Odisha Patrika

କଟକ ଆଗ୍ରିଭେଟର ଅତ୍ୟାଧୁନିକ ଶସ୍ୟ ଭିତ୍ତିକ ଇଥାନଲ ପ୍ଲାଣ୍ଟ ଉଦ୍ଘାଟିତ

• ଦୈନିକ ୧୨୫ କିଲୋଲିଟର କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ନଷ୍ଟ ହୋଇଥିବା ଶସ୍ୟ / ଭଙ୍ଗା ଚାଉଳ ଓ ମକାରୁ ଇଥାନଲ ଉତ୍ପାଦନ କରାଯିବ • ପ୍ରାୟ ୨୫୦ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୧୦୦୦ରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି• ୩୦ ହଜାରରୁ ଅଧିକ ଚାଷୀ ଉପକୃତ ହେବେ କଟକ/ ଭୁବନେଶ୍ଵର, ୧୮ ଜୁନ ୨୦୨୪:ଭାରତର ସ୍ୱଚ୍ଛ ଶକ୍ତି କ୍ଷେତ୍ରକୁ ସୁଦୃଢ କରି ମାନ୍ୟବର ସାଂସଦ (ଭୁବନେଶ୍ୱର) ଶ୍ରୀମତୀ…

Read More

ନବ ନିର୍ବାଚିତ ବିଧାୟକ ନେଉଛନ୍ତି ଶପଥ…

ଭୁବନେଶ୍ବର: ନବ ନିର୍ବାଚିତ ବିଧାୟକ ମାନଙ୍କୁ  ଶପଥ କରାଇଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପ୍ରଥମେ ବିଧାୟକ ଭାବେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ବିଧାନସଭାରେ ବିଧାୟକ ଭାବେ ଶପଥଗ୍ରହଣ କରିଛନ୍ତି। ଆଜି ସନ୍ଧ୍ୟା ୫ଟା ଯାଏ ଚାଲିବ ଶପଥ ପାଠ କାର୍ଯ୍ୟକ୍ରମ । ଆଜି ଓ କାଲି ଦୁଇ ଦିନ ବିଧାୟକଙ୍କୁ ଶପଥ ପାଠ…

Read More

ମାଛଚାଷ ଓ ପଶୁପାଳକଙ୍କ ପାଇଁ ହେବ ୧୦୦ ଦିନର ଖସଡ଼ା 

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସହ MSME ବିଭାଗର ଦାୟିତ୍ବ ଗ୍ରହଣ କଲେ ସ୍ଵାଧୀନ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସୋମବାର ଉଭୟ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ତରଫରୁ ମାନନୀୟ ମନ୍ତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । MSME ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଶ୍ରୀଯୁକ୍ତ ମଲ୍ଲିକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ସ୍ବତନ୍ତ୍ର ସଚିବ ଗଙ୍ଗାଧର ନାୟକ ମନ୍ତ୍ରୀଙ୍କୁ ସ୍ବାଗତ…

Read More

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଲୁଚକାଳି ଖେଳୁଛି ମୌସୁମୀ…

ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଯେପରି ତତଲା କଡେଇରେ ଭାଜି ହେଉଛି ସାରା ଓଡ଼ିଶା । ତାତି, ଗୁଳୁଗୁଳି ଯେପରି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ଘରୁ ବାହାରିବା କଷ୍ଟକର ହୋଇପଡ଼ିଲାଣି । ଦେହରୁ ଝାଳ ଶୁଖିବାର ନାଁ ନେଉନାହିଁ । ଯେଉଁଠି ମୌସୁମୀର ଆଗମନ ହେବା କଥା ସେଠି ଗରମ ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଧାରଣତଃ ରଜ ପର୍ବ କିଛି ଦିନ ପୂର୍ବରୁ ବର୍ଷା ଆରମ୍ଭ ହୋଇଯାଇଥାଏ ।…

Read More

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣା; ୫ ମୃତ ୨୫ରୁ ଅଧିକ ଆହତ

ପଶ୍ଚିମବଙ୍ଗରେ ଘଟିଛି ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ମାଲଗାଡ଼ି। ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୨୫ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ସମ୍ଭାବନା ରହିଛି ।କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦାରୁ ବାହାରିଥିବା ବେଳେ  ଦାର୍ଜିଲିଂ ନିକଟରେ ପଛରୁ ଏକ ମାଲଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଉପରକୁ ଉଠିଯାଇଥିଲା କାଞ୍ଚନଜଙ୍ଗା…

