର ଅପରାହ୍ଣରେ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଯୋଗଦାନ କରିଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ  ପ୍ରଦୀପ କୁମାର ଜେନା ଆଜି ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଆଜି ଅବସର ଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ଜେନାଙ୍କ ଠାରୁ ନୂତନ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଦାୟିତ୍ୱ ଗ୍ରହଣ କରିଛନ୍ତି ।    ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା ଓଡ଼ିଶାରେ…

Read More

ଭାରତକୁ ବିଶ୍ୱ ବିଜେତା କରାଇ,ଟି-୨୦ କ୍ରିକେଟ୍‌ରୁ ଅବସର ନେଲେ କୋହଲି ଓ ରୋହିତ …

ସମସ୍ତଙ୍କୁ ଯେଉଁ ମୁହୂର୍ତ୍ତର ଅପେକ୍ଷା ଥିଲା। ସେ ମୁହୂର୍ତ୍ତର ଅନ୍ତ ଘଟାଇ ଦୀର୍ଘ ୧୭ ବର୍ଷ ପରେ ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ଵକପ ବିଜେତା ହୋଇଛି ଟିମ୍ ଇଣ୍ଡିଆ । ଭାରତ ବିଶ୍ୱକପ୍‌ ଜିତିବା ପରେ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ ଜିତିବା ପରେ ଉଭୟ ଖେଳାଳି ଏହି ଫର୍ମାଟକୁ ଲବିଦା କହିଛନ୍ତି ।…

Read More