Odisha Patrika

ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା…

ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ହେଲେ ସାଂସଦ ଓମ୍‍ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଓମ୍‍ ବିର୍ଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ଏନଡିଏର ସମସ୍ତ ସାଂସଦ । ବାଚନିକ ଭୋଟରେ ବିଜୟୀ ହୋଇଥିବାରୁ ଓମ୍‍ ବିର୍ଲାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ । ବିରୋଧୀ ଦଳ ପକ୍ଷରୁ କେରଳରୁ ୮ ଥରର ସାଂସଦ କେ ସୁରେଶଙ୍କ ନାମ…

Read More

ଓମ୍ ବିର୍ଲା ହୋଇପାରନ୍ତି ଲୋକସଭା ବାଚସ୍ପତି…

ନୂଆଦିଲ୍ଲୀ: କିଏ ହେବେ ବାଚସ୍ପତି, କାହାକୁ ମିଳିବ ଗୁରୁତ୍ଵପୂର୍ଣ୍ଣ ବାଚସ୍ପତି ପଦ। ସମୟ ବଢିବା ସହ କଳ୍ପନା ଜଳ୍ପନା ମଧ୍ୟ ବଢୁଥିଲା। କିନ୍ତୁ ଏହି ସବୁ ସସପେନ୍ସ ଉପରେ ଲାଗିଛି ରୋକ୍ । କାରଣ ପୁଣି ଲୋକସଭା ବାଚସ୍ପତି ହୋଇପାରନ୍ତି ଓମ୍ ବିର୍ଲା। ମଙ୍ଗଳବାର ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓମ୍ ବିର୍ଲା। ଏନଡିଏ ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଇଣ୍ଡି ମେଣ୍ଟ ପକ୍ଷରୁ କେ. ସୁରେଶ…

Read More

ନବୀନଙ୍କୁ କଣ୍ଟାବାଞ୍ଜିରେ ହରାଇଥିଲେ ବିଜେଡି ନେତା….ଧିରେ ଧିରେ ଖୋଲୁଛି ଗୁମର..

ବଲାଙ୍ଗୀର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲେ ଅପରାଜେୟ, ଅପ୍ରତିଦ୍ୱନ୍ଦ୍ୱୀ । ହେଲେ ଗୋଟିଏ ଝଟକାରେ ହାରିଗଲେ ନବୀନ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ପ୍ରଥମ ଥର ପାଇଁ ପରାଜୟର ମୁହଁ ଦେଖିଲେ ବିଜୁ ନନ୍ଦନ ନବୀନ ପଟ୍ଟନାୟକ। ହାରିବା ପରେ ବିଜେଡି ପକ୍ଷରୁ ଚାଲିଛି କଣ୍ଟାବାଞ୍ଜି ପରାଜୟର ବ୍ୟବଚ୍ଛେଦ। ବିଜେପିର  ପ୍ରଥମ ଥର ବିଧାୟକ ହୋଇଥିବା ଲକ୍ଷ୍ମଣ ବାଗଙ୍କ ଠାରୁ ଭଲ ବ୍ୟବଧାନରେ ହାରିଯାଇଥିଲେ ନବୀନ । ହେଲେ ଏହି ପରାଜୟର ବିଜେଡି ନେତାଙ୍କ ଅବଦାନ…

Read More

ରାଜ୍ୟରେ ସ୍ୱାଭାବିକ ହେଲା ସ୍କୁଲ…

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ସ୍ୱାଭାବିକ ହୋଇଛି ସ୍କୁଲ ସମୟ।  ସକାଳ ୧୦ଟାରୁ ପାଠପଢା ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ କ୍ଲାସ୍‌‌ ହେବ। ପୂର୍ବରୁ ଜିଲ୍ଲାପାଳଙ୍କ ଉପରେ ସ୍କୁଲ ଛୁଟି ନିଷ୍ପତି ଛାଡିଥିଲେ ରାଜ୍ୟ ସରକାର। ପାଗରେ ପରିବର୍ତ୍ତନ ହେବାରୁ ସୋମବାରଠାରୁ ସ୍ୱାଭାବିକ ଭାବେ ସମସ୍ତ ସ୍କୁଲ ଖୋଲାଯାଇଛି। ସୂଚନା ଯୋଗ୍ୟ ପୂର୍ବରୁ ସମସ୍ତ ସ୍କୁଲ ଖୋଲା ଯାଇଥିବାବେଳେ କିଛି ଜିଲାରେ ସ୍ଥାନୀୟ ପାଣିପାଗ ସ୍ଥିତି ଉପରେ ନଜର ରଖି ସ୍କୁଲ ଛୁଟି ଘୋଷଣା ହୋଇଥିଲା। ତେବେ…

Read More

ଆଜି ଭାରତ – ବାଂଲାଦେଶ ମୁକାବିଲା, ଜାଣନ୍ତୁ ଟି -୨୦ ବିଶ୍ଵକପରେ କିଏ କାହାକୁ କେତେ ଥର ହରାଇଛି…