Read More

ଗୃହ ବିଭାଗ ରଖିଲେ ମୁଖ୍ୟମନ୍ତ୍ରୀ, ପୃଥ୍ବୀରାଜଙ୍କୁ ତିନି ଗୁରୁତ୍ଵପୂର୍ଣ୍ଣ ବିଭାଗ

ଭୁବନେଶ୍ୱର : ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ମନ୍ତ୍ରୀମାନଙ୍କୁ ବିଭାଗ ଆବଣ୍ଟନ କରିଛନ୍ତି  । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱପୂର୍ଣ୍ଣ  ଗୃହ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ଯୋଜନା ଓ ସଂଯୋଜନ ବିଭାଗ ରଖିଛନ୍ତି  ।  ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କୃଷି ଏବଂ କୃଷକ କଲ୍ୟାଣ ଏବଂ ଶକ୍ତି ବିଭାଗ ଦିଆଯାଇଛି  ।  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ  ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି…

Read More

ଟି-୨୦ ବିଶ୍ଵକପ; ଆଜି କାନାଡ଼ା – ଭାରତ ମୁକାବିଲା…

ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ଶନିବାର ତା’ର ଚତୁର୍ଥ ତଥା ଅନ୍ତିମ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ କାନାଡାକୁ ଭେଟିବ। ଗ୍ରପ୍‌ ଏ’ରେ ପ୍ରଥମ ୩ଟି ମ୍ୟାଚ୍‌ ଜିତି ଭାରତ ସୁପର-୮ ସ୍ଥାନ ପକ୍କା କରିଛି । ତେଣୁ ଏହି ମ୍ୟାଚ୍‌ର ଗୁରୁତ୍ୱ କମିଯାଇଥିଲେ ମଧ୍ୟ ଅନ୍ୟ ଖେଳାଳି ମାନଙ୍କୁ ନେଇ କିଛି ପରୀକ୍ଷା କରିବା ପାଇଁ ଦଳ ପାଖରେ ସୁଯୋଗ ରହିଛି।ତେବେ ଭାରତ ସବୁ ୪ଟି ମ୍ୟାଚ୍‌ ଜିତି ଅପରାଜେୟ ରହି ପରବର୍ତ୍ତୀ ପର୍ଯ୍ୟାୟକୁ ପ୍ରବେଶ କରିବା…

Read More

ଆଜି ରଜପର୍ବର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି …

ଆଜି ରଜପର୍ବର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି । ଏନେଇ ନେଇ ଉତ୍ସବ ମୁଖର ହୋଇଉଠିଛି ସାରା ରାଜ୍ୟ । ଗାଁ ଠୁ ସହର, ସବୁଠି ଜମୁଛି ପିଠା, ମିଠା ଏବଂ ଦୋଳି ଖେଳର ଆସର । ପ୍ରଥମେ ସଜବାଜ, ତାପରେ ପହିଲି ରଜ ଏବଂ ଆଜି ରଜ ସଂକ୍ରାନ୍ତି । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଗଣ ପର୍ବ ରଜ ଓଡ଼ିଶାର ପର୍ବ ପର୍ବାଣୀ ମଧ୍ୟରେ ବେଶ ଅନ୍ୟତମ । ନୂଆ ପୋଷାକ…

Read More

ଜୁନ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ …

ଆସନ୍ତା ଜୁନ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ । ୨୫ ତାରିଖ ମଧ୍ଯାହ୍ନ ସୁଦ୍ଧା ପ୍ରାର୍ଥୀଙ୍କ ନାମ ଦାଖଲ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଜୁନ ୨୪ରୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ବସିବା ସହ ଏହା ଜୁଲାଇ ୩ ଯାଏ ଚାଲିବ । ଏହି ଅଧିବେଶନରେ ନୂଆ ସାଂସଦମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ଜୁନ ୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଲୋକସଭା ଓ ରାଜ୍ଯସଭାର ମିଳିତ ଅଧିବେଶେନରେ ଉଦବୋଧନ ଦେବେ…

Read More

୧୬ ମନ୍ତ୍ରୀଙ୍କ ଭିତରୁ ୧୪ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା…

ବିଜେପି ସରକାରରେ ମନ୍ତ୍ରୀ ହୋଇଥିବା ୧୬ଜଣଙ୍କ ମଧ୍ୟରୁ ୧୪ଜଣ ନାଁରେ ଅପରାଧିକ ମାମଲା ରହିଛି । ଦୁଇ ଜଣ କ୍ୟାବିନେଟ୍‍ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଓ ପ୍ରଦୀପ ବଳ ସାମନ୍ତଙ୍କ ନାଁରେ ଆଦୌ ଅପରାଧିକ ମାମଲା ନଥିବା ଏଡିଆର ରିପୋର୍ଟରୁ ଜଣାପଡିଛି । ଏହି ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୁଦ୍ଧରେ ଗୋଟିଏ ଅପରାଧିକ ମାମଲା ଥିବାବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନାମରେ ଦୁଇଟି ଓ ପ୍ରଭାତୀ ପରିଡାଙ୍କ ବିରୁଦ୍ଧରେ ୯ଟି ଫୌାଜଦାରୀ…

Read More