ଚଳିତ  ଟି-୨୦ ବିଶ୍ୱକପ ର ସୁପର-୮ ଗ୍ରୁପ-ଏ ରେ ଶନିବାର ଭାରତ ଓ ବାଂଲାଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି। ଆଣ୍ଟିଗୁଆର ସାର ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ଏହି ମ୍ୟାଚ ସଂଧ୍ୟା 8 ରେ ଖେଳାଯିବ। ଭାରତ ଆଜିର ମ୍ୟାଚକୁ ଜିତି ସେମିଫାଇନାଲକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଥିବାବେଳେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ ନେଇ ଜୋରଦାର ଉଦ୍ୟମ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ସୁପର-୮ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪୭ ରନରେ ପରାସ୍ତ କରିଥିଲା। ବ୍ୟାଟିଂ…

Read More

OTET ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କେବେ କରିବେ ଆବେଦନ…

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟି  ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍ ୨୪ ତାରିଖରୁ ଆବେଦନ ଆରମ୍ଭ ହେଉଥିବା ବେଳେ ଅଗଷ୍ଟ ୯ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ।ବିଜ୍ଞପ୍ତି ଅନୁଯାୟୀ, ଓଟିଇଟି ପରୀକ୍ଷା ପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଜୁନ୍‌ ୨୪ ତାରିଖରୁ ଆରମ୍ଭ ହେବ। ଆଶାୟୀ ପ୍ରାର୍ଥୀମାନେ ବୋର୍ଡ ୱେବସାଇଟ୍‌ www.bseodisha.ac.inରେ ଜୁଲାଇ ୫ ତାରିଖ ଭିତରେ ଆବେଦନ କରିପାରିବେ । ଆବଶ୍ୟକ ଫି’…

Read More

ପ୍ରଶ୍ନପତ୍ର ପ୍ରଘଟ ରୋକିବାକୁ ଆସିଲା ନୂଆ ଆଇନ୍…

ୟୁଜିସି ନେଟ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେବା ପରେ ଆକ୍ସନ ମୋଡରେ ଏବେ ସରକାର ।  ଦେଶରେ ବିଭିନ୍ନ  ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି  ହୋଇଯାଉଛି। ଏହାକୁ ରୋକିବା ଲାଗି କେନ୍ଦ୍ର ସରକାର ଦେଶରେ ପ୍ରଶ୍ନପତ୍ର ପ୍ରଘଟ ନିରୋଧ ଆଇନ (ଆଣ୍ଟି ପେପର ଲିକ୍‌‌ ଲ’) ଲାଗୁ କରିଛନ୍ତି। ଚଳିତ ମାସ ଜୁନ ୨୧ ତାରିଖରୁ ଏହା ଲାଗୁ କରାଯାଇଛି। କେନ୍ଦ୍ର ସରକାରଙ୍କ କାର୍ମିକ ବିଭାଗ ପକ୍ଷରୁ ଏ ନେଇ…

Read More

ମୁଖ୍ୟମନ୍ତ୍ରୀ ଶୁଣିବେ ଲୋକଙ୍କ ଅଭିଯୋଗ…

ଭୁବନେଶ୍ୱର : ଏଣିକି ସବୁଦିନ ୨ ଘଣ୍ଟା ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ପ୍ରତିଦିନ ଅପରାହ୍ଣ ୩ଟା ରୁ ୫ଟା ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବେ। ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ।

Read More

ଲୋକସଭା କାମଚଳା ବାଚସ୍ପତି ଭାବେ ନିଯୁକ୍ତି ହେଲେ ଭର୍ତ୍ତୃହରି ମହତାବ…

ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ ହୋଇଛନ୍ତି। ତାଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି। ସେ ୬ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଏଥର ବିଜେପି ଟିକେଟରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ। ସମ୍ବିଧାନର ଅନୁଚ୍ଛେଦ ୯୫ (୧) ଦ୍ୱାରା ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

Read More

ବାରବାଟୀକୁ ଫେରିଲା କ୍ରିକେଟ, ଭାରତ ଇଂଲଣ୍ଡ ମଧ୍ୟରେ ହେବ ଦିନିକିଆ ମ୍ୟାଚ୍…

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀକୁ ଫେରିଲା କ୍ରିକେଟ। କଟକ ବାରବାଟୀରେ ଖେଳାଯିବ ଭାରତ -ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ୨୦୨୫ ଫେବ୍ରୁଆରି ୯ ତାରିଖରେ ଖେଳାଯିବ ଏହି ମ୍ୟାଚ୍। ଭାରତ ଗସ୍ତରେ ଆସି ୩ଟି ଦିନିକିଆ ମ୍ୟାଚ୍ ଖେଳିବ ଇଂଲଣ୍ଡ। ପ୍ରଥମ ମ୍ୟାଚ୍ ନାଗପୁର, ୨ୟ ମ୍ୟାଚ୍ କଟକ ଓ ୩ୟ ମ୍ୟାଚଟି ଅହମ୍ମଦାବାଦରେ ଖେଳାଯିବ।  ଏ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସୂଚନା ଦେଇଛନ୍ତି।ପ୍ରାୟ ୫ବର୍ଷ ପରେ କଟକକୁ ଅନ୍ତର୍ଜାତୀୟ କ୍ରିକେଟ…

Read